Categories: ଜାତୀୟ

ଡାଇଭୋର୍ସ ମାଗିବାରୁ ହାଣିଦେଲେ

ମୁମ୍ବାଇ,୨୨।୧୨: ଘରୋଇ କଳହକୁ କେନ୍ଦ୍ର କରି ୩୪ ବର୍ଷୀୟା ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ଘଟଣାଟି ଘଟିଛି ମୁମ୍ବାଇ ଉପକଣ୍ଠ ଜୋଗେଶ୍ୱରୀ ଅଞ୍ଚଳରେ। ତେବେ ଦିଲଶାଦ ଖାନ ଡାଇଭୋର୍ସ ଦାବି କରିବାରୁ ତାଙ୍କ ସ୍ବାମୀ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ବୁଧବାର ପୋଲିସ ପକ୍ଷରୁ କୁହାଯାଇଛି।

ଦିଲଶାଦଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ନେଇଯାଇଥିଲେ। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Share