ରାଜସ୍ବ ମାନ୍ୟତା ଅପେକ୍ଷାରେ ୩୩୫୨ ପଡ଼ାଗ୍ରାମ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ କରାଯାଉ ନ ଥିବାରୁ ଗୁରୁବାର ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ରାଜସ୍ବ ଗ୍ରାମ ମାନ୍ୟତା ପାଇବାକୁ ଅନେକ ପଡ଼ାଗ୍ରାମ ଯୋଗ୍ୟ ଥିଲେ ମଧ୍ୟ ସରକାରୀ ସ୍ତରରେ ସେପରି ତତ୍ପରତା ପ୍ରକାଶ ପାଉନି। ସେହି ଗ୍ରାମକୁ ରାସ୍ତା ହୋଇପାରୁନି। ପାଣି ପାଇପ ଯାଇପାରୁନି। ଆମ୍ବୁଲାନ୍ସ ଆସିପାରୁନି। ଲୋକମାନେ ବହୁ ସମସ୍ୟା ଭୋଗୁଛନ୍ତି। ବିଜେଡି ସଭ୍ୟ ଅରବିନ୍ଦ ଢାଲି ଅଭିଯୋଗ କରିଥିଲେ ଯେ ୨୦୧୨ରୁ ଆଜି ଯାଏ ୧୦ ବର୍ଷ କାଳ ମାଲକାନଗିରିର ୫୨ ଏବଂ ନବରଙ୍ଗପୁରର ୫୮ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ମୁଁ ନିଜେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲି। ନିରାଶ ହେବା ପରେ ନିରୁପାୟ ହୋଇ ଚୁପ୍‌ ହୋଇ ବସିପଡ଼ିଲି। ଜିଲାପାଳ ଶୁଣୁନାହାନ୍ତି। ମନ୍ତ୍ରୀ ଏ ନେଇ ନିଜେ ହସ୍ତକ୍ଷେପ କରି ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରନ୍ତୁ। ଢାଲି ଏହି ପ୍ରସଙ୍ଗକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉତ୍ତର ହାଲୁକା ଭାବେ ଦେଇଥିଲେ। ମନ୍ତ୍ରୀ କହିଥିଲେ, ଜୟଦେବ ବିଧାୟକ ମାଲକାନଗିରି କଥା ଭୁଲିନାହାନ୍ତି। ତେବେ ନିୟମ ଅନୁସାରେ ଯୋଗ୍ୟ ଥିବା ପଡ଼ାଗ୍ରାମକୁ ନିଶ୍ଚିତ ଭାବେ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବ।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମୂଳ ପ୍ରଶ୍ନ ନଂ. ୧୮୧ରେ ପଚାରିଥିଲେ, ଓଡ଼ିଶାରେ ଏବେ କେତୋଟି ରାଜସ୍ବ ଓ ପଡ଼ାଗ୍ରାମ ରହିଛି। ଶେଷ ଥର ପାଇଁ କେତୋଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯାଇଛି। କୋରାପୁଟ ଜିଲାରେ କେତେ ରାଜସ୍ବ ଓ ପଡ଼ାଗ୍ରାମ ରହିଛି। ପଡ଼ାଗ୍ରାମରେ ରହୁଥିବା ଲୋକମାନେ ବହୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି କି। ଏହାକୁ ଦୃଷ୍ଟିରେ ରଖି ୫୦ ଲୋକସଂଖ୍ୟା ବିଶିଷ୍ଟ ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବେ କି ? ମନ୍ତ୍ରୀ କହିଥିଲେ, ରାଜ୍ୟରେ ବର୍ତ୍ତମାନ ୫୧୭୨୭ ରାଜସ୍ବ ଗ୍ରାମ ଓ ୫୦୫୧ ପଡ଼ାଗ୍ରାମ ରହିଛି। ସେଥିରୁ ୬୬୫ଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛିି। ୯୯୮ ପଡ଼ାଗ୍ରାମର ଉପଯୁକ୍ତ କାଗଜ ନ ଥିବା ଯୋଗୁ ରଦ୍ଦ କରାଯାଇଛି। ଅବଶିଷ୍ଟ ୩୩୫୨ ପଡ଼ାଗ୍ରାମ ବର୍ତ୍ତମାନ ସୁଦ୍ଧା ରାଜସ୍ବ ଗ୍ରାମର ମାନ୍ୟତା ପାଇବାକୁ ବାକି ଅଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଜିଲାପାଳଙ୍କଠାରୁ ପାଇବା ପରେ ଭୂ-ଅଭିଲେଖ ପରିମାପକ ଓଡ଼ିଶା ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡକୁ ଦୃୃଷ୍ଟିରେ ରଖି ବିଧି ବ୍ୟବସ୍ଥା ଅନୁଯାୟୀ ପଡ଼ାଗ୍ରାମକୁ ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶେଷ ଥର ୨୦୨୨ ନଭେମ୍ବର ୨୪ରେ ଜଗତ୍‌ସିଂହପୁର ଜିଲାର ନୂଆଗାଁ ତହସିଲର ପୂର୍ବାଓଷାକଣାପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ କରାଯାଇଛି। କୋରାପୁଟ ଜିଲାରେ ମୋଟ ୧୯୬୬ ରାଜସ୍ବ ଗ୍ରାମ ଓ ୪୫୦ ପଡ଼ାଗ୍ରାମ ରହିଛି। ସେଥିରୁ ୨୫ଟି ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ବେଳେ ୪୨୫ଟି ପଡ଼ାଗ୍ରାମକୁ ମାନ୍ୟତା ଦେବାକୁ ବାକି ରହିଛି। ୨୫୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ବ୍ୟବସ୍ଥା ରହିଛି।
ବିଜେଡି ସଭ୍ୟ ଶଶି ଭୂଷଣ ବେହେରା, ମକରନ୍ଦ ମୁଦୁଲି, ଭାଗୀରଥି ସେଠୀ, ଅମର ଶତପଥୀ, ଭୂପିନ୍ଦର ସିଂ, ପ୍ରଫୁଲ୍ଲ ସାମଲ ପ୍ରମୁଖ ନିଜ ନିର୍ବାଚନମଣ୍ଡଳୀରେ ଥିବା ପଡ଼ାଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମ ମିଳୁ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସରକାର ନିଜଆଡୁ ଅନୁସନ୍ଧାନ କରନ୍ତୁ। କେଉଁ ପଡ଼ାଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମ କରିହେବ। ବିଧି ବ୍ୟବସ୍ଥାକୁ ସରଳୀକରଣ କରି ପଡ଼ାଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମ କରିବାକୁ ସଦସ୍ୟମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ କହିଥିଲେ, ସରକାର ବିଧିବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିଛନ୍ତି। ଗୋଚର ଜମି ନ ଥିଲେ ମଧ୍ୟ ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ କରାଯାଇ ପାରିବ। ଯଦି ସବୁ ଠିକ୍‌ ଥିବ ତେବେ ରାଜସ୍ବ ଗ୍ରାମ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri