କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଛି। ଏହି ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ, ଭଞ୍ଜନଗରର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି)ରେ ୩୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡ଼ିଛି।

ସାବିତ୍ରୀ ମହିଳା ମହାବିଦ୍ୟାଳୟର ସଭାନେତ୍ରୀ ଭାବେ ଦୀପିକା ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାନେତ୍ରୀ ଭାବେ ସୁଶ୍ରିତା ପଣ୍ଡା, ସାଧାରଣ ସମ୍ପାଦିକା ଭାବେ ଅଙ୍କିତା ଗୌଡ଼, ସହସମ୍ପାଦିକା ଭାବେ ପ୍ରିୟଙ୍କା ପ୍ରିୟଦର୍ଶନୀ ଷଡ଼ଙ୍ଗୀ, ସହକାରୀ ସାଂସ୍କୃତିକ ସମ୍ପାଦିକା ଭାବେ ଅଙ୍କିତା ଗୌଡ଼, କ୍ରୀଡ଼ା ସମ୍ପାଦିକା ଭାବେ ପୁଷ୍ପାଞ୍ଜଳି ସେଠୀ, ସହକ୍ରୀଡ଼ା ସମ୍ପାଦିକା ଭାବେ ସୁନିତା ନାୟକ, ନାଟ୍ୟ ସଂସଦ ସମ୍ପାଦିକା ଭାବେ ନନ୍ଦିନୀ ନାୟକ ଏବଂ ସହକାରୀ ନାଟ୍ୟ ସମ୍ପାଦିକା ଭାବେ ବିସ୍ମିତା ବିଶ୍ୱାଳ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚିତ ଛାତ୍ରୀ ପ୍ରତିନିଧିମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

ସେହିପରି, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସଭାପତି ପଦବୀ ପାଇଁ ୩ ଜଣ, ଉପସଭାପତି ପଦବୀ ପାଇଁ ୩ ଜଣ, ସାଧାରଣ ସମ୍ପାଦକ ପଦବୀ ପାଇଁ ୪ ଜଣ ଏବଂ ସହକାରୀ ସାଧାରଣ ସମ୍ପାଦକ ପଦବୀ ପାଇଁ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିସହ ଅନ୍ୟାନ୍ୟ ପଦବୀ ପାଇଁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି।

 

Dharitri – Odisha’s No.1 Odia Daily

Share