୧୧ ଦିନ ପରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୧ ।୮: ଦେଶରେ କରୋନା ସଂକ୍ରମଣ କେତେବେଳେ ବୃଦ୍ଧି ପାଉଛି ତ ପୁଣି କେତେବେଳେ କମ୍ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତ୍ୟୁ ହାର କିନ୍ତୁ କମ୍ ହୋଇଯାଇଛି । ଗତ ୨୪ ଘଣ୍ଟାରେ ୩୭୫ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଗୋଟିଏ ଦିନ ପୂର୍ବରୁ ଏହା ୪୦୦ରୁ ଅଧିକ ଥିବା ବେଳେ ପ୍ରାୟ ୧୧ ଦିନ ପରେ ମୃତ୍ୟୁ ସଂଖ୍ୟା କମ୍ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୪.୩୩ ଲକ୍ଷ ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ସୁସ୍ଥତା ହାର ବେଳକୁ ବେଳ ବଢିବାରେ ଲାଗିଛି । ଏବେବି ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଚିନ୍ତା ଜନକ ରହିଛି । କେରଳରେ ଦୈନିକ ପ୍ରାୟ ୧୫ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ମହାରାଷ୍ଟ୍ରରେ ପ୍ରାୟ ୫ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଆଗକୁ ତୃତୀୟ ଲହର ଆଶଙ୍କାକୁ ଦେଖି ଏବେବି କରୋନା କଟକଣାକୁ ମାନିବାକୁ ସରକାର ସବୁବେଳେ ସଚେତନ କରାଉଛନ୍ତି ।

Share