ଜିଲାରେ ୩୭, ୨୨୯ ଦିବ୍ୟାଙ୍ଗ ସ୍ବରୋଜଗାରକ୍ଷମ

ବାଲେଶ୍ୱର ଅଫିସ, ୨୪।୩: ବାଲେଶ୍ୱର ଜିଲାର ୧୨ଟି ବ୍ଲକରେ ମୋଟ ୪୭୫୫୮ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ଏକକ ଦିବ୍ୟାଙ୍ଗ ପରିଚୟ ପ୍ରମାଣପତ୍ର (ୟୁଡିଆଇଡ଼ି ସାର୍ଟିଫିକେଟ୍‌) ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଯୋଜନାର ମାର୍ଗଦର୍ଶିକା ଓ ଅନ୍ୟାନ୍ୟ ଯୋଜନା ଅନୁସାରେ ଏହି ସୁଯୋଗ ଆବଶ୍ୟକ କରୁଥିବା ଯୋଗ୍ୟ ବିବେଚିତ ୩୭,୨୨୯ ଜଣ ଦିବ୍ୟାଙ୍ଗଙ୍କୁ ସ୍ବରୋଜଗାରକ୍ଷମ ଓ ଆତ୍ମନିଯୁକ୍ତି ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଇଥିବା ବିଧାନସଭାରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ସ୍ବରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ବିଭିନ୍ନ ଅନୁଷ୍ଠାନରେ ‘ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ’ ପ୍ରଦାନ କରାଯାଉଛି। ଏହାଛଡ଼ା ଦିବ୍ୟାଙ୍ଗମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଭିନ୍ନକ୍ଷମ ସଦସ୍ୟ ସମ୍ବଳିତ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି ଏବଂ ଡିଆର୍‌ଆଇ ଋଣ ଯୋଜନାରେ କମ୍‌ ସୁଧରେ ବ୍ୟାଙ୍କ ଋଣ ଦିଆଯାଉଛି। ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସେମାନଙ୍କ ବ୍ୟବସାୟର ସୁଦୃଢ଼ୀକରଣ ନିମନ୍ତେ ସହାୟତା ପ୍ରଦାନ କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।
ସୂଚନା ଯେ, ଜିଲାର ବାହାନଗା ବ୍ଲକରେ ମୋଟ ୨୫୪୦ଜଣ ଦିବ୍ୟାଙ୍ଗ ଥିବାବେଳେ ୨୫୨୪ଜଣ ସହାୟତା ପାଉଛନ୍ତି। ବାଲେଶ୍ୱର ସଦର ଓ ବାଲେଶ୍ୱର ପୌରାଞ୍ଚଳରେ ମୋଟ୍‌ ୫୪୯୩ଜଣ ଦିବ୍ୟାଙ୍ଗ ଥିବାବେଳେ ୪୪୮୨ଜଣ ସହାୟତା ପାଉଛନ୍ତି। ସେହିପରି ବାଲିଆପାଳ ବ୍ଲକରେ ମୋଟ୍‌ ୪୪୮୭ ଜଣ ଥିବାବେଳେ ୩୫୭୫ ଜଣ ସହାୟତା, ବସ୍ତା ବ୍ଲକରେ ମୋଟ୍‌ ୩୨୮୨ ଜଣ ଥିବାବେଳେ ୨୭୪୮ ଜଣ ସହାୟତା, ଭୋଗରାଇ ବ୍ଲକରେ ମୋଟ୍‌ ୭୭୧୭ ଜଣ ଥିବାବେଳେ ୪୮୦୮ ଜଣ ସହାୟତା, ଜଳେଶ୍ୱର ଓ ଜଳେଶ୍ୱର ପୌରାଞ୍ଚଳରେ ମୋଟ୍‌ ୪୭୯୫ଜଣ ଥିବାବେଳେ ୩୬୩୪ଜଣ ସହାୟତା, ଖଇରା ବ୍ଲକରେ ମୋଟ୍‌ ୩୩୬୯ ଜଣ ଥିବାବେଳେ ୨୭୦୬ ଜଣ ସହାୟତା, ନୀଳଗିରି ଓ ନୀଳଗିରି ଏନ୍‌ଏସିରେ ମୋଟ୍‌ ୩୮୩୧ ଜଣ ଥିବାବେଳେ ୨୨୪୫ ଜଣ ସହାୟତା, ଔପଦା ବ୍ଲକରେ ମୋଟ୍‌ ୧୫୨୭ ଜଣ ଥିବାବେଳେ ୧୬୨୧ ଜଣ ସହାୟତା, ରେମୁଣା ବ୍ଲକରେ ମୋଟ୍‌ ୩୯୭୫ ଜଣ ଥିବାବେଳେ ୪୦୯୧ ଜଣ ସହାୟତା, ସିମୁଳିଆ ବ୍ଲକରେ ମୋଟ୍‌ ୨୯୦୪ ଜଣ ଥିବାବେଳେ ୨୦୭୪ ଜଣ ସହାୟତା ଏବଂ ସୋର,ସୋର ପୌରାଞ୍ଚଳରେ ମୋଟ୍‌ ୩୬୩୮ ଜଣ ଦିବ୍ୟାଙ୍ଗ ଥିବାବେଳେ ୨୭୨୧ ଜଣ ସହାୟତା ପାଉଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri