Digital arrest ଦେଖାଇ ନେଇଗଲେ ୩୪ ଲକ୍ଷ

ବ୍ରହ୍ମପୁର ,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଗ୍ୟାଙ୍ଗ ସବୁବର୍ଗର ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଲୋକଙ୍କୁ ମଧ୍ୟ ଠକିବାକୁ ପଛେଇନାହାନ୍ତି। ଏଥିପାଇଁ ସେମାନେ ନୂଆନୂଆ ତରିକା ଅପଣାଉଛନ୍ତି। ପୋଲିସ ମଧ୍ୟ ସେମାନଙ୍କ ଟେର ପାଇପାରୁନି। ପୋଲିସ ପକ୍ଷରୁ ଏନେଇ ଯେତେ ସଚେତନ କଲେ ମଧ୍ୟ ସାଇବର ଠକଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନାହିଁ। କୁକୁଡାଖଣ୍ଡି ଅଞ୍ଚଳରେ ରହୁଥିବା ଶିକ୍ଷକ ଦମ୍ପତି ସେମାନଙ୍କ ଠକେଇର ଶିକାର ହୋଇଛନ୍ତି। ସେମାନଙ୍କୁ ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ୩୪ଲକ୍ଷ ୫୦ ହଜାର ଟଙ୍କା ନେଇଯାଇଛନ୍ତି ସାଇବର ଗ୍ୟାଙ୍ଗ। ଏନେଇ ଶିକ୍ଷୟିତ୍ରୀ ଜଣକ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଥାନାରେ ବୁଧବାର ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଏନେଇ ପୋଲିସ ଏକ ମାମଲା(ନଂ. ୧୨/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ, ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କ ମୋବାଇଲକୁ ଜାନୁଆରୀ ୨୦ରେ ନିଜକୁ ଟ୍ରାଇର ଜଣେ ଅଧିକାରୀ ଭାବେ ପରିଚୟ ଦେଇ ଏକ ଅଜଣା ଫୋନ କଲ ଆସିଥିଲା। ଦୁଇ ଘଣ୍ଟା ମଧ୍ୟରେ ସିମ ବନ୍ଦ ହୋଇଯିବ ବୋଲି ସେ କହିଥିଲେ। ତାଙ୍କ ସ୍ବାମୀଙ୍କ ଆଧାର ନମ୍ବର ସହ ଉକ୍ତ ଫୋନ ନମ୍ବର ଯୋଡି ରହିଛି। ସେହିପରି ତାଙ୍କ ନାମରେ ୨କୋଟି ୩୮ ଲକ୍ଷ ଟଙ୍କାର ଏକ ମନିଲଣ୍ଡ୍ରିଙ୍ଗ ମାମଲା ମହାରାଷ୍ଟ୍ରର କୋଲାବ ଥାନାରେ ରୁଜୁ ହୋଇଛି। ଯାହାର ଆରେଷ୍ଟ ୱାରେଣ୍ଟ ମଧ୍ୟ ବାହାରିସାରିଛି। ପରେ ହ୍ବାଟ୍ସଆପରେ ୪ଟି ନମ୍ବର ଯୋଗେ ଭିଡିଓ କଲ ମାଧ୍ୟମରେ ଯୋଡି ହେବାକୁ ସାଇବର ଠକ ଶିକ୍ଷୟିତ୍ରୀଙ୍କୁ କହିଥିଲେ। ସେ ଉକ୍ତ ନମ୍ବରକୁ କଲ କରିବା ବେଳେ ସେମାନେ ନିଜକୁ ୍‌ପୋଲିସ ଅଫିସର, ସୁପ୍ରିମକୋର୍ଟ ଜଜ୍‌ ଭାବେ ମଧ୍ୟ ପରିଚୟ ଦେଇଥିଲେ।

ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମସ୍ତ ଟଙ୍କା ରିଜର୍ଭ ବ୍ୟାଙ୍କକୁ ଟ୍ରାନ୍ସଫର ହେବ। ଘଟଣାର ତଦନ୍ତ ପରେ ସେ ସମସ୍ତ ଟଙ୍କା ଫେରି ପାଇବେ ବୋଲି କହିଥିଲେ। ଟଙ୍କା ଜମା ନ କଲେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରାଯିବ ବୋଲି ସେମାନେ ଭୟଭୀତ କରିଥିଲେ। ସେମାନଙ୍କ କଥାରେ ଭୟଭୀତ ହୋଇ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଅଙ୍କୁଶପୁର ଷ୍ଟେଟବ୍ୟାଙ୍କରୁ ଗତ ୨୧ ତାରିଖରେ ୩୦ ଲକ୍ଷ ଟଙ୍କା ମଧ୍ୟପ୍ରଦେଶର ବିଥେଲ ମିଶନ ସ୍କୁଲକୁ ଟ୍ରାନ୍ସଫର କରିବା ସହ ୨୨ ତାରିଖରେ ବ୍ରହ୍ମପୁର ବିଜୁପୁର ଶାଖାରେ ଥିବା ଷ୍ଟେଟବ୍ୟାଙ୍କରୁ ୪ ଲକ୍ଷ ୫୦ ହଜାର ଟଙ୍କା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଆରଟିଜିଏସ କରିଥିଲେ। ପରେ ମଧ୍ୟ ସାଇବର ଠକମାନେ ଉଭୟ ଦମ୍ପତିଙ୍କୁ ବାରମ୍ବାର ଫୋନ କରି ଭୟଭୀତ କରିବାରେ ଲାଗିଥିଲେ। ଶେଷରେ ଶିକ୍ଷୟିତ୍ରୀ ଜଣଙ୍କ ଅଙ୍କୁଶପୁର ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ ଏନେଇ ମ୍ୟାନେଜରଙ୍କ ସହ ଆଲୋଚନା କରିଥିଲେ। ସାଇବର ଠକଙ୍କ ଶିକାର ହୋଇଥିବା ଜାଣିବା ପରେ ଶିକ୍ଷୟିତ୍ରୀ ଥାନାରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri