ଭୋଟର ତାଲିକାରୁ ୩୪ ବାଦ୍‌

ଜଗତ୍‌ସିଂହପୁର ଅଫିସ,୪।୬: ଭୋଟର ତାଲିକାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ପ୍ରତ୍ୟେକ ବର୍ଷ ଉଦ୍ୟମ ହେଉଛି। ଏହା ଭିତରେ ସ୍ପେଶିଆଲ ସମରୀ ରିଭିଜନ୍‌ ଅଫ୍‌ ଫଟୋ ଇଲେକ୍ଟୋରାଲ ରୋଲ୍‌ ୨୦୨୧ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ଦୁଃଖର କଥା, ଅନେକ ବ୍ୟକ୍ତି ନାମ ପଞ୍ଜୀକରଣ ପାଇଁ ଆବେଦନ କରୁଥିଲେ ସୁଦ୍ଧା ସେମାନଙ୍କୁ ନିରାଶ କରାଯାଉଛି। ଗୁରୁବାର ଅନଲାଇନ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସରେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ତିର୍ତ୍ତୋଲ ବ୍ଲକର ଦେବୀଦତ୍ତ ନାୟକ, ଦୀପ୍ତିରଞ୍ଜନ ଦାଶ, ପ୍ରୀତି ଦାସ, ପ୍ରୀତିଶ ଦାସ, ଗଣେଶ କୁମାର ରାଉତ, କରିସ୍ମା ରାଉତ ଓ ସାଗରିକା ଖୁଣ୍ଟିଆଙ୍କ ସମେତ ଏକାଧିକ ଲୋକ। ସେମାନେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି, ଗୋପାଳପୁର ପଞ୍ଚାୟତର ବୁଥ ସଂଖ୍ୟା ନଂ.୨୨୯ର ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ବିଏଲ୍‌ଓ ଅଞ୍ଜନା ସ୍ବାଇଁଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରି ଫର୍ମ ନଂ.୬ ପୂରଣ କରି ଆବେଦନ କରିଥିଲେ। ପ୍ରମାଣ ସ୍ବରୂପ ରସିଦ ମଧ୍ୟ ନେଇଥିଲେ। କିନ୍ତୁ ୧୫ା୧ା୨୧ରେ ଜାଣିବାକୁ ପାଇଲେ ସେମାନଙ୍କ ନାମ ଭୋଟର ତାଲିକାରେ ନାହିଁ । ତେଣୁ ସେମାନେ ତିର୍ତ୍ତୋଲ ବ୍ଲକର ଜିପିଇଓ ତଥା ଅତିରିକ୍ତ ଇଲେକ୍ଟୋରାଲ ଅଫିସରଙ୍କୁ ଭେଟି ଏସବୁ ବିଷୟରେ ଜଣାଇଥିଲ। ଏସବୁ ଆବେଦନ ପତ୍ର ଉପଜିଲାପାଳ ତଥା ଜିଲା ଇଲେକ୍ଟୋରାଲ ରେଜିଷ୍ଟ୍ରେଶନ୍‌ ଅଫିସରଙ୍କୁ ପ୍ରେରଣ କରାଯାଇଥିବା ଜିପିଇଓ କହିଥିଲେ। ତାପରେ ସେମାନେ ଜଗତ୍‌ସିଂହପୁର ଉପଜିଲାପାଳଙ୍କୁ ଭେଟିଥିଲେ। ୧୫ ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ଏନେଇ ୧୫ ଦିନ ପରେ ପୁନର୍ବାର ଉପଜିଲାପାଳଙ୍କୁ ସାକ୍ଷାତ୍‌ କରିବାରୁ ସେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଡାକି ଦରଖାସ୍ତ ଫର୍ମ କୁଆଡେ ଗଲା ଖୋଜି ବାହାର କରିବାକୁ କହିଥିଲେ । କିନ୍ତୁ ଦରଖାସ୍ତ ଫର୍ମ ମିଳୁନାହିଁ, ବ୍ଲକରୁ ବୋଧେ ଆସି ନ ଥିବା ଡାଟା ଏଣ୍ଟ୍ରି ଅପରେଟର କହିଥିଲେ। ତାପରେ ସତ୍ୟାସତ୍ୟ ଜାଣିବା ପାଇଁ ଆବେଦନକାରୀମାନେ ସୂଚନା ଅଧିକାର ଆଇନ ବଳରେ ଜିପିଇଓଙ୍କ ନିକଟରେ ଦରଖାସ୍ତ କରିଥିଲେ। ଏଥିରେ ଉପଜିଲାପାଳ ତଥା ଡିଇଆର୍‌ଓଙ୍କୁ ପ୍ରେରଣ କରାଯାଇଥିବା ଆବ୍‌ଷ୍ଟ୍ରାକ୍ଟ ରିପୋର୍ଟର ତଥ୍ୟ ମାଗିଥିଲେ। ତଥ୍ୟ ମିଳିଥିଲା। ଏଥିରୁ ଜଣାଯାଇଥିଲା ଯେ, ବୁଥ୍‌ ସଂଖ୍ୟା ୨୨୯ରେ ସମୁଦାୟ ୬୪ ଜଣ ଫର୍ମ ନଂ.୬ରେ ଆବେଦନ କରିଥିଲେ। ଏହାକୁ ଜିପିଇଓ ଉପଜିଲାପାଳଙ୍କୁ ପ୍ରେରଣ କରିଥିଲେ। ୧୫ା୧ା୨୧ରେ ପ୍ରକାଶନ ଯୋଗେ ତାଲିକାରେ ୩୩ ଜଣଙ୍କ ନାମ ପ୍ରକାଶ ପାଇଥିଲା। ସେଥିରୁ ୩୦ ଜଣ ଫର୍ମ ଦାଖଲ କରି ଓ ୩ ଜଣ ଅନଲାଇନ୍‌ରେ ଆବେଦନ କରିଥିଲେ। ଅବଶିଷ୍ଟ ୩୪ ଜଣଙ୍କ ନାମ ତାଲିକାରୁ ବାଦ୍‌ ପଡିଛି। ଗୋଟିଏ ଆବ୍‌ଷ୍ଟ୍ରାକ୍ଟରେ ଯାଇଥିବା ନାମ ମଧ୍ୟରୁ ଏତେ ଜଣଙ୍କ ନାମ କିପରି ବାଦ ପଡିଲା ତାହା ଆବେଦନକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଉପଜିଲାପାଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କଟିଯାଇଥିବା ଆବେଦନକାରୀଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ଦାବି ହୋଇଛି।
ଏ ସମ୍ପର୍କରେ ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି, ତାଙ୍କ ଉପରେ କୌଣସି ରାଜନୈତିକ ପ୍ରଭାବ ନାହିଁ। ଏଭଳି ଅଭିଯୋଗ ଅମୂଳକ। କୌଣସି ସ୍ଥାନରେ ତ୍ରୁଟି ଥାଇପାରେ। ଏଥିଯୋଗୁ ୩୪ ଜଣଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିନାହିଁ। ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri