Posted inଜାତୀୟ

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକାରେ ୩୪ ମନ୍ତ୍ରୀ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଶନିବାର ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଉକ୍ତ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବାରାଣସୀ ଆସନରୁ ଲଢ଼ିବାକୁ ଥିବାବେଳେ ଅମିତ୍‌ ଶାହା ଗୁଜରାଟର ଗାନ୍ଧୀନଗରରୁ ଏବଂ ରାଜନାଥ ସିଂ ଲକ୍ଷ୍ନୌରୁ ଲଢ଼ିବେ। ପ୍ରାର୍ଥୀ ତାଲିକାରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ନାଁ ରହିଛି। ବିର୍ଲା ରାଜସ୍ଥାନର କୋଟା ଆସନରୁ ଲଢ଼ିବାକୁ ସ୍ଥିର ହୋଇଥିବାବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଆସନରୁ ପ୍ରାର୍ଥୀ ହେବେ। ପ୍ରାର୍ଥୀ ତାଲିକାରେ ଥିବା ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ସ୍ମୃତି ଇରାନୀ, ମନସୁଖ ମାଣ୍ଡବ୍ୟ, ଜିତେନ୍ଦ୍ର ସିଂ, ସର୍ବାନନ୍ଦ ସୋନୋଓ୍ବାଲ, ଗଜେନ୍ଦ୍ର ଶେଖାଓ୍ବତ୍‌, ଭୂପେନ୍ଦ୍ର ଯାଦବ, ଜି. କିଷନ ରେଡ୍ଡୀ, କିରେନ୍‌ ରିଜିଜୁ, ଜ୍ୟୋତିରାଦିତ୍ୟ ସିନ୍ଧିଆ,
ରାଜୀବ ଚନ୍ଦ୍ରଶେଖର, ଅର୍ଜୁନ ରାମ ମେଘଓ୍ବାଲ ଏବଂ ଅର୍ଜୁନ ମୁଣ୍ଡା। ବିପୁଳ ଜନାଦେଶ
ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା ତୃତୀୟ ଥର ସରକାର ଗଢ଼ିବ ବୋଲି ପ୍ରାର୍ଥୀ ତାଲିକା ଘୋଷଣା ଅବସରରେ ଭାଜପା ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଭାଜପା ନିଜର ସ୍ଥିତି ବଢ଼ାଇବା ସହ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୨୮ ମହିଳା ଏବଂ ୪୭ ଯୁବନେତା ରହିଛନ୍ତି। ଉତ୍ତରପ୍ରଦେଶର ୫୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ପଶ୍ଚିମବଙ୍ଗର ୨୦ ଏବଂ ଦିଲ୍ଲୀର ୫ ଆସନ ନିମନ୍ତେ ପ୍ରାର୍ଥୀଙ୍କ ନଁା ପ୍ରକାଶ ପାଇଛି। ଦିଲ୍ଲୀରେ ରମେଶ ବିଧୁରୀ, ପର୍ଭେଶ ବର୍ମା, ମୀନାକ୍ଷୀ ଲେଖି ଏବଂ ହର୍ଷବର୍ଦ୍ଧନଙ୍କୁ ସେମାନଙ୍କ ଆସନରୁ ବାଦ୍‌ ଦିଆଯାଇଥିବାବେଳେ ଭୋପାଳ ଆସନରୁ ସାଧ୍ୱୀ ପ୍ରଜ୍ଞା ଠାକୁର ବାଦ୍‌ ପଡ଼ିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂଶୁରୀଙ୍କୁ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ପଶ୍ଚିମ ଦିଲ୍ଲୀରୁ କମଲଜିତ ସେହରାଓ୍ବତ, ଦକ୍ଷିଣ ଦିଲ୍ଲୀରୁ ବିଧାୟକ ରାମବୀର ସିଂ ବିଧୁରୀ, ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲଓ୍ବାଲ ଏବଂ ଉତ୍ତରପୂର୍ବ ଦିଲ୍ଲୀ ଆସନରୁ ମନୋଜ ତିଓ୍ବାରୀ ଲଢ଼ିବେ। ଭୋଜପୁରୀ ଗାୟକ ତଥା ଅଭିନେତା ପଓ୍ବନ ସିଂଙ୍କୁ ପଶ୍ଚିମବଙ୍ଗର ଆସାନସୋଲ୍‌ରୁ ପ୍ରାର୍ଥୀ କରାଯାଇଛି।
ସେହିପରି ଉତ୍ତରପ୍ରଦେଶର ପୂର୍ବତନ ବିଏସ୍‌ପି ଏମ୍‌ପି ରିତେଶ ପାଣ୍ଡେଙ୍କୁ ଭାଜପା ଆମ୍ବେଡ୍‌କର ନଗରରୁ ପ୍ରାର୍ଥୀ କରିଥିବାବେଳେ ହେମା ମାଳିନୀ, ରବି କିଷନ, ଅଜୟ ମିଶ୍ରା ଟେନି, ମହେଶ ଶର୍ମା, ଏସ୍‌ପିଏସ୍‌ ବାଘେଲ ଏବଂ ସାକ୍ଷୀ ମହାରାଜ ସେମାନଙ୍କ ପୂର୍ବ ଆସନରେ ଲଢ଼ିବେ। ଝାଡ଼ଖଣ୍ଡର ସିଂହଭୂମ ଆସନରେ ପୂର୍ବତନ କଂଗ୍ରେସ ଏମ୍‌ପି ଗୀତା କୋଡ଼ାଙ୍କୁ ପ୍ରାର୍ଥୀ କରାଯାଇଛି। ୨୦୧୯ ନିର୍ବାଚନରେ ଭାଜପା ୩୦୩ ଆସନ ଜିତିଥିବାବେଳେ ଏବେ ଲୋକ ସଭାରେ ଏହାର ୨୯୦ ଜଣ ସଦସ୍ୟ ରହିଛନ୍ତି। ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିକଟରେ କେତେଜଣ ଏମ୍‌ପି ଇସ୍ତଫା ଦେଇଥିଲେ।
ଗତ ଗୁରୁବାର ବିଳମ୍ବିତ ରାତିରେ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ବସି ପ୍ରାର୍ଥୀମାନଙ୍କ ନାଁ ଚୂଡ଼ାନ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ରାଜନାଥ ସିଂ ପ୍ରମୁଖ ସିଇସି ସଦସ୍ୟମାନେ ବିଭିନ୍ନ ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସମ୍ପର୍କରେ ଆଲୋଚନା କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ଶାହା ଏବଂ ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ବିଚାରବିମର୍ଶ କରିଥିଲେ। ଆସନ୍ତା ସପ୍ତାହରେ ପରିବର୍ତ୍ତୀ ସିଇସି ବୈଠକ ବସି ଅନ୍ୟ ଆସନ ପାଇଁ ପ୍ରାର୍ଥୀମାନଙ୍କ ନାଁ ଉପରେ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri