ଭୁବନେଶ୍ୱର ସମେତ ୪ ସହରରେ ଚାଲିବ ୩୫୦ ଇ-ବସ୍‌

ଭୁବନେଶ୍ୱର,୯ା୧୦(ଅନିଲ ଦାସ):ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ରୋକିବା ସହ ସାଧାରଣ ପରିବହନ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ରାଜ୍ୟର ସହରାଞ୍ଚଳରେ ଇଲେକ୍ଟ୍ରିକ ବସ୍‌ ସେବାକୁ ତ୍ୱରାନ୍ବିତ କରାଯିବ। ଏ ନେଇ ରାଜ୍ୟ ସରକାର ୪୦୦ ଇ-ବସ୍‌ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୨୦୦ ବସ୍‌ ଯୋଗାଇବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଇତିମଧ୍ୟରେ ୪୫ଟି ଇ-ବସ୍‌ ପହଞ୍ଚିଛି। ଅବଶିଷ୍ଟ ଆସନ୍ତା ଡିସେମ୍ବର ସୁଦ୍ଧା ପହଞ୍ଚିବ ବୋଲି ଅର୍ବାନ କ୍ୟାପିଟାଲ ରିଜିଅନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜଣେ ଅଧିକାରୀ କହିଛନ୍ତି। ଭୁବନେଶ୍ୱର, କଟକ ଓ ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ୧୦୦ଟି ଲେଖାଏ ଏବଂ ସମ୍ବଲପୁରରେ ୫୦ଟି ବସ୍‌ ଚଳାଚଳ କରିବ। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ଇ-ବସ୍‌ ସେବା ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନାରେ ଇଲେକ୍ଟ୍ରି ବସ୍‌ଗୁଡ଼ିକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଯୋଗାଇଦେବେ। ଇ-ବସ୍‌ ଯୋଜନାରେ ଦେଶର ୧୬୯ ସହରରେ ୧୦ ହଜାର ଇ-ବସ୍‌ ଚଳାଚଳ କରିବ। ଏହି ଯୋଜନାରେ କେନ୍ଦ୍ର ସରକାର ୨୦ରୁ ୪୦ ଲକ୍ଷ ଜନସଂଖ୍ୟା ଥିବା ସହର ପାଇଁ ୧୫୦, ୧୦ରୁ ୨୦ ଲକ୍ଷ ଜନସଂଖ୍ୟା ପାଇଁ ୧୦୦, ୫ରୁ ୧୦ ଲକ୍ଷ ଜନସଂଖ୍ୟା ପାଇଁ ୧୦୦ ଏବଂ ୫ ଲକ୍ଷ ଓ ଏହାଠାରୁ କମ୍‌ ଜନସଂଖ୍ୟା ସହର ପାଇଁ ୫୦ଟି ଇ-ବସ୍‌ ଯୋଗାଇଦେବେ। ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର, କଟକ ଓ ରାଉରକେଲା ସହର ଜନସଂଖ୍ୟା ୫ରୁ ୧୦ ଲକ୍ଷ ମଧ୍ୟରେ ରହିଛି। ଏହି ସହର ପାଇଁ ୧୦୦ଟି ଲେଖାଏ ଇ-ବସ୍‌ କେନ୍ଦ୍ର ସରକାର ଯୋଗାଇ ଦେବେ। ଏଥିସହିତ ରାଜ୍ୟର ୫ ଲକ୍ଷ ଓ ଏହାଠାରୁ କମ୍‌ ଜନସଂଖ୍ୟା ସହରକୁ ୫୦ ଲେଖାଏ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୪୦୦ ବସ୍‌ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ଅନ୍ୟ ସହରଗୁଡ଼ିକରେ କେତେ ବସ୍‌ ଆବଶ୍ୟକ ସେ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆକଳନ ପରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri