Posted inଜାତୀୟ

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକାରେ ୩୪ ମନ୍ତ୍ରୀ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଶନିବାର ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଉକ୍ତ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବାରାଣସୀ ଆସନରୁ ଲଢ଼ିବାକୁ ଥିବାବେଳେ ଅମିତ୍‌ ଶାହା ଗୁଜରାଟର ଗାନ୍ଧୀନଗରରୁ ଏବଂ ରାଜନାଥ ସିଂ ଲକ୍ଷ୍ନୌରୁ ଲଢ଼ିବେ। ପ୍ରାର୍ଥୀ ତାଲିକାରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ନାଁ ରହିଛି। ବିର୍ଲା ରାଜସ୍ଥାନର କୋଟା ଆସନରୁ ଲଢ଼ିବାକୁ ସ୍ଥିର ହୋଇଥିବାବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଆସନରୁ ପ୍ରାର୍ଥୀ ହେବେ। ପ୍ରାର୍ଥୀ ତାଲିକାରେ ଥିବା ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ସ୍ମୃତି ଇରାନୀ, ମନସୁଖ ମାଣ୍ଡବ୍ୟ, ଜିତେନ୍ଦ୍ର ସିଂ, ସର୍ବାନନ୍ଦ ସୋନୋଓ୍ବାଲ, ଗଜେନ୍ଦ୍ର ଶେଖାଓ୍ବତ୍‌, ଭୂପେନ୍ଦ୍ର ଯାଦବ, ଜି. କିଷନ ରେଡ୍ଡୀ, କିରେନ୍‌ ରିଜିଜୁ, ଜ୍ୟୋତିରାଦିତ୍ୟ ସିନ୍ଧିଆ,
ରାଜୀବ ଚନ୍ଦ୍ରଶେଖର, ଅର୍ଜୁନ ରାମ ମେଘଓ୍ବାଲ ଏବଂ ଅର୍ଜୁନ ମୁଣ୍ଡା। ବିପୁଳ ଜନାଦେଶ
ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା ତୃତୀୟ ଥର ସରକାର ଗଢ଼ିବ ବୋଲି ପ୍ରାର୍ଥୀ ତାଲିକା ଘୋଷଣା ଅବସରରେ ଭାଜପା ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଭାଜପା ନିଜର ସ୍ଥିତି ବଢ଼ାଇବା ସହ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୨୮ ମହିଳା ଏବଂ ୪୭ ଯୁବନେତା ରହିଛନ୍ତି। ଉତ୍ତରପ୍ରଦେଶର ୫୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ପଶ୍ଚିମବଙ୍ଗର ୨୦ ଏବଂ ଦିଲ୍ଲୀର ୫ ଆସନ ନିମନ୍ତେ ପ୍ରାର୍ଥୀଙ୍କ ନଁା ପ୍ରକାଶ ପାଇଛି। ଦିଲ୍ଲୀରେ ରମେଶ ବିଧୁରୀ, ପର୍ଭେଶ ବର୍ମା, ମୀନାକ୍ଷୀ ଲେଖି ଏବଂ ହର୍ଷବର୍ଦ୍ଧନଙ୍କୁ ସେମାନଙ୍କ ଆସନରୁ ବାଦ୍‌ ଦିଆଯାଇଥିବାବେଳେ ଭୋପାଳ ଆସନରୁ ସାଧ୍ୱୀ ପ୍ରଜ୍ଞା ଠାକୁର ବାଦ୍‌ ପଡ଼ିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂଶୁରୀଙ୍କୁ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ପଶ୍ଚିମ ଦିଲ୍ଲୀରୁ କମଲଜିତ ସେହରାଓ୍ବତ, ଦକ୍ଷିଣ ଦିଲ୍ଲୀରୁ ବିଧାୟକ ରାମବୀର ସିଂ ବିଧୁରୀ, ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲଓ୍ବାଲ ଏବଂ ଉତ୍ତରପୂର୍ବ ଦିଲ୍ଲୀ ଆସନରୁ ମନୋଜ ତିଓ୍ବାରୀ ଲଢ଼ିବେ। ଭୋଜପୁରୀ ଗାୟକ ତଥା ଅଭିନେତା ପଓ୍ବନ ସିଂଙ୍କୁ ପଶ୍ଚିମବଙ୍ଗର ଆସାନସୋଲ୍‌ରୁ ପ୍ରାର୍ଥୀ କରାଯାଇଛି।
ସେହିପରି ଉତ୍ତରପ୍ରଦେଶର ପୂର୍ବତନ ବିଏସ୍‌ପି ଏମ୍‌ପି ରିତେଶ ପାଣ୍ଡେଙ୍କୁ ଭାଜପା ଆମ୍ବେଡ୍‌କର ନଗରରୁ ପ୍ରାର୍ଥୀ କରିଥିବାବେଳେ ହେମା ମାଳିନୀ, ରବି କିଷନ, ଅଜୟ ମିଶ୍ରା ଟେନି, ମହେଶ ଶର୍ମା, ଏସ୍‌ପିଏସ୍‌ ବାଘେଲ ଏବଂ ସାକ୍ଷୀ ମହାରାଜ ସେମାନଙ୍କ ପୂର୍ବ ଆସନରେ ଲଢ଼ିବେ। ଝାଡ଼ଖଣ୍ଡର ସିଂହଭୂମ ଆସନରେ ପୂର୍ବତନ କଂଗ୍ରେସ ଏମ୍‌ପି ଗୀତା କୋଡ଼ାଙ୍କୁ ପ୍ରାର୍ଥୀ କରାଯାଇଛି। ୨୦୧୯ ନିର୍ବାଚନରେ ଭାଜପା ୩୦୩ ଆସନ ଜିତିଥିବାବେଳେ ଏବେ ଲୋକ ସଭାରେ ଏହାର ୨୯୦ ଜଣ ସଦସ୍ୟ ରହିଛନ୍ତି। ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିକଟରେ କେତେଜଣ ଏମ୍‌ପି ଇସ୍ତଫା ଦେଇଥିଲେ।
ଗତ ଗୁରୁବାର ବିଳମ୍ବିତ ରାତିରେ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ବସି ପ୍ରାର୍ଥୀମାନଙ୍କ ନାଁ ଚୂଡ଼ାନ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ରାଜନାଥ ସିଂ ପ୍ରମୁଖ ସିଇସି ସଦସ୍ୟମାନେ ବିଭିନ୍ନ ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସମ୍ପର୍କରେ ଆଲୋଚନା କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ଶାହା ଏବଂ ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ବିଚାରବିମର୍ଶ କରିଥିଲେ। ଆସନ୍ତା ସପ୍ତାହରେ ପରିବର୍ତ୍ତୀ ସିଇସି ବୈଠକ ବସି ଅନ୍ୟ ଆସନ ପାଇଁ ପ୍ରାର୍ଥୀମାନଙ୍କ ନାଁ ଉପରେ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ଅଗଷ୍ଟକୁ ୟୁକ୍ରେନ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ଏହା ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 23 ଅଗଷ୍ଟରେ ୟୁକ୍ରେନ ଗସ୍ତ କରିବେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ। ରୁଷିଆ-ୟୁକ୍ରେନ ସହିତ...

ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର, ଆଣିବେ ବିଲ୍‌

ନୂଆଦିଲ୍ଲୀ,୨୭।୭: ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା କଷିଲେଣି ମୋଦି ସରକାର। ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ କରି ସାରିଲେଣି। ଏଥିପାଇଁ ମୋଦି...

ଯଦି ବିଜେଡି ଇଣ୍ଡିଆ ମେଣ୍ଟରେ ସାମିଲ ହୁଏ, ରାଜ୍ୟ ସଭାରେ ପଲଟିଯିବ ନମ୍ବର ଗେମ୍‌, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୭।୭: ଏଥର ଲୋକ ସଭା ନିର୍ବାଚନ ପରେ ଦେଶର ରାଜନୈତିକ ପରିସ୍ଥିତି ଅନେକାଂଶରେ ବଦଳିଥିବା ପରି ମନେ ହେଉଛି। ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା)...

ମାୟାନଗରୀରେ ଭଶୁୁଡ଼ିଲା ୩ ମହଲା କୋଠା, ଚାପିହୋଇ ରହିଛନ୍ତି ଲୋକେ

ମୁମ଼୍ବାଇ,୨୭।୦୭: ମୟାନଗରୀ ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଭଙ୍ଗା ଛାତ ତଳେ କିଛି...

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri