ହୀରାକୁଦ ଡ୍ୟାମ୍‌ରେ ଚାକିରି ଦେବାକୁ କହି ଠକିନେଲେ ୩ଲକ୍ଷ ୫୦ ହଜାର

ଦେବଗଡ଼,୧୦।୯(ଶେଖର ଝାଙ୍କର):  ହୀରାକୁଦ ଡ୍ୟାମରେ ମେକାନିକ ଚାକିରି ଦେବାକୁ କହି  ଠକିନେଲେ ୩ଲକ୍ଷ ୫୦ ହଜାର ଟଙ୍କା।  ଏଭଳି ଘଟଣା ଘଟିଛି ରିଆମାଳ ଥାନା ଅନ୍ତର୍ଗତ ମୁଣ୍ଡଗୋହୀରା ଗ୍ରାମରେ । ମୁଣ୍ଡଗୋହୀରା ଗ୍ରାମର ଜଣେ ଯୁବକଙ୍କ ଠାରୁ ଦେବଗଡ ପୌରାଞ୍ଚଳ ପୁରୁଣାଗଡ଼ର ଜଣେ ଯୁବକ ୩ଲକ୍ଷ ୫୦ ହଜାର ଟଙ୍କା ଠକି  ନେଇଥିବା  ଅଭିଯୋଗ ହୋଇଛି ।
ଅଭିଯୋଗକୁ ଭିତ୍ତି କରି  ଦେବଗଡ଼ ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କ ବିରୋଦ୍ଧରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଛି । ଦେବଗଡ଼ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ୨୦୨୦ ମସିହା ଅକ୍ଟୋବର ମାସ ୨୧ ତାରିଖରେ ମୁଣ୍ଡଗୋହୀରା ଗ୍ରାମର ଡଳେଶ୍ୱର ବଣିଚୁଳ(୨୫) ନାମକ ଜଣେ ଯୁବକଙ୍କ ସହ ଦେବଗଡ ପୌରାଞ୍ଚଳ ପୁରୁଣାଗଡର ସୋମୂଜିତ ଶତପଥି ନାମକ ଜଣେ ଯୁବକ ବନ୍ଧୁତା ସ୍ଥାପନ କରିବା ସହ ୩ ଲକ୍ଷ ୫୦ ହଜାର ଟଙ୍କା ଦେଲେ ହୀରାକୁଦ ଡ୍ୟାମରେ ମେକାନିକ ଚାକିରି କରାଇଦେବାକୁ  ପ୍ରତିଶ୍ରୁତି ଦେଇଥିଲେ । ଡଳେଶ୍ୱର ବିଶ୍ୱାସ କରି ସୋମ୍ୟଜିତକୁ ନଗଦ ଅର୍ଥରାଶି, ଫୋନ ପେ’ ଜନସେବା କେନ୍ଦ୍ର ଓ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବପ୍ରଦାନ କରିଥିଲେ । ଟଙ୍କା ଦେବାପରେ ସୋମ୍ୟଜିତ ତାଙ୍କୁ ହ୍ବାସ୍‌ଆପ ଯୋଗେ ଏକ ନିଯୁକ୍ତି ପତ୍ର ମଧ୍ୟ ପଠାଇବା ସହ ଡାକ ଯେଗେ ଜଏନିଂ ଲେଟର ପଠାଯିବ ବୋଲି କହିିଥିଲେ । ମାତ୍ର ଦୀର୍ଘଦିନ ଧରି ଡଳେଶ୍ୱରଙ୍କ ନିକଟକୁ ଜଏନିଂ ଲେଟର ନପହଞ୍ଚିିବାରୁ ସେ ଗତ ଅଗଷ୍ଟ ମାସ ୨୫ ତାରିଖ ଦିନ ସୋମ୍ୟଜିତଙ୍କୁ ଫୋନ କରି ଏ ସମ୍ପର୍କରେ ପଚାରିବାରୁ ସୋମ୍ୟଜିତ ତାଙ୍କର ଟଙ୍କା ଫେରସ୍ତ କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏଥିସହ ଏକଥା କାହାକୁ ଜଣାଇଲେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । ଫଳରେ ଡଳେଶ୍ୱର ଶନିବାର ଏ ନେଇ ଦେବଗଡ଼ ଆଦର୍ଶ ଥାନାରେ ଲଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ଅଭିଯୁକ୍ତ ସୋମ୍ୟଜିତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ।