ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ଗୁରୁବାର ୩୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୫ ହୋମ୍ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୧୩ ଲୋକାଲ୍ କେସ୍ ରହିଛି। ସେହିଭଳି ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୫୮ରେ ପହଞ୍ଚିଛି। ସେଥିରୁ ୧୨୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୭ ଆକ୍ଟିଭ୍ କେସ ରହିଛି। ୩ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବିଏମ୍ସି ପକ୍ଷରୁ ଅପରାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି।
ହୋମ୍ କ୍ୱାରାଣ୍ଟାଇନ୍ ଆକ୍ରାନ୍ତଙ୍କ ମଧ୍ୟରେ ଜୟଦେବ ବିହାରର ୫ଜଣ(୭୪ ବର୍ଷ ବୃଦ୍ଧ, ୩୬ ବର୍ଷୀୟ ମହିଳା,୭୩ବର୍ଷୀୟ ବୃଦ୍ଧ, ଦୁଇ ଶିଶୁ), ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ୧୧ଜଣ (୨୯,୨୬,୪୨, ୨୦, ୨୮, ୩୭, ୨୩, ୨୭, ୨୪, ୨୧, ୩୨ ବର୍ଷୀୟ ପୁରୁଷ(ଉତ୍ତରପ୍ରଦେଶ ଫେରନ୍ତା), ଅନ୍ୟ ୪ଜଣ(୪୭, ୨୮,୨୬,୩୨ ବର୍ଷୀୟ ପୁରୁଷ), ପେଡ୍ କ୍ୱାରାଣ୍ଟାଇନ୍ରେ ଥିବା ୪୪ ବର୍ଷୀୟ ପଶ୍ଚିମବଙ୍ଗ ଫେରନ୍ତା, ୟୁନିଟ-୮ ଅଞ୍ଚଳର ୨ ଜଣ(୩୬,୪୦ ବର୍ଷ), ୟୁନିଟ୍-୬ ଅଞ୍ଚଳର ୨୪ ବର୍ଷୀୟ ପୁରୁଷ, ମଞ୍ଚେଶ୍ୱର ଅଞ୍ଚଳର ୩୮ ବର୍ଷୀୟ ପୁରୁଷ ଅଛନ୍ତି। ସେହିଭଳି ୧୩ ଲୋକାଲ୍ କେସ୍ ମଧ୍ୟରେ ସିରିପୁର ଅଞ୍ଚଳର ୪ଜଣ(୧୪,୧୮,୧୧,୨୨ ବର୍ଷ), ଚକେଇସିଆଣି ଅଞ୍ଚଳର ୪୬ ବର୍ଷୀୟ ପୁରୁଷ, ବେସରକାରୀ ହସ୍ପିଟାଲର ୫ଜଣ, ସରକାରୀ ହସ୍ପିଟାଲର ଜଣେ ମହିଳା, ମଞ୍ଚେଶ୍ୱର ୟୁ.ପି ସ୍କୁଲ ନିକଟର ୪୦ ବର୍ଷୀୟ ମହିଳା, ଭିଏସ୍ଏସ୍ ନଗରର ୩୫ ବର୍ଷୀୟ ପୁରୁଷ ଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 25th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/FJM3ZyxCiX— BMC (@bmcbbsr) June 25, 2020


