ଲାଓସରେ ୩୫ ଓଡିଆ ଶ୍ରମିକ ପଣବନ୍ଦୀ: ସୁରକ୍ଷିତ ଫେରାଇ ଆଣିବାକୁ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୧୦(ଅନିଲଦାସ): ଦକ୍ଷିଣ-ଏସିୟ ରାଷ୍ଟ୍ର ଲାଓସରେ ୩୫ ଜଣ ଓଡ଼ିଆ ଶ୍ରମିକ ପଣବନ୍ଦୀ ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମ କମିଶନର ଏନ. ଥିରୁମାଳା ନାୟକ ଏ ନେଇ ଲାଓସରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି। ଦୂତାବାସ କର୍ତ୍ତୃପକ୍ଷ ଓଡ଼ିଆ ଶ୍ରମିକମାନଙ୍କ ସହ ସମ୍ପର୍କରେ ରହିଛନ୍ତି। ସେମାନଙ୍କୁ କିପରି ସୁରକ୍ଷିତ ଭାବେ ଭାରତକୁ ଫେରାଇ ଅଣାଯିବ ସେ ନେଇ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଅବଗତ କରାଯାଇଛି।