ବରଗଡ଼ରୁ ୩୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୪୫ରେ ପହଞ୍ଚିଲା

ବରଗଡ଼ ଅଫିସ,୧୮।୭: ବରଗଡ଼ ଜିଲାରେ ଶନିବାର ପୁଣି ୩୫ଜଣ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ହୋଇଥିବାବେଳେ ଅନ୍ୟ ଜଣକ ପାଇକମାଲ ବ୍ଲକ ଅନ୍ତର୍ଗତ ସରେଇକେଲା ଗ୍ରାମର ବୋଲି ଜଣାପଡ଼ିଛି। ତେବେ ସରେଇକେଲା ଗ୍ରାମର ଆକ୍ରାନ୍ତ ଜଣଙ୍କ ହାଇଦ୍ରାବାଦ ଫେରନ୍ତା ଜଣେ ପ୍ରବାସୀ ଶ୍ରମୀକ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ବରଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି । ନୂଆ ଆକ୍ରାନ୍ତମାନଙ୍କୁ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।