କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି ୩୫ ଶ୍ରମିକ

ରାଜକନିକା,୧୩ା୧୦(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲାରେ ବେକାର ହୋଇ ଗାଁରେ ବୁଲି ଗଣ୍ଡେ ଖାଇ ଢୋକେ ପିଇବା ଅପେକ୍ଷା ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯୁବପିଢ଼ି ବାହାର ରାଜ୍ୟ ଓ ଦେଶକୁ ଯାଉଛନ୍ତି। ଯେଉଁ ଦଲାଲଙ୍କ ମାଧ୍ୟମରେ ସେମାନେ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି ସେଠାରେ ପହଞ୍ଚତ୍ଲା ପରେ କେତେକ ସ୍ଥାନରେ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜିଲାର ରାଜକନିକା ବ୍ଲକ ଅଞ୍ଚଳରୁ ଆସିଛି। ବ୍ଲକ ଅଞ୍ଚଳର ପ୍ରାୟ ୩୫ ଜଣ ଶ୍ରମିକ ୩ ମାସ ତଳେ ଥାଇଲାଣ୍ଡର ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରିବାକୁ ଦଲାଲଙ୍କ ମାଧ୍ୟମରେ ଯାଇଥିଲେ। ହେଲେ ସେଠାରେ କାମ ବଦଳରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଏକ ଭିଡିଓ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ସେମାନେ ଯେଉଁ କମ୍ପାନୀରେ କାମ କରୁଛନ୍ତି ତାହାର କର୍ତ୍ତୃପକ୍ଷ ପାସ୍‌ପୋର୍ଟ, ଭିଜା ଓ ଅନ୍ୟ କାଗଜପତ୍ର ଛଡାଇ ନେଇଛନ୍ତି। ଘରକୁ ଆସିବାକୁ ଚାହିଁଲେ କମ୍ପାନୀ ଛାଡ଼ୁନି।
ସୂଚନାଯୋଗ୍ୟ, ରାଜକନିକା ବ୍ଲକ ଜୟନଗର, କାଟଣା ବଣିଆଁ ଓ କୋଇଲିପୁର ପଞ୍ଚାୟତର ପ୍ରାୟ ୩୫ଜଣ ଶ୍ରମିକ ଜଣେ ଦଲାଲଙ୍କ ମାଧ୍ୟମରେ ଥାଇଲାଣ୍ଡସ୍ଥିତ ଡ୍ୟୁଟୁଆନ କମ୍ପାନୀରେ ପ୍ଲାଏଉଡ କାମ କରିବାକୁ କହି ପଠାଇ ଥିଲେ। ହେଲେ ସେଠାରେ ଶ୍ରମିକମାନଙ୍କଠାରୁ ସେମାନଙ୍କ ପାସପୋର୍ଟ ଓ ଭିଜା କମ୍ପାନୀ କର୍ତ୍ତୃପକ୍ଷ ନେଇଯିବା ସହ ଖାଇବାକୁ ଠିକ୍‌ ଢଙ୍ଗରେ ଦେଉନାହାନ୍ତି। ଜଣେ ଶ୍ରମିକଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ୨ ମାସ ପର୍ଯ୍ୟନ୍ତ ମେଡିକାଲ ନେଲେ ନାହିଁ। ଏହାବାଦ୍‌ କାହା ଦେହ ଖରାପ ହେଲେ ମେଡିକାଲ ନେଉନାହାନ୍ତି। ଠିକ୍‌ ଭାବରେ ଦରମା ଦେଉନାହାନ୍ତି। ବନ୍ଦୀ ଭାବେ ସେମାନଙ୍କୁ ରଖାଯାଇଥିବାରୁ ତୁରନ୍ତ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଏ ନେଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ସେମାନଙ୍କୁ ତୁରନ୍ତ ସରକାରୀ ସହାୟତାରେ ଘରକୁ ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri