ଶୁଟିଂ ସେଟ୍‌ରେ ଭୋ ଭୋ ହୋଇ କାନ୍ଦିଥିଲେ ରୁପା ଗାଙ୍ଗୁଲି, କାରଣ ଜାଣିଲେ…

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ କରିବା ସମୟରେ ରୁପା କାନ୍ଦି ପକାଇଥିଲେ।

ରୁପା ଶୁଟିଂ ସେଟରେ ଏତେ କାନ୍ଦିଲେ ଯେ, ମେକର୍ସ ଏବଂ ତାରକାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚୁପ ରହିଥିଲେ। ଜଣେ ଅଭିନେତ୍ରୀ ଭାବରେ ରୁପା ଏହି ଦୃଶ୍ୟକୁ ଏତେ ଭଲ ଭାବରେ ଅଭିନୟ କରିଥିଲେ ଯେ, ଏହାକୁ ଗୋଟିଏ ଥର ଶୁଟ କରାଯାଇଥିଲା। ସେ ଏଥିରେ କୌଣସି ରିଟେକ ନେଇ ନଥିଲେ।

Share