Posted inଜାତୀୟ

ଗୋବରରୁ ପ୍ରସ୍ତୁତ ୩୫ ଫୁଟ୍‌ର ହନୁମାନଙ୍କ ମୂର୍ତ୍ତି: ହଜାର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ କ୍ଷତି

ଜୟପୁର,୧୫।୨: ରାଜସ୍ଥାନର ଜୟପୁରରେ ଗାଈ ଗୋବର ଓ ମାଟିରେ ନିର୍ମିତ ହୋଇଛି ହନୁମାନ ଜୀଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାର ଉଚ୍ଚତା ୩୫ ଫୁଟ। ମହାଲକ୍ଷ୍ମୀ ନାରାୟଣ ଧାମ ମନ୍ଦିର କମ୍ପ୍ଲେକ୍ସରେ ଏହାକୁ ପ୍ରତିଷ୍ଠା ହୋଇଛି। ଗତ ଜାନୁଆରୀ ୨୪ରେ ହନୁମାନଜୀଙ୍କ ପ୍ରତିମାକୁ ପ୍ରତିଷ୍ଠା କରାଯାଇଥିଲା।
ଏହା ବ୍ୟତୀତ ୨୦ ଫୁଟ ଲମ୍ବ ଏବଂ ୨୦ ଫୁଟ ଚଉଡାର ଗର୍ଭଗୃହ ମଧ୍ୟ ପ୍ରସ୍ତୁତ କରାଯାଇଛି। ସମଗ୍ର ମନ୍ଦିରରେ ଗୋବର ପେଷ୍ଟ ଲଗାଯାଇଛି। ଏଥିରେ ଥିବା ମୂର୍ତ୍ତିର ଆକାର ୩୫ ଫୁଟ ଉଚ୍ଚ, ୧୮ ଫୁଟ ଚଉଡା ଏବଂ ଚାରି ଫୁଟ ମୋଟା। ହନୁମାନ ଜୀଙ୍କର ଏହି ବିଶାଳ ପ୍ରତିମୂର୍ତ୍ତୀ ତିଆରି କରିବା ପାଇଁ ଗୋବରର ୨୩ ହଜାର ଇଟା ବ୍ୟବହାର କରାଯାଇଛି। ଏହା ସହିତ ଗୋବରରୁ ଗଣେଶଙ୍କର ଦେଢ ଼ଫୁଟ ଉଚ୍ଚ ପ୍ରତିମା ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି ହୋଇଛି।
ମନ୍ଦିରର ପୁରୋହିତ ବିଷ୍ଣୁ ଦତ୍ତ ଶର୍ମା କହିଛନ୍ତି, ଗାଈ ଗୋବର ଓ ମାଟିରୁ ମୂର୍ତ୍ତି ତିଆରି କରିବାକୁ ଦେଢ ବର୍ଷ ସମୟ ଲାଗିଥିଲା। ୭ ଜଣ କାରିଗର ଏହାକୁ ପ୍ରସ୍ତୁତ କରିଛନ୍ତି। ଏହାକୁ ତିଆରି କରିବାରେ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହି ପ୍ରକଳ୍ପ ଶେଷ କରିବାକୁ ଖର୍ଚ୍ଚ ୨ କୋଟି ଟଙ୍କା ହେବ।
ମନ୍ଦିର ପରିଚାଳନା ଦାବି କରିଛି ଯେ, ଗାଈ ଗୋବରର ଏହି ବିଶାଳ ପ୍ରତିମୂର୍ତ୍ତି ଏକ ହଜାର ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିବ। ଏଥିପାଇଁ ଗାଈ ଗୋବର, ମଇଦା, କାଠ, ଲୁହା, ଚୂନ ଏବଂ ପଥର ଇତ୍ୟାଦି ମୂର୍ତ୍ତି ତିଆରିରେ ମିଶ୍ରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri