୯ ଜିଲାପରିଷଦ ଜୋନ୍‌ ପାଇଁ ୩୫ ପ୍ରାର୍ଥୀ

ଝାରସୁଗୁଡ଼ା ଅଫିସ,୨୩।୧: ଝାରସୁଗୁଡା ଜିଲାର ୯ ଜିଲା ପରିଷଦ ଜୋନ୍‌ ପାଇଁ ୩୫ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶନିବାର ନିର୍ବାଚନ ଅଧିକାରୀଙ୍କ ତରଫରୁ ଏହାର ଯାଞ୍ଚ କରାଯାଇଥିଲା। ଏହା ପୂର୍ବରୁ ଲଖନପୁର ବ୍ଲକ୍‌ ୨ନଂ ଜିଲା ପରିଷଦ ଜୋନ୍‌ରେ ଭାଜପାରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଉତ୍ତମ ନେଗୀଙ୍କ ୩ ସନ୍ତାନ ଥିବା ଦର୍ଶାଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅକ୍ଷୟ ସାହୁ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଶିବ ଟପ୍ପୋଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ, ଉତ୍ତମଙ୍କ ତୃତୀୟ ସନ୍ତାନ ୧୯୯୪ ଅକ୍ଟୋବର ୩୧ ପରେ ଜନ୍ମ ହୋଇଛନ୍ତି। ଏହାର ପ୍ରମାଣରେ ସେ ସମରବଗା ହାଇସ୍କୁଲ୍‌ରୁ ତାଙ୍କ ତୃତୀୟ ସନ୍ତାନଙ୍କ ଜନ୍ମ ତାରିଖ ୧୯୯୫ ଏପ୍ରିଲ ୨୫ତାରିଖ ବୋଲି ଏକ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ଏହାର ଜବାବରେ ଉତ୍ତମ ତାଙ୍କ ତୃତୀୟ ସନ୍ତାନର ଜନ୍ମ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ଯେଉଁଥିରେ ୧୯୯୪ ଜୁଲାଇ ୧୫ତାରିଖ ଉଲ୍ଲେଖ ରହିଛି ା ନିର୍ବାଚନ ଅଧିକାରୀ ଟପ୍ପୋଙ୍କ ନେତୃତ୍ୱରେ ଏହାର ବିଚାର କରାଯାଇ ରାୟ ପ୍ରକାଶ ପାଇଥିଲା। ନିର୍ବାଚନ ଅଧିକାରୀ ଭାଜପା ପ୍ରାର୍ଥୀ ନେଗୀଙ୍କ ନାମାଙ୍କନ ପତ୍ର କାୟମ କରି ସିଦ୍ଧ ଘୋଷଣା କରିଥିଲେ। ଫଳରେ ଦାଖଲ ହୋଇଥିବା ୩୫ନାମାଙ୍କନ ପତ୍ର କାଏମ ରହିଛି ବୋଲି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ‘ଯୋଗ ଦିବସ’

କୋକସରା,୨୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଅଧୀନ ଲଡୁଗାଁ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୋକସରା ଓ ଭାଜପା ପକ୍ଷରୁ ମଙ୍ଗଳବାର ଅନ୍ତର୍ଜାତୀୟ...

ମେସ୍କୋ ଗ୍ରୁପ୍‌ ଅଧ୍ୟକ୍ଷାଙ୍କୁ ନଜରବନ୍ଦୀ ଘଟଣା: କର୍ମଚାରୀ ସଂଘ ସହ ଚାଲିଛି ଆଲୋଚନା

କଳିଙ୍ଗନଗର,୪।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସର ବକେୟା ଦରମା ପାଇ ନ ଥିବାରୁ...

୨ ଲକ୍ଷ ଟଙ୍କା ପାଇଁ ମହିଳାଙ୍କୁ ନିର୍ଯାତନା

ନିମାପଡ଼ା,୭।୧୦(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅନ୍ତର୍ଗତ ଗୁହାଳପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ୨ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହି ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ନେଇ ବୁଧବାର...

ରୋଗୀ ନେବା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦାବି କଲେ ଅର୍ଥ, ଭିଡିଓ ଭାଇରାଲ

ଜଳେଶ୍ୱର,୨୪।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ରୋଗୀଙ୍କ...

ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ,୧୬ା୭(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୮...

କୋଭିଡ୍‌ ସ୍ଥିତି ସମୀକ୍ଷା: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ

ସୁନ୍ଦରଗଡ଼,୯।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ବିଶେଷକରି ରାଉରକେଲା ମହାନଗର ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ...

ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍‌ତରୀ ଦଲ

  ପର୍ଲା, ୨୪।୧୨ (ଡି.ଏନ୍‌.ଏ.)- ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍‌ରେ ଖବର ବାହାରିଥିଲା।...

ଉଚ୍ଛେଦ ପ୍ରକ୍ରିୟା ବିଳମ୍ବକୁ ନେଇ ଉତ୍ତେଜନା

ବଇଣ୍ଡା,୪।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ଗ୍ରାମ ଦେଇ ଯାଇଥିବା ୫୫ନଂ. ଜାତୀୟ ରଜପଥ ପାର୍ଶ୍ୱରୁ ମଙ୍ଗଳବାର ଉଚ୍ଛେଦ ବିଳମ୍ବକୁ ନେଇ ଉତ୍ତେଜନା ଦେଖାଦେଇଥିଲା।...

Advertisement
Archives

Model This Week