Categories: ରାଜ୍ୟ

ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୩୬ ଭୂବିଜ୍ଞାନୀ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ୩୬ ଜଣ ଭୂବିଜ୍ଞାନୀଙ୍କୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ବୈଠକରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସମସ୍ତେ ଜଳ ସମ୍ପଦ ବିଭାଗ ଅଧୀନ ଭୂତଳ ଜଳ ବିଭାଗରେ କାମ କରିବେ। ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଜଳ ସମ୍ପଦ ବିଭାଗର ପଦାଧିକାରୀ ନୂତନ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଆଗକୁ ଭୂତଳ ଜଳ ସଂରକ୍ଷଣ ଦିଗରେ ସେମାନେ କାମ କରିବେ। ଜଳ ସମ୍ପଦ ମନ୍ତ୍ରୀ ଆତ୍ମବିଶ୍ବାସ ସହ କାମ କରିବାକୁ ଭୂବିଜ୍ଞାନୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଚଳିତ ବଜେଟରେ ଜଳ ସମ୍ପଦ ବିଭାଗ ପାଇଁ ୧୧ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫-ଟି ଅଧୀନରେ କାମ କରି ମିଳିମିଶି ସରକାରଙ୍କ ଯୋଜନାକୁ ସଫଳ କରିବାକୁ ସେ ଦିଗ୍‌ଦର୍ଶନ ଦେଇଛନ୍ତି। ବର୍ତ୍ତମାନ ଭୂତଳ ଜଳ ଉତ୍ତୋଳନରେ ଜାତୀୟ ହାରଠାରୁ ଓଡ଼ିଶାର ହାର ଭଲ ରହିଛି।
ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ ଦିଗରେ ସଚେତନ ରହିବାକୁ ପଡ଼ିବ। ଏହି ଅବସରରେ ସଚେତନତା ରଥର ଉଦ୍‌ଘାଟନ କରାଯାଇଛି। ସେହିପରି ଛାତ ଯୋଜନାର ସ୍ବତନ୍ତ୍ର ଆପ୍‌ ଗେସ ମଧ୍ୟ ଲୋକାର୍ପଣ କରାଯାଇଛି। ନିଜ ଦାୟିତ୍ୱରେ ଅବହେଳା ନ କରି ଭଲ ଭାବେ କାମ କରିବାକୁ ନବନିଯୁକ୍ତ ଭୂବିଜ୍ଞାନୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।