Posted inଜାତୀୟ

୩୫୦ କୋଟିର ହେରୋଇନ ଜବତ…

ଅହମଦାବାଦ, ୧୨।୭ : ଗୁଜୁରାଟର ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ)କୁ ଏକ ବଡ଼ ସଫଳତା ମିଳିଛି। କୁଚ ଜିଲାର ମୁନ୍ଦ୍ରା ବନ୍ଦର ନିକଟରେ ଥିବା ଏକ କଣ୍ଟେରନରରୁ ପ୍ରାୟ ୭୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୩୫୦ କୋଟିରୁ ଅଧିକ ବୋଲି କୁହାଯାଉଛି। ହେରୋଇନକୁ କାର୍ଗୋରେ ଲୁଚାଇ ରଖାଯାଇଥିଲା।

ଶିପିଂ କଣ୍ଟେନରରେ ଡ୍ରଗ୍ସର ଉପସ୍ଥିତି ବିଷୟରେ ଏଟିଏସ ସୂଚନା ପାଇଥିଲା। ଯାହା ପରେ ଏଟିଏସ ଟିମ ପକ୍ଷରୁ ଶିପିଂ କଣ୍ଟେନରକୁ ସର୍ଚ୍ଚ କରାଯାଇଥିଲା। ଏହା କିଛି ସମୟ ପୂର୍ବରୁ ଅନ୍ୟ ଦେଶରୁ ଆସିଥିଲା ଏବଂ ବନ୍ଦର ବାହାରେ ଏକ କଣ୍ଟେନର ମାଲବାହୀ ଷ୍ଟେଶନରେ ରଖାଯାଇଥିଲା। ଜଣେ ଏଟିଏସ ଅଧିକାରୀ କହିଛନ୍ତି ଏଠାରୁ ପ୍ରାୟ ୭୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି।

ବିଦେଶରୁ ଗୁଜରାଟ ବନ୍ଦରରେ ପହଞ୍ଚୁଥିବା ଜାହାଜ ପରିବହନ ସାମଗ୍ରୀରୁ ଏଟିଏସ ଏବଂ ଡାଇରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥାଏ। ସେପ୍ଟେମ୍ବର ୨୦୨୧ରେ ମୁନ୍ଦ୍ରା ବନ୍ଦରରୁ ଦୁଇଟି କଣ୍ଟେନରରୁ ପ୍ରାୟ ୩୦୦୦ କିଲୋଗ୍ରାମ ହିରୋଇନ ଜବତ କରିଥିଲା। ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୨୧,୦୦୦ କୋଟି ଟଙ୍କା ଥିଲା। ଚଳିତ ବର୍ଷ ମେ ମାସରେ
ମୁନ୍ଦ୍ରା ବନ୍ଦରରୁ ୫୦୦ କୋଟି ଟଙ୍କା ମୂଲ୍ୟର ୫୬ କିଲୋଗ୍ରାମ କୋକେନ ଜବତ ହୋଇଥିଲା।

କୁଚର କାଣ୍ଡଲା ବନ୍ଦର ନିକଟରେ ଥିବା ଏକ କଣ୍ଟେନରରୁ ଡିଆରଆଇ ୧,୪୩୯ କୋଟି ଟଙ୍କା ମୂଲ୍ୟର୨୦୫.୬ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା। କିଛି ଦିନ ତଳେ, ଡିଆରଆଇ ଏବଂ ଗୁଜୁରାଟ ଏଟିଏସ ଏକ ଶିପିଂ କଣ୍ଟେନରରୁ ୪୫୦ କୋଟି ଟଙ୍କା ମୂଲ୍ୟର ୯୦ କିଲୋଗ୍ରାମ ହେରୋଇନ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri