Posted inଜାତୀୟ

୩୪ ବର୍ଷ ପରେ ବଦଳିଲା ଭାରତର ଶିକ୍ଷାନୀତି: ସ୍କୁଲ, କଲେଜ ବ୍ୟବସ୍ଥାରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୭: ଭାରତରେ ପ୍ରଥମ ଥର ପାଇଁ ୩୪ ବର୍ଷ ପରେ  ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି। ମୋଦି ସରକାର ଏହି ନୂଆ ଶିକ୍ଷାନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ନୂଆ ଶିକ୍ଷା ନୀତି ୨୦୨୦କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିସହ ସ୍କୁଲ ଓ କଲେଜ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ନୂଆ ଶିକ୍ଷାନୀତିରେ ୨୦୩୫ ସୁଦ୍ଧା ମୋଟ ନାମଲେଖା ଅନୁପାତକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଶିକ୍ଷାରେ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ନୂଆ ଶିକ୍ଷାନୀତିର କେତେକ ମୁଖ୍ୟ ବିଷୟ:
୧. ଜାତୀୟ ଶିକ୍ଷାନୀତିରେ ବିଷୟଗୁଡ଼ିକର ନମନୀୟତା ଦୃଷ୍ଟିରୁ ସାମଗ୍ରିକ ଓ ବହୁମୁଖୀ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି।
୨. ଏମ୍‌ଫିଲ୍‌ ପାଠ୍ୟକ୍ରମ ନୂଆ ଶିକ୍ଷାନୀତି ଅନୁସାରେ ଚାଲୁ ରହିବ। ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ ଏବଂ ପିଏଚ୍‌ଡି ଇଣ୍ଟରଡିସିପ୍ଲିନାରି ସ୍ତରରେ ରହିବ।
୩. ଆଇନ ଓ ଡାକ୍ତରୀ ବ୍ୟତୀତ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏକମାତ୍ର ରେଗୁଲେଟର (ନିୟନ୍ତ୍ରକ) ଦ୍ୱାରା ପରିଚାଳିତ ହେବେ।
୪. କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିରେ ଘରୋଇ ଓ ସରକାରୀ ଉଚ୍ଚ ଶିକ୍ଷା ଅନୁଷ୍ଠାନ କ୍ଷେତ୍ରରେ ସାଧାରଣ ନିୟମ ଲାଗୁ ରହିବ।
୫. ଅନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି ଶିକ୍ଷାନୁଷ୍ଠାନଗୁଡ଼ିକୁ ଶୈକ୍ଷିକ, ପ୍ରଶାସନିକ ଓ ଆର୍ଥିକ ସ୍ବାୟତ୍ତତା ପ୍ରଦାନ, ସମସ୍ତ ଉଚ୍ଚଶିକ୍ଷା ପାଇଁ ଜଣେ ରେଗୁଲେଟର, ଇନ୍ସପେକ୍ସନ ଲାଗି ଏକ ଆତ୍ମପ୍ରକଟୀକରଣ ଭିତ୍ତିକ ସ୍ବଚ୍ଛ ବ୍ୟବସ୍ଥା ଅଧୀନରେ କାର୍ଯ୍ୟ କରିବା।
୬. ଇ-କୋର୍ସଗୁଡ଼ିକୁ ଆଞ୍ଚଳିକ ଭାଷାରେ ବିକଶିତ କରାଯିବ। ଭର୍ଚୁଆଲ ଲ୍ୟାବ୍‌ ବିକଶିତ କରାଯିବା ସହ ଏକ ନ୍ୟାଶନାଲ ଏଜୁକେଶନାଲ ଟେକ୍ନୋଲୋଜି ଫୋରମ୍‌ (ଏନ୍‌ଇଟିଏଫ୍‌) ପ୍ରତିଷ୍ଠା କରାଯିବ।
୭. ଆମ ଦେଶରେ ୪୫,୦୦୦ରୁ ଊର୍ଦ୍ଧ୍ୱ ସହଅନୁବନ୍ଧିତ ମହାବିଦ୍ୟାଳୟ ରହିଛି। ଏହି କଲେଜଗୁଡ଼ିକୁ ସେମାନଙ୍କ ଆକ୍ରେଡିଶନ ସ୍ଥିତି ଅନୁସାରେ ସ୍ବାୟତ୍ତତା, ପ୍ରଶାସନିକ ଓ ଆର୍ଥିକ ନିଷ୍ପତ୍ତିଗତ କ୍ଷମତା ପ୍ରଦାନ କରାଯିବ।
୮. ବୋର୍ଡ ପରୀକ୍ଷା ବୋଝ କମିଯିବ ଏବଂ ଘୋଷା ଶିକ୍ଷା ବଦଳରେ ପ୍ରକୃତ ଜ୍ଞାନର ପରୀକ୍ଷା ହେବ।
୯. ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ କରାଯିବ।
୧୦. ରିପୋର୍ଟ କାର୍ଡ ମାର୍କ ଓ ଷ୍ଟେଟମେଣ୍ଟ ବଦଳରେ ଦକ୍ଷତା ଓ ସାମର୍ଥ୍ୟର ଏକ ବିସ୍ତୃତ ରିପୋର୍ଟ ହେବ।
୧୧. ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟା ଉପରେ ଜାତୀୟ ମିଶନ ଗୁରୁତ୍ୱ ଦେବ।
୧୨. ଶିକ୍ଷଣୀୟ ଢାଞ୍ଚାର ପାଠ୍ୟକ୍ରମରେ କେତେକ ବଡ଼ ପରିବର୍ତ୍ତନର ଘୋଷଣା କରାଯାଇଛି। ଷ୍ଟ୍ରିମ୍‌ଗୁଡ଼ିକ ମଧ୍ୟରେ ପୃଥକୀକରଣ ଜଟିଳ ହେବ ନାହିଁ। ଧନ୍ଦାମୂଳକ, ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଓ ଅତିରିକ୍ତ ପାଠ୍ୟକ୍ରମକୁ ମଧ୍ୟ ହଟାଇ ଦିଆଯିବ।
୧୩. ଛାତ୍ରୀଛାତ୍ରଙ୍କ ଯୋଗ୍ୟତା ମାପିବା ପାଇଁ ନ୍ୟାଶନାଲ ଆସେସ୍‌ମେଣ୍ଟ ସେଣ୍ଟର ‘ପ୍ରକାଶ’ ପ୍ରତଷ୍ଠା କରାଯିବ।
୧୪. ପ୍ରଚଳିତ ଏନ୍‌ଇପି ୧୯୮୬ରେ ପ୍ରଣୟନ ହୋଇଥିଲା। ୧୯୯୨ରେ ଏହାକୁ ରିଭାଇଜ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri