ଗାଜା ଯୁଦ୍ଧରେ ୩୬ ସାମ୍ବାଦିକ ନିହତ

ତେଲ୍‌ ଆଭିଭ୍‌/ ଗାଜା ସିଟି, ୭ା୧୧ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସାମ୍ବାଦିକତା ଏକ ବୃତ୍ତି ନୁହେଁ, ମିଶନ। ଏହି ଅଭିଯାନରେ ଥାଇ ଯୁଦ୍ଧ ରିପୋର୍ଟିଂ କରୁଥବା ଖବରଦାତାମାନଙ୍କ ଅନୁଭୂତି ସ୍ବତନ୍ତ୍ର। ଗାଜା ଭିତରେ ରହି ଯୁଦ୍ଧର ଘନଘଟା କଭର କରୁଥିବା ପାଲେଷ୍ଟିନୀୟ ଖବରଦାତାଙ୍କ ଦୃଷ୍ଟାନ୍ତ ବିଶ୍ୱରେ ବିରଳ। ସେମାନେ ଯୁଦ୍ଧର ବିବରଣୀ/ଦୃଶ୍ୟ ପାଠକ ବା ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ କୌଣସି ଅନ୍ୟ ଦେଶର ସୀମାକୁ ଯାଇନାହାନ୍ତି, ବରଂ ଯୁଦ୍ଧ ସେମାନଙ୍କ ଘରକୁ ଆସିଯାଇଛି। ସେମାନଙ୍କ ଛାତ ଉପରେ ବୋମା ବର୍ଷା ହେଉଛି। ଗାଜାରେ ଲୁଚିବା ପାଇଁ ସ୍ଥାନ ନାହିଁ। ସେଠାରୁ ପଳାୟନ ଲାଗି ପନ୍ଥା ନାହିଁ ଏବଂ ଗାଜାରେ ରହିବାର ମାନେ ହେଉଛି ମୃତ୍ୟୁ। ହେଲ୍‌ମେଟ ଓ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ କୌଣସି କାମକୁ ନୁହେଁ। ଏସବୁ ଜାଣି ସୁଦ୍ଧା ଖବରଦାତାମାନେ ଅଦ୍ୟାବଧି ଗାଜାଠାରୁ ରିପୋର୍ଟିଂ ବନ୍ଦ କରିନାହାନ୍ତି। ସେମାନଙ୍କ ଅନେକ ସାଥୀ ହତ୍ୟାର ଶିକାର ହେବା ପରେ ମଧ୍ୟ ରିପୋର୍ଟିଂ ଜାରି ରହିଛି। ଏହି ଖବରଦାତାମାନେ ଖବର ପାଇଁ ନିଜ ଜୀବନକୁ ବାଜି ଲଗାଇ ସାହସ ଓ ସାଧନର ସବୁ ଆହ୍ବାନକୁ ନୂ୍ୟନ ପ୍ରମାଣିତ କରିଛନ୍ତି। ବିନା ଖାଦ୍ୟ, ପାନୀୟ ଓ ଦରମାରେ ରିପୋର୍ଟିଂ କରୁଥିବା ପାଲେଷ୍ଟିନୀୟ ରିପୋର୍ଟରମାନେ କର୍ମଭୂମି ଯୁଦ୍ଧଭୂଇଁରେ ମୃତ୍ୟୁକୁ ଆଦରିନେଉଛନ୍ତି। ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଶକ୍ତିଶାଳୀ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ସେମାନଙ୍କୁ ଜାଣିଶୁଣି ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି।
ରିପୋର୍ଟିଂ କଲାବେଳେ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟର କୌଣସି ମୂଲ୍ୟ ନାହିଁ। ତେଣୁ ପ୍ରେସ୍‌ ଲେଖାଥିବା ସୁରକ୍ଷା କବଚକୁ ନିଜ ଦେହରୁ ଉତାରିଦେଇଛନ୍ତି ପାଲେଷ୍ଟିନୀୟ କର୍ତ୍ତୃପକ୍ଷଙ୍କ ଟିଭି ଚ୍ୟାନେଲ ପାଇଁ କାମ କରୁଥିବା ସଲମାନ୍‌ ଅଲ-ବସିର। କାରଣ ତାଙ୍କ ସହକର୍ମୀ ମୋହମେଦ୍‌ ଅବୁ ହତାବ୍‌ ଅଧଘଣ୍ଟା ପୂର୍ବରୁ ନାସେର ହସ୍ପିଟାଲରୁ ଲାଇଭ୍‌ ରିପୋର୍ଟିଂ କରିବା ସମୟରେ ଏପରି ଜ୍ୟାକେଟ୍‌ ପରିଧାନ କରିଥିଲେ। କିନ୍ତୁ ତାହା ତାଙ୍କୁ ସୁରକ୍ଷା ଦେଇପାରି ନ ଥିଲା। ଇସ୍ରାଏଲର ରକେଟ୍‌ ମାଡ଼ରେ ହତାବ୍‌ ନିହତ ହୋଇଛନ୍ତି। ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନରୁ ରିପୋର୍ଟିଂ ବେଳେ ସଲମାନ୍‌ କାନ୍ଦି କାନ୍ଦି କହିଥିଲେ, ଆଉ ସହି ହେଉନାହିଁ। ଆମ ଦୁଇଜଣଙ୍କ ମଧ୍ୟରେ କେବଳ ଗୋଟିଏ ଫରକ୍‌ ରହିଛି। ତାହା ହେଉଛି, ମୃତ୍ୟୁ କାହାକୁ ପ୍ରଥମେ ଓ କାହାକୁ ପରେ କୋଳେଇ ନେବ। ଜଣେ ପରେ ଜଣେ ମରୁଛୁ। ଗାଜା ଉପରେ ଯେଉଁ ବିପତ୍ତି ମାଡ଼ିଆସିଛି, ତାକୁ କାହାରି ଖାତିର ନାହିଁ। ଆମେ ଲାଇଭ୍‌, ଅନ୍‌ ଏୟାର୍‌ ଭିକ୍ଟିମ୍‌। ଆମେ ସେହି ପୀଡ଼ିତ, ମରିବା ପାଇଁ ନିଜ ପାଳିକୁ ଅପେକ୍ଷା କରିବା ବ୍ୟତୀତ ଯାହାଙ୍କ ଅନ୍ୟ ଗତି ନାହିଁ। ଏସବୁ ଦେଖି ନ୍ୟୁଜ୍‌ରୁମ୍‌ରେ ଆଙ୍କରିଂ କରୁଥିବା ଉପସ୍ଥାପିକାଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri