ଧାନ ବିକ୍ରି ଅପେକ୍ଷାରେ ୩୪ହଜାର ଚାଷୀ

ଭଦ୍ରକ ଅଫିସ, ୧୬।୨: ଭଦ୍ରକ ଜିଲାକୁ ସରକାରଙ୍କ ପକ୍ଷରୁ ମିଳିଥିବା ଟାର୍ଗେଟ୍‌ ସରି ଆସୁଥିବା ବେଳେ ଧାନ ବିକି ନ ପାରିବା ନେଇ ଚାଷୀଙ୍କ ଅସନ୍ତୋଷ ବଢ଼ି ଚାଲିଛି। ଧାନ ବିକି ପାରି ନ ଥିବା ଚାଷୀମାନେ ବିଭିନ୍ନ ସମୟରେ ରାସ୍ତାରୋକୋ କରୁଛନ୍ତି ତ ବିଭିନ୍ନ ମଣ୍ଡିରେ ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ଅପରପକ୍ଷେ ଟୋକନ ବାତିଲ ହେଉଥିବା ଚାଷୀମାନେ ରାଜ୍ୟ ବାହାରୁ ଆସୁଥିବା ଦଲାଲମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଜିଲାର ବିଭିନ୍ନ ବ୍ଲକରୁ ଶତାଧିକ ଟ୍ରକ୍‌ ଧାନ ଲୋଡ୍‌ ହୋଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।

ଚଳିତବର୍ଷ ଖରିଫ ଧାନ ବିକ୍ରି ପାଇଁ ୮୯,୧୩୩ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୫୫ ହଜାର ଜଣ ଧାନ ବିକ୍ରି କରିଥିବା ଯୋଗାଣ ନିଗମ ପକ୍ଷରୁ ସୂଚନା ମିଳିଛି। ଆହୁରି ୩୪ ହଜାର ଚାଷୀ ଧାନ ବିକ୍ରି ଅପେକ୍ଷାରେ ଥିବାବେଳେ ସରକାରଙ୍କ ପକ୍ଷରୁ ମଣ୍ଡିକୁ ଅଧିକ ଟାର୍ଗେଟ ଦିଆଯାଇ ନାହିଁ। ଜିଲାରୁ ୨୬ ଲକ୍ଷ ୧୩ ହଜାର ୭୩୫ କୁଇଣ୍ଟାଲ ଧାନ କିଣିବା ଲାଗି ଟାର୍ଗେଟ୍‌ ଦିଆଯାଇଥିଲା। ଚଳିତ ମାସ ୧୧ ତାରିଖ ସୁଦ୍ଧା ୧୯ ଲକ୍ଷ ୪୪ ହଜାର ୭୮୪ କୁଇଣ୍ଟାଲ ଧାନ କିଣାଯାଇଛି।

ଏହାମଧ୍ୟରେ ବହୁ ଚାଷୀଙ୍କ ଟୋକନ ବାତିଲ ହୋଇଗଲାଣି। ପ୍ରଥମେ ଧାନ ବିକିଥିବା ଚାଷୀଙ୍କର ୨ୟ ଟୋକନ ମଧ୍ୟ ବାତିଲ ହୋଇଯାଇଛି। କେତେକ ମଣ୍ଡିରୁ ଧାନ ଉଠି ପାରୁ ନ ଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ମଣ୍ଡି କର୍ମକର୍ତ୍ତା ଓ ମିଲର କାଗଜପତ୍ରରେ ଧାନ କିଣି ଟାର୍ଗେଟ୍‌ ସାରି ଦେଉଥିବା ବେଳେ ଚାଷୀଙ୍କ ଧାନ ବିକ୍ରି ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ଏବେ ୬ ଲକ୍ଷ କୁଇଣ୍ଟାଲ ଟାର୍ଗେଟ ଥିବାବେଳେ ୩୪ ହଜାର ଚାଷୀଙ୍କ ଧାନ କେମିତି କିଣାଯିବ ସେ ନେଇ ପ୍ରଶାସନ ଚିନ୍ତାରେ। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା କହିଛନ୍ତି, ଜିଲାରେ ନିୟୋଜିତ ଥିବା ମିଲରମାନେ ପ୍ରାୟ ଟାର୍ଗେଟ୍‌ ଅନୁସାରେ ଧାନ କିଣି ସାରିଥିବା ବେଳେ ଜିଲା ବାହାର ମିଲର ଗାଡ଼ି ପଠାଇ ଧାନ ଉଠାଉ ନାହାନ୍ତି। ଫଳରେ ଧାନକିଣାରେ ବିଳମ୍ବ ହେଉଛି। ପ୍ରଥମରୁ ଅଧିକ ଟାର୍ଗେଟ୍‌ ଦିଆଯାଇ ନ ଥିବାରୁ ଚଳିତବର୍ଷ ଧାନକ୍ରୟରେ ବିଳମ୍ବ ଦେଖାଦେଇଛି। ତେବେ ସରକାର ଧାନକିଣା ଟାର୍ଗେଟ ନ ବଢ଼ାଇଲେ ବାହାର ରାଜ୍ୟରୁ ଆସୁଥିବା ଧାନ ବେପାରୀ ଓ ଦଲାଲମାନେ ଫାଇଦା ଉଠାଇବେ। ବାଧ୍ୟହୋଇ କମ୍‌ ଦରରେ ଧାନ ବିକିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ ଉପାୟ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri