Categories: ବାଣିଜ୍ୟ

କମିଲା ୩୯ ଔଷଧ ଦର

ଭୁବନେଶ୍ୱର,୫।୯: ନ୍ୟାଶନାଲ ଲିଷ୍ଟ ଅଫ୍‌ ଏସେନସିଆଲ ମେଡିସିନ୍‌(ଏନ୍‌ଏଲ୍‌ଇଏମ୍‌) କୁ ସଂଶୋଧନକରି କେନ୍ଦ୍ର ସରକାର ୩୯ଟି ଗୁରୁତ୍ୱର ଔଷଧ ମୂଲ୍ୟ ହ୍ରାସ କରିଛନ୍ତି। ଏହି କ୍ରମରେ କର୍କଟ ରୋଗ, ଆଣ୍ଟି ଡାଇବେଟିସ୍‌, ଆଣ୍ଟି ଭାଇରାଲ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ରେଟ୍ରୋଭାଇରାଲ, ଟିବି ଆଣ୍ଟି ଔଷଧ ଏବଂ କୋଭିଡ୍‌ ଚିକିତ୍ସାରେ ବ୍ୟବହୃତ କେତେକ ଔଷଧ ପାଇଁ ଏହି ମୂଲ୍ୟ ହ୍ରାସ କରାଯାଇଛି। ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ବିଭିନ୍ନ ଔଷଧ ଉପରେ ମୂଲ୍ୟ ନିୟନ୍ତ୍ରଣ ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି। ସାଧାରଣତଃ ବ୍ୟବହୃତ ଔଷଧଗୁଡିକର ମୂଲ୍ୟକୁ କ୍ୟାପ୍‌ ଅଧୀନରେ ଅଣାଯାଇଥିଲା। ସେଗୁଡ଼ିକ ହେଲେ ଟେନେଲିଗ୍ଲିପଟିନ୍‌-ଏକ ଆଣ୍ଟି ଡାଇବେଟିସ୍‌ ଔଷଧ, ଆଣ୍ଟି-ଟିବି ଔଷଧ, ଆଇଭର୍ମେକ୍ଟିନ୍‌-କୋଭିଡ୍‌ ଚିକିତ୍ସାରେ ବ୍ୟବହୃତ, ରୋଟାଭାଇରସ୍‌ ଟିକା ପ୍ରମୁଖ। ୨୦୧୫ରେ ବିଜ୍ଞପ୍ତି ପ୍ରକାଶ ପାଇ ୨୦୧୬ରେ କାର୍ଯ୍ୟକାରୀ ହୋଇଥିବା ଏନ୍‌ଏଲ୍‌ଇଏମ୍‌ର ସଂଶୋଧନ ପାଇଁ ସରକାର ଏକ ପ୍ରକ୍ରିୟା ଆରମ୍ଭ କରିଥିଲେ।

Share