Advertisement
Posted inଫୁରସତ

ଚ୍ୟାରିଟି ପାଇଁ ୩୫୪ କି.ମି. ଦୌଡ଼

ଲଣ୍ଡନ:ଟାଇପ୍‌ ୧ ମଧୁମେହ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ରୋଗର ନିରାକରଣ ପାଇଁ ଉନ୍ନତ ଚିକିତ୍ସା ପଦ୍ଧତି ଉପଲବ୍ଧ କରାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ଲଣ୍ଡନର ଇଷ୍ଟ ଫିଞ୍ଚଲିରେ ରହୁଥିବା ଜାମି ଆଉଷ୍ଟିନ୍‌। ଏ ନେଇ ସେ ଏକ ଚ୍ୟାରିଟି (ଦାତବ୍ୟ ଅନୁଷ୍ଠାନ) ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଆସନ୍ତା ୨୩ ତାରିଖରେ ଜାମି ଏମ୍‌ଆଇ୧ ଚ୍ୟାଲେଞ୍ଜ ନାଁରେ ଏକ ନିଆରା ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ସେ ଗାଲଫୋର୍ଥରୁ ବ୍ରେଣ୍ଟ କ୍ରସ୍‌ ପର୍ଯ୍ୟନ୍ତ ପାଖାପାଖି ୩୫୪ କି.ମି. (୨୨୦ ମାଇଲ) ବାଟ ଦୌଡ଼ିବେ। ଏହି ୧୦ ଦିନିଆ ଅଭିଯାନ ଫେବୃୟାରୀ ୪ ତାରଖରେ ଶେଷ କରିବାର ଯୋଜନା ସେ ରଖିଛନ୍ତି।
ତେବେ ଜାମିଙ୍କ ଏ ପ୍ରକାର ନିଆରା ଅଭିଯାନ ଆରମ୍ଭ କରିବାର ମୂଳ କାରଣ ହେଉଛି ତାଙ୍କ ୧୨ ବର୍ଷୀୟ ପୁଅ ହେନରୀ। ୨୦୨୦ରେ ହେନରୀଙ୍କୁ ଟାଇପ୍‌-୧ ଡାଇବେଟିସ୍‌ ହୋଇଥିବା ଜଣାପଡ଼ିବା ପରେ ଜାମିଙ୍କୁ ଏକ ଶକ୍ତ ଧକ୍କା ଲାଗିଥିଲା। କାଳବିଳମ୍ବ ନ କରି ଜାମି ପୁଅ ହେନରୀଙ୍କ ଚିକିତ୍ସା କରାଇଥିଲେ। ଟାଇପ୍‌-୧ ମଧୁମେହ ଲାଗି ଜୀବନତମାମ ହେନରୀଙ୍କୁ ଇଞ୍ଜେକ୍ସନ ଦିଆଯିବ ବୋଲି ଜଣାପଡ଼ିବା ପରେ ତାହା ଜାମିଙ୍କୁ କଷ୍ଟ ଦେଇଥିଲା। ଜାମି ପ୍ରତିଷ୍ଠା କରିଥିବା ଚ୍ୟାରିଟି ଲାଗି ବର୍ତ୍ତମାନ ସୁଦ୍ଧା ୫୦୦୦ ଡଲାର ପାଣ୍ଠି ଯୋଗାଡ଼ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଗେମ୍‌ ଖେଳି ଗୋଟେ ମାସରେ କମାଇଲେ ୯ କିଲୋ ଓଜନ…

ମାନିଲା, ୧୪।୧: ମେଦବହୁଳତାରୁ ରକ୍ଷା ପାଇଁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି। ତେବେ ଭିଡ଼ିଓ ଗେମ୍‌ ଖେଳି ଓଜନ କମାଇବା ଶୁଣିଲେ ଯେ...

ଫେସ୍‌ବୁକରୁ ହେଲା ପ୍ରେମ; ସ୍ବାମୀକୁ ଛାଡ଼ି ପ୍ରେମିକ ସହ ପଳାଇଲା ସ୍ତ୍ରୀ

ହରିଦ୍ୱାର, ୧୨।୧୦: ଫେସ୍‌ବୁକରେ ପ୍ରେମ ବଢ଼ିବାରେ ଲାଗିବା ପରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହ ଫେରାର୍‌ ହୋଇଯାଇଥିଲେ। ଶେଷରେ ସ୍ବାମୀ ନିଜ...

ଅଜବ ସ୍ଥାପତ୍ୟର ପାର୍କ

ନ୍ୟୁୟର୍କ, ସାଉଥ୍‌ ଡକୋଟାରେ ଅଛି ଏକ ଅଜବ ପାର୍କ। ଅନେକ ସ୍ଥାପତ୍ୟ ଭରି ରହିଛି ଏହି ପାର୍କରେ। ଆଉ ସମସ୍ତ ସ୍ଥାପତ୍ୟ ଭିନ୍ନ ଓ ବେଶ୍‌...

କିଛି ବି ଅର୍ଡର କରି ନ ଥିଲେ; ହେଲେ ଆମାଜନ୍‌ରୁ ମହିଳାଙ୍କ ଘରେ ପହଞ୍ଚିଲା ୧୫୦ ପ୍ୟାକେଟ; ଖୋଲି ଦେଖିବା ପରେ…

ଅନ୍‌ଲାଇନ୍‌ରେ ଅର୍ଡର ନ କରିବି କିଛି ପହଞ୍ଚିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଭଳି କିଛି ଘଟିଛି ଆମେରିକାର ଜିଲିୟାନ୍‌ କନ୍ନନ୍‌ଙ୍କ କ୍ଷେତ୍ରରେ। ସେ କିଛି...

ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ...

ପ୍ରଥମଥର ପିଜ୍ଜା ଖାଇବା ପରେ ଶିଶୁର ପ୍ରତିକ୍ରିୟା ଦେଖିଲେ ଆଖି ଯିବ ଲାଖି

ସାଧାରଣତଃ ପିଲାମାନେ ଯେକୌଣସି ଜିନିଷ ପ୍ରଥମେ ଦେଖିଲେ ଖୁସି ହୋଇଯାନ୍ତି। ସେ ଖାଦ୍ୟ ହେଉ କି କୌଣସି ଜିନିଷ ପିଲାମାନେ ପ୍ରଥମେ ଦେଖିଲେ ଉତ୍ସାହିତ ହୋଇପଡନ୍ତି।...

୧୭ ଶହ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ରୋମାନ ସମୟର ଶହେ ପାତ୍ର ରହିଛି ସୁରକ୍ଷିତ

ମାଦ୍ରିଦ୍‌,୨୯।୯: ସ୍ପେନ୍‌ର ବେଲେରିକ୍‌ ଦ୍ୱୀପ ନିକଟରେ ସମୁଦ୍ରରେ ୧୭ ଶହ ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ଏଥିରେ ରୋମାନ୍‌ ସମୟର ୨ଶହଟି...

ମହାପ୍ରଭୁଙ୍କ ସେବାରେ ବାଳକ

ଶ୍ରୀମନ୍ଦିର ଉପାସନା ଧାରାରେ ଏକ ଅନନ୍ୟ ଆକର୍ଷଣ ବାଳକ ସେବା। ମୁଖ୍ୟତଃ ମୁଦିରଥ(ମୁଦିରସ୍ତ), ଦଇତା ଓ ଦତ୍ତ ମହାପାତ୍ର ପରିବାରର ବାଳକ, କିଶୋର ସାଜନ୍ତି ସେବକ।...

Advertisement
Archives

Model This Week