Posted inଫୁରସତ

୩୬ ଡିଜିଟ୍‌ର ବ୍ୟାଙ୍କ ବାଲାନ୍ସ

ହାଥ୍‌ରସ୍‌: ଗତ ମାସରେ ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାର ଏକ ଦୂରବର୍ତ୍ତୀ ଗ୍ରାମରେ ରହୁଥିବା ଅଜିତ ନାମକ ଜଣେ ବ୍ୟକ୍ତି ନିଜ ବ୍ୟାଙ୍କ ବାଲାନ୍ସ ଚେକ୍‌ କରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ତାଙ୍କ ବ୍ୟାଙ୍କ ବାଲାନ୍ସରେ ୩୬ ଡିଜିଟ୍‌ର ସଂଖ୍ୟା ଦେଖିବାକୁ ପାଇଥିଲେ। ଅଜିତ କହିଛନ୍ତି, ଗତ ମାସ ୨୫ ତାରିଖରେ ସେ ତାଙ୍କ ଘରର କିଛି କାର୍ଯ୍ୟ ପାଇଁ ୧,୮୦୦ ଟଙ୍କା ଏବଂ ୧,୪୦୦ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରୁ ଖର୍ଚ୍ଚ କରିଥିଲେ। ଏହାପରେ ସେ ତାଙ୍କ ବ୍ୟାଙ୍କ ବ୍ୟାଲାନ୍ସ ଚେକ୍‌ କରିଥିଲେ। ବ୍ୟାଙ୍କ ବାଲାନ୍ସରେ ଭାରତୀୟ ଟଙ୍କାର ଚିହ୍ନ ସହ ଏକ ୩୬ ଡିଜିଟ୍‌ର ସଂଖ୍ୟା ସେ ଦେଖିବାକୁ ପାଇଥିଲେ। ଏହା ତାଙ୍କ ହୋସ୍‌ ଉଡ଼ାଇ ଦେଇଥିବା ଅଜିତ କହିଛନ୍ତି। ଘଟଣା ସମ୍ପର୍କରେ ସେ ପ୍ରଥମେ ତାଙ୍କ ପରିବାରକୁ ଜଣାଇଥିଲେ। ଅଜିତଙ୍କ ବ୍ୟାଙ୍କ ବାଲାନ୍ସ ଏତେ ସଂଖ୍ୟାରେ ବୃଦ୍ଧି ପାଇଥିବା ଜାଣି ପ୍ରଥମେ ତାଙ୍କ ସ୍ତ୍ରୀ ଏବଂ ପୂରା ପରିବାର ଖୁସି ହୋଇଯାଇଥିଲେ। ତେବେ ସାଇବର ଠକମାନେ ଅଜିତଙ୍କ ଆକାଉଣ୍ଟକୁ ଟାର୍ଗେଟ କରିଥାଇପାରନ୍ତି ବୋଲି ସନ୍ଦେହ କରି ସେମାନେ ପରେ ଚିନ୍ତାରେ ପଡ଼ିଥିଲେ। ଘଟଣାକୁ ନେଇ ଅଜିତ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିଥିଲେ। ବୈଷୟିକ ତ୍ରୁଟି ଯୋଗୁ ଏପରି ହୋଇଥିବା ନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ବ୍ୟାଙ୍କ ଅଜିତଙ୍କ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରିବାରେ ବିଫଳ ହୋଇଥିଲା। ତେଣୁ ଅଜିତ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ପରାମର୍ଶରେ ସେ ଉତ୍ତରପ୍ରଦେଶ ସାଇବର କ୍ରାଇମ ଡିଭିଜନକୁ ଘଟଣା ସମ୍ପର୍କରେ ଏକ ପତ୍ର ଲେଖିଥିଲେ। ୟୁପି ସାଇବର କ୍ରାଇମ ଡିଭିଜନ ସମ୍ପ୍ରତି ଏହି ଘଟଣାର ତଦନ୍ତ କରୁଥିବା ସହ ଅଜିତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସାମୟିକ ଭାବେ ଫ୍ରିଜ୍‌ କରିଥିବା ନେଇ ରିପୋର୍ଟରେ କୁହାଯାଇଛି। ପ୍ରକାଶ ଯେ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କର ସମୁଦାୟ ସମ୍ପତ୍ତି ୧୪ ଡିଜିଟ୍‌ର ହୋଇଥିବାବେଳେ ୩୬ ଡିଜିଟ୍‌ ବ୍ୟାଙ୍କ ବାଲାନ୍ସ ସହ ଅଜିତ କିଛି ସମୟ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ ବୋଲି କହି ସୋସିଆଲ ମିଡିଆରେ କେତେଜଣ ୟୁଜର୍ସ ବିଭିନ୍ନ ମଜାଳିଆ ପୋଷ୍ଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri