୩୮.୨୩୮ କୋଟିର ନୂଆ ପ୍ରିମିୟମ

ଭୁବନେଶ୍ୱର,୨୬।୫ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ୨୦୨୩-୨୪ ଆର୍ଥିକ ବର୍ଷରେ ୨୯% ବୃଦ୍ଧି ସହ ୩୮,୨୩୮କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ପଞ୍ଜୀକରଣ କରିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରିମିୟମ ୨୯,୫୮୯କୋଟି ଟଙ୍କା ଥିଲା। ତେବେ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ସିଙ୍ଗଲ ପ୍ରିମିୟମ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪୪% ବୃଦ୍ଧି ପାଇଛି। ଏସ୍‌ବିଆଇ ଲାଇଫ୍‌ର ସୁରକ୍ଷା ନୂତନ ବ୍ୟବସାୟ ପ୍ରିମିୟମ ୨୦୨୩-୨୪ ଆର୍ଥିକ ବର୍ଷରେ ୧୫% ବୃଦ୍ଧି ହୋଇ ୪୧୬୫ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ଏହି ଅବଧିରେ ୯୫୧ କୋଟି ଟଙ୍କା ରହିଥିବା ବେଳେ ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ୧୪% ବୃଦ୍ଧି ହୋଇ ୨୩,୮୩୨ କୋଟି ଟଙ୍କା ରହିଛି। ଏସ୍‌ବିଆଇ ଲାଇଫ୍‌ର ଟିକସ ପରବର୍ତ୍ତୀ ଲାଭ ୨୦୨୩-୨୪ରେ ୧୮୯୪ କୋଟି ଟଙ୍କା ରହିଥିବା ବେଳେ କମ୍ପାନୀର ସଲ୍‌ଭେନ୍ସି ଅନୁପାତ ୧.୯୬ ରହିଛି, ଯାହା ୧.୫୦ର ନିୟାମକ ଆବଶ୍ୟକତା ବିରୋଧରେ କମ୍ପାନୀର ଦୃଢ ସ୍ଥିତିକୁ ପ୍ରତିଫଳନ କରୁଛି। ଏସ୍‌ବିଆଇ ଲାଇଫ୍‌ର ଏୟୁଏମ୍‌ ଏହି ଆର୍ଥିକ ବର୍ଷରେ ୨୭% ବୃଦ୍ଧି ସହ ୩୮୮,୯୨୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ୩୦୭,୩୩୯ କୋଟି ଟଙ୍କା ଥିଲା। କମ୍ପାନୀର ୩୧୬,୦୩୮ ଜଣ ପ୍ରଶିକ୍ଷିତ ଇନ୍‌ସ୍ୟୁରାନ୍ସ ପ୍ରଫେସ୍‌ନାଲଙ୍କର ଏକ ବିବିଧ ବିତରଣ ନେଟ୍‌ୱର୍କ ଏବଂ ଦେଶବ୍ୟାପୀ ୧୦୪୦ କାର୍ଯ୍ୟାଳୟ ସହ ବିସ୍ତୃତ ଉପସ୍ଥିତି ରହିଛି ା କମ୍ପାନୀ ବ୍ୟାଙ୍କ ଆସ୍ୟୁରାନ୍ସର ମଜଭୁତ ଚ୍ୟାନେଲ, ଏଜେନ୍ସି ଚ୍ୟାନେଲ ଏବଂ କର୍ପୋରେଟ୍‌ ଏଜେଣ୍ଟ, ବ୍ରୋକର, ପଏଣ୍ଟ ଅଫ୍‌ ସେଲ୍‌ ପର୍ସନ୍‌ସ (ପିଓଏସ୍‌), ଇନ୍ସୁରାନ୍ସ ମାର୍କେଟିଂ ଫାର୍ମ, ୱେବ୍‌ ଆଗ୍ରିଗେଟର ଓ ପ୍ରତ୍ୟକ୍ଷ ବ୍ୟବସାୟର ସ୍ବତନ୍ତ୍ର ଉପଯୋଗ ମାଧ୍ୟମରେ ଉତ୍ତମ ସମାଧାନ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri