୩୫୦୦ କୋଟିର ବାର୍ଷିକ ପ୍ରିମିୟମ ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୧୬।୨: ଦେଶର ପ୍ରମୁଖ ଘରୋଇ ଇନ୍‌ସ୍ୟୁରଟେକ୍‌ ଇନ୍‌ସ୍ୟୁରାନ୍ସ ଦେଖୋ ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ପ୍ରାୟ ୩୫୦୦ କୋଟିର ବାର୍ଷିକ ପ୍ରିମିୟମ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି। ଏପରିକି କମ୍ପାନୀ ଇକ୍ୟୁଟି ଓ ଋଣର ମିଶ୍ରଣକୁ ନେଇ ସିରିଜ ଏ ପାଣ୍ଠିରୁ ୧୫୦ ମିଲିୟନ ଡଲାର ସଂଗ୍ରହ କରିଛି, ଯାହାକି ଭାରତୀୟ ଇନ୍‌ସ୍ୟୁରଟେକ୍‌ କମ୍ପାନୀ ଦ୍ୱାରା ସର୍ବବୃହତ୍‌ ସିରିଜ ଏ ରାଉଣ୍ଡ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି। ବିଶେଷକରି ଇକ୍ୟୁଟି ରାଉଣ୍ଡ ଗୋଲ୍‌ଡ ମ୍ୟାନ୍‌ ସାଚ୍‌ ଆସେଟ ମ୍ୟାନେଜମେଣ୍ଟ ଓ ଟିଭିଏସ୍‌ କ୍ୟାପିଟାଲ ଫଣ୍ଡ ଦ୍ୱାରା ଇନ୍‌ଭେଷ୍ଟକର୍ପ, ଅବତାର ଭେଞ୍ଚର୍ସ ଓ ଲିପ୍‌ଫ୍ରଗ୍‌ ନିବେଶରେ ଅଂଶ ଗ୍ରହଣ କରିଥିଲା। ଅପରପକ୍ଷରେ ୨୦୨୩ ଶେଷ ସୁଦ୍ଧା କମ୍ପାନୀ ତା’ର ପ୍ଲାଟ୍‌ଫର୍ମରେ ୨,୦୦,୦୦୦ ରୁ ଅଧିକ ବୀମା ପରାମର୍ଶଦାତାଙ୍କୁ ସକ୍ରିୟ କରିବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଓଡ଼ିଶା ଆଇଡି ଅନ୍ତର୍ଗତ ଏହାର ଦଳକୁ ଅତ୍ୟଧିକ ଆକ୍ରମଣାତ୍ମକ ଭାବେ ବିସ୍ତାର କରୁଛି ଏବଂ ନିକଟ ଭବିଷ୍ୟତରେ ୧୦,୦୦୦ ବୀମା ପରାମର୍ଶଦାତାଙ୍କର ଏକ ନେଟ୍‌ୱାର୍କ ସୃଷ୍ଟି କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। କମ୍ପାନୀ ସାରା ଭାରତରେ ୪୬ ବୀମା କମ୍ପାନୀ ସହ ଜଡ଼ିତ ଥିବାବେଳେ ୩୮୦ରୁ ଅଧିକ ବୀମା ଉପତ୍ାଦ ସହ ସ୍ବାସ୍ଥ୍ୟ ଓ ଜୀବନ ପାଇଁ ୧୭୫ଟି ଉପତ୍ାଦ ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଇନ୍‌ସ୍ୟୁରାନ୍ସ ଦେଖୋର ସହ ପ୍ରତିଷ୍ଠାତା ତଥା ସିଇଓ ଅଙ୍କିତ ଅଗ୍ରୱାଲ କହିଛନ୍ତି, ଦେଶରେ ବୀମା ଅନୁପ୍ରବେଶର ସଫଳତା ପାଇଁ ଆମକୁ ସହରାଞ୍ଚଳ ଅତିକ୍ରମ କରିବାକୁ ପଡ଼ିବ। ସାଧାରଣ ଜନତାଙ୍କ ପାଇଁ ବୀମାକୁ ବିମୁଦ୍ରୀକରଣ କରିବା ଲକ୍ଷ୍ୟ ରଖିଛୁ ଓ ଏଥିପାଇଁ ଆମର ସମ୍ପ୍ରସାରଣକୁ ବିସ୍ତାର ଓ ବୈଷୟିକ ଆଧାରରେ ସମାଧାନ ତଥା ସଶକ୍ତୀକୃତ ଭାବେ କାର୍ଯ୍ୟ ଜାରି ରଖିବୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri