ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି ନିଜର ଦାୟିତ୍ୱବୋଧ ପ୍ରଦର୍ଶନର ନୂଆ ପନ୍ଥା ଆପଣାଉଛନ୍ତି। ବାପାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏଡ଼ାଇବା ପାଇଁ ପିଲାମାନେ ବାପାଙ୍କ ନିମନ୍ତେ ହେଲ୍‌ଥ ଇନ୍‌ସ୍ୟୁରାନ୍ସ କରିଛନ୍ତି। ପଲିସି ବଜାରର ଏକ ରିପୋର୍ଟ ଅନୁଯାୟୀ, ସମସ୍ତ ସ୍ବାସ୍ଥ୍ୟବୀମା ଯୋଜନାର ୨୫% ବର୍ତ୍ତମାନ ବରିଷ୍ଠ ନାଗରିକଙ୍କ ପାଇଁ କିଣାଯାଉଛି। ଉଲ୍ଲେଖଯୋଗ୍ୟ, ଏହି ସ୍ବାସ୍ଥ୍ୟ ଯୋଜନାଗୁଡ଼ିକର ୩୫% ପିଲାମାନେ ସେମାନଙ୍କ ପିତାଙ୍କ ପାଇଁ କିଣନ୍ତି। ପଲିସି ବଜାର ଡଟ୍‌ କମ୍‌ର ବ୍ୟବସାୟ ମୁଖ୍ୟ ସିଦ୍ଧାର୍ଥ ସିଙ୍ଗଲ କହିଛନ୍ତି, ଏହା ବୃଦ୍ଧାବୃଦ୍ଧଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକତା ପାଇଁ ବଢ଼ୁଥିବା ସଚେତନତା ଏବଂ ଚିନ୍ତାକୁ ସୂଚାଉଛି।

ଏହା ସହି ୬୦% ଏନ୍‌ଆର୍‌ଆଇ ଗ୍ରାହକମାନେ ସେମାନଙ୍କ ପିତାମାତାଙ୍କ ପାଇଁ ଭାରତରୁ ସ୍ବାସ୍ଥ୍ୟବୀମା ଯୋଜନା କ୍ରୟ କରୁଛନ୍ତି। ଏହାଦ୍ୱାରା ପ୍ରି-ଇକ୍ସିଟିଂ ଡିଜିଜ୍‌ ହ୍ରାସ ପାଉଥିବାବେଳେ ସିଦ୍ଧାର୍ଥ ବ୍ୟାଖ୍ୟା କରିଛନ୍ତି, ଏହି ଆଡ୍‌-ଅନ୍‌ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପୂର୍ବ ସ୍ଥିତିର କଭରେଜ ପାଇଁ ଅପେକ୍ଷା ସମୟକୁ ହ୍ରାସ କରିଥାଏ, ଆବଶ୍ୟକ ଚିକିତ୍ସା ପାଇଁ ଶୀଘ୍ର ସୁବିଧା ଯୋଗାଇଥାଏ।
ଡାକ୍ତରୀ ମୁଦ୍ରାସ୍ଫୀତି ସମେତ ମୁଦ୍ରାସ୍ଫୀତି ହେତୁ ସ୍ବାସ୍ଥ୍ୟ ବଜାୟ ରଖିବା ଖର୍ଚ୍ଚ ବଢ଼ିବା ସହ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ କଭରେଜ ନିଶ୍ଚିତ କରିବା ଏହା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ବିଶେଷକରି ବରିଷ୍ଠ ନାଗରିକଙ୍କ ପାଇଁ ସମ୍ଭାବ୍ୟ ଆର୍ଥିକ ଚାପ ସୃଷ୍ଟି କରି ଚିକିତ୍ସା ଖର୍ଚ୍ଚ ବଢ଼ୁଛି। ଏଫ୍‌ପିଏସ୍‌ବି ଇଣ୍ଡିଆର ସିଇଓ କୃଷ୍ଣ ମିଶ୍ର ପିତାଙ୍କ ଦିବସକୁ ଯତ୍ନ, ପ୍ରେମ ଏବଂ କୃତଜ୍ଞତା ପ୍ରଦର୍ଶନ କରିବାର ସୁଯୋଗ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଆର୍ଥିକ ଯୋଜନା ଉପରେ ପାଠ୍ୟକ୍ରମ କିମ୍ବା ପୁସ୍ତକ ପରି ଉତ୍ସଗୁଡିକ ଉପସ୍ଥାପନ କରିବା, ଇଷ୍ଟେଟ ଏବଂ ଆର୍ଥିକ ଯୋଜନା ପାଇଁ ଏକ ଆର୍ଥିକ ଯୋଜନାକାରୀ ସହ ଏକ ପରାମର୍ଶ ସ୍ଥିର କରିବା, ଆର୍ଥିକ ଚାପ ହ୍ରାସ କରିବା ପାଇଁ ଋଣ ପରିଶୋଧରେ ଭୂମିକା, ଅପ୍ରତ୍ୟାଶିତ ପରିସ୍ଥିତି ପାଇଁ ଏକ ଜରୁରିକାଳୀନ ପାଣ୍ଠି ସ୍ଥାପନ କରିବାରେ ସାହାଯ୍ୟ କରିବା ଆଦି ଦିଗରେ ମିଶ୍ର ମତ ରଖିଛନ୍ତି। ହେଲ୍‌ଥ ଇନ୍‌ସ୍ୟୁରାନ୍ସ କ୍ରୟ କରିବା କେବଳ ଏବଂ ଯତ୍ନ ପ୍ରତିଫଳିତ କରେ ନାହିଁ ବରଂ ଭବିଷ୍ୟତର ସୁରକ୍ଷା ଏବଂ ସମୃଦ୍ଧତା ପାଇଁ ଏକ ମୂଳଦୁଆ ସୃଷ୍ଟି କରେ, ଯାହାଦ୍ୱାରା ଜଣେ ବାପାଙ୍କର ଆର୍ଥିକ ସୁସ୍ଥତା ନିଶ୍ଚିତ ହୁଏ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri