ବରଗଡ଼ରେ ୩୩ ନୂଆ ପଜିଟିଭ୍‌: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪ରେ ପହଞ୍ଚିଲା

ବରଗଡ଼ ଅଫିସ,୩ା୮: ବରଗଡ଼ ଜିଲାରେ ସୋମବାର ପୁଣି ୩୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ ଜଣ ମହିଳା ଏବଂ ୧୮ ଜଣ ପୁରୁଷ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧ ନଦୀପଡ଼ାର ସର୍ବାଧିକ ୧୧ ଜଣ ଅଛନ୍ତି। ସେହିପରି ଓ୍ବାର୍ଡ ନଂ-୨ କୁଳିପଡ଼ାର ୬,ଭୁରସୁନ୍ଧ ବନ୍ଧପଡ଼ାର ୪, ମାରଓ୍ବାଡି ପଡ଼ାର ଜଣେ, ଓ୍ବାର୍ଡନଂ-୯ ବାନ୍ଦୁଟିକ୍ରାର ଜଣେ ଏବଂ ଓ୍ବାର୍ଡ୍‌ ନଂ-୧୩ ପଞ୍ଚାୟତ କଲେଜ ରୋଡର ୩ ଜଣ ରହିଛନ୍ତି। ଏହା ସହିତ ଖୁଣ୍ଟପାଲି ବ୍ରାହ୍ମଣପଡ଼ାର ୫ଜଣ ଏବଂ କଟାପାଲି ଗ୍ରାମର ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪ରେ ପହଞ୍ଚିଛି।