Categories: ଜାତୀୟ

ନୂଆଦିଲ୍ଲୀ,୨୮ା୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଛା ମନ୍ତବ୍ୟ ଦେଇ କଂଗ୍ରେସ ସାଂସଦ ଶଶୀ ଥରୁର୍‌ ଫସିଯାଇଛନ୍ତି। ଏହି ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଭାଜପା ନେତା ରାଜୀବ ବାବର ଅଭିଯୋଗ କରିବା ପରେ ଦିଲ୍ଲୀ କୋର୍ଟ ପକ୍ଷରୁ ଶନିବାର ଥରୁର୍‌ଙ୍କୁ ସମନ୍‌ ଜାରି କରାଯିବା ସହ ଜୁନ ୭ ପୂର୍ବରୁ ହାଜର ହେବା ଲାଗି କୁହାଯାଇଛି। ମୋଦିଙ୍କୁ ତୁଳନା କରି ଶିବଲିଙ୍ଗ ଉପରେ ଏକ ବିଛା ବସିଛି ବୋଲି ଜଣେ ଆର୍‌ଏସ୍‌ଏସ୍‌ ନେତା ଗତବର୍ଷ ଅକ୍ଟୋବରରେ କହିଥିବା ଶଶୀ ଥରୁର୍‌ କହିଥିଲେ। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସମର ବିଶାଲ ଥରୁରଙ୍କ ବିରୋଧରେ ଏହି ମାମଲାର ଶୁଣାଣି କରୁଛନ୍ତି।

Share