Categories: ବାଣିଜ୍ୟ

କମ୍ପ୍ୟୁଟର ଲାବ୍‌ର ୩୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୭।୪: ରାଜ୍ୟର ପ୍ରମୁଖ ଘରୋଇ ଆଇଟି କମ୍ପାନୀ କମ୍ପ୍ୟୁଟର ଲାବ୍‌ର ୩୩ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଇନ୍‌ଫୋସିସ୍‌ କ୍ୟାମ୍ପସ ପରିସରରେ ଥିବା କମ୍ପାନୀର ମୁଖ୍ୟାଳୟଠାରେ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜଗତସିଂହପୁର ଏମ୍‌ପି ଡ. ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ରଘୁନାଥ ସାହୁ, ଓକାକ୍‌ର ଏମ୍‌ଡି ମାନସ ରଞ୍ଜନ ପଣ୍ଡା,ଡ. ପ୍ରଭାକର ପଣ୍ଡା, ଟି. ରାମଚନ୍ଦ୍ର ଏବଂ ବିପ୍ଲବ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏ ସମ୍ପର୍କରେ କମ୍ପାନୀର ସିଇଓ ସନ୍ତୋଷ କୁମାର ସାହୁ କହିଥିଲେ, ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ହେବ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଆସୁଛୁ। ଗ୍ରାହକଙ୍କ ସେବାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହିତ ଗୁଣାତ୍ମକ ସେବା ଯୋଗାଇବା ଆମର ମୂଳ ଲକ୍ଷ୍ୟ ବୋଲି ସେ ମତପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ଓ ସେବା ଯୋଗାଇଥିବା ୩ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏପରିକି ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଦିଆଯାଇଥିବା ବେଳେ ଡ. ଦୀନ୍‌ଦୟାଲ ସ୍ବାଇଁ ଓ ବଳରାମ ତରାଇଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ କମ୍ପାନୀ ପକ୍ଷରୁ ଦିଆଯାଇଥିଲା।

Share