ପୋଲିସ ଟ୍ରେନିଂ ସେଣ୍ଟରରେ କରୋନା

ରାୟପୁର,୧୬।୭: ଛତିଶଗଡ଼ ରାଜନାନ୍ଦଗାଓଁ ସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟରରେ ବ୍ୟାପିଲା କରୋନା। ଏଠାରେ ୩୫ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଏହି ଟ୍ରେନିଂ ସେଣ୍ଟରକୁ ରାଜ୍ୟର ବିଭିନ୍ନ ଜିଲାରୁ ଯବାନମାନେ ତାଲିମ ନେବାକୁ ଆସିଥାନ୍ତି। ତେବେ ୩୫ଜଣ ଯବାନ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ ୬୫୦ ଯବାନଙ୍କ ଉପରେ ନଜର ରଖାଯାଇଛି। ବର୍ତ୍ତମାନ ଦେଶରେ କରୋନା ଡେଲ୍ଟା ଭାରିଆଣ୍ଟ ଅଧିକ ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଅଗଷ୍ଟ ଶେଷ ସପ୍ତାହରେ ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି। ଏହପରେ ସମସ୍ତ ରାଜ୍ୟରେ ଆଗୁଆ ପ୍ରସ୍ତୁତି କରାଯିବା ସହ ଉଚ୍‌ିତ ପଦକ୍ଷେପ ଗ୍ରହଣ କରାଯାଉଛି।

Share