ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜଧାନୀରେ ଶନିବାର ଆଉ ୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୬ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୧୨ ଲୋକାଲ କେସ୍‌ ରହିଛି। ସେହିଭଳି ୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୪୦ ହୋଇଛି।

ନୂତନ କ୍ୱାରାଣ୍ଟାଇନ୍‌ କେସ୍‌ ମଧ୍ୟରେ ବରମୁଣ୍ଡାର ଜଣେ ୬୬ ବର୍ଷୀୟ ବୃଦ୍ଧ, ଶାସ୍ତ୍ରୀନଗରରୁ ୫୦ବର୍ଷୀୟ ବ୍ୟକ୍ତି, କ୍ୱାରାଣ୍ଟାଇନ୍‌ ସେଣ୍ଟରର ୪୦ ୧ବର୍ଷୀୟା ମହିଳା, ବିଜେବି ନଗରରେ ଥିବା ଏକ ସରକାରୀ ଅଫିସର ୩ଜଣ(୨୩,୨୪,୨୮ ବର୍ଷ), ଶିଖରଚଣ୍ଡି ବସ୍ତିର ୩୩ବର୍ଷୀୟ ବ୍ୟକ୍ତି, ମଞ୍ଚେଶ୍ୱରର ୭୦ବର୍ଷୀୟ ବୃଦ୍ଧ, କେଦାରଗୌରୀ ବିହାରର ୧୯ ବର୍ଷୀୟ ଯୁବକ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ୪୮ବର୍ଷୀୟ ବ୍ୟକ୍ତି, ୬୨ ବର୍ଷୀୟ ବୃଦ୍ଧ, ସରକାରୀ ଡାକ୍ତରଖାନାର ଜଣେ ୨୭ ବର୍ଷୀୟ ମହିଳା, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୩୫ବର୍ଷୀୟ ବ୍ୟକ୍ତି ଅଛନ୍ତି। ସେହିଭଳି ୧୨ ଲୋକାଲ୍‌ କେସ୍‌ ମଧ୍ୟରେ ରସୁଲଗଡ଼ ପାଲାମଣ୍ଡପ ଅଞ୍ଚଳର ୨୩ ବର୍ଷୀୟ ଯୁବତୀ, କଳିଙ୍ଗ ବିହାରର ୨୩ ବର୍ଷୀୟା ଯୁବତୀ, କଳିଙ୍ଗ ବିହାରର ସମ୍‌ ହସ୍ପିଟାଲ ନିକଟର ୨ଜଣ(୧୭ବର୍ଷ, ୩୯ବର୍ଷୀୟ ଯୁବତୀ), ପଳାଶୁଣୀର ୫୩ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀର ୨୭ ବର୍ଷୀୟ ବ୍ୟକ୍ତି, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୩୫ ବର୍ଷୀୟ ପୁରୁଷ, ୪୮ବର୍ଷୀୟ ପୁରୁଷ,ଆଚାର୍ଯ୍ୟ ବିହାର ଆପୋଲୋ ହସ୍ପିଟାଲ ନିକଟରୁ ଜଣେ ୨୫ ବର୍ଷୀୟ ଯୁବତୀ, କଳିଙ୍ଗ ବିହାରର ୫୬ ବର୍ଷୀୟ ଯୁବକ, ପୋଖରୀପୁଟ ଅଞ୍ଚଳର ୪୦ବର୍ଷୀୟ ବ୍ୟକ୍ତି, ଭୀମଟାଙ୍ଗୀ ଅଞ୍ଚଳର ୫୭ ବର୍ଷୀୟ ବ୍ୟକ୍ତି, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଅଞ୍ଚଳର ୨ଜଣ(୨୮ବର୍ଷ, ୨୭ବର୍ଷ ବ୍ୟକ୍ତି), ଗଙ୍ଗନଗରର ୩ଜଣ(୪୩, ୧୩ ବର୍ଷ ବ୍ୟକ୍ତି ଏବଂ ୧୬ବର୍ଷ ନାବାଳିକା), ନିଳାଦ୍ରିବିହାର ହନୁମାନ ମନ୍ଦିର ନିକଟରୁ ୩ଜଣ(୪୪ବର୍ଷ, ୨୧ ବର୍ଷ, ୨୩ ବର୍ଷ), ନୟାପଲ୍ଲୀର ୫୫ବର୍ଷୀୟ ବ୍ୟକ୍ତି ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।