ରାଜ୍ୟର ୩୪ ଜଣଙ୍କୁ ମିଳିଲା ପୋଲିସ ମେଡାଲ

ଭୁବନେଶ୍ବର,୨୬।୧(ବ୍ୟୁରୋ) : କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟର ୩୪ ଜଣ ପୋଲିସ ମେଡାଲ ପ୍ରଦାନ କରାଯାଇଛି। ଟୁଇନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ କୁମାର ମହାପାତ୍ରଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିଛି। ଚନ୍ଦକା ଏସ୍‌ଓଜିର ୨ ଜଣ କମାଣ୍ଡୋ କୁମାର କର୍ମି ଓ ପୀତବାସ ପାଣ୍ଡେଙ୍କୁ ସାହାସିକତା ପୁରସ୍କୃତ କରାଯାଇଥିବା ବେଳେ ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ସେହିପରି ୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ପ୍ରଦାନ କରାଯାଇଛି।
ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ ଗୁରୁବାର ଲୋକସେବା କନଭେନଶନ ସେଣ୍ଟରରେ ଆୟୋଜିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।