ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ: ୩୫ ମୃତ

ହରାରେ,୧୫।୪: ଜିମ୍ବାଓ୍ବେର ଚିପିଙ୍ଗେ ଜିଲାରେ ଏକ ଟୁରିଷ୍ଟ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ବସ୍‌ଟି ୧୦୬ ଜଣ ଯାତ୍ରୀଙ୍କୁ ଧରି ଜିମ୍ବାଓ୍ବେର ପୂର୍ବାଞ୍ଚଳ ଧାର୍ମୀକ ସ୍ଥଳ ଭ୍ରମଣରେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା ଆସିଷ୍ଟାଣ୍ଡ ପୋଲିସ କମିଶନର ପାଉଲ ନ୍ୟାଥି କହିଛନ୍ତି। ଦୁର୍ଘଟଣାରେ ୭୧ ଜଣ ଆହତ ହୋଇଛନ୍ତି। ଜିମ୍ବାଓ୍ବେର ରାସ୍ତାଗୁଡ଼ିକ ଖରାପ ଅବସ୍ଥାରେ ଥିବାବେଳେ ଇଷ୍ଟର ପିରିୟଡ୍‌ ସମୟରେ ରାସ୍ତାସବୁ ଗହଳି ହେଉଥିବା କାରଣରୁ ପ୍ରାୟ ସମୟରେ ସଡ଼କ ଦୁର୍ଘଟଣା ହୋଇଥାଏ।

Share