ୟୁକ୍ରେନର ସ୍କୁଲ, ବଡ ବଡ ଘର ଉପରେ ରୁଷିଆର ଆକ୍ରମଣ: ଚେର୍ନିହିବରେ ୩୩ ଜଣଙ୍କ ମୃତ୍ୟୁ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ନବମ ଦିନରେ ପହଞ୍ଚିଛି । ଏବେ ୟୁକ୍ରେନର ଯୁଆଡେ ଚାହିଁଲେ ସିଆଡେ ଖାଲି ଧ୍ୱଂସ ଆଉ ଧ୍ୱଂସ । ରୁଷିଆର ଭୟଙ୍କର ଆକ୍ରମଣରେ ଏକ ପ୍ରକାର ଧ୍ୱଂସର ଦ୍ୱାର ଦେଶରେ ଠିଆ ହୋଇଛି ୟୁକ୍ରେନ୍ । ହେଲେ ଏତିକିରେ ବି ମନ ମାନିନି ରୁଷିଆର କି ନଇଁବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ । ଯୁଦ୍ଧର ନବମ ଦିନରେ ରୁଷିଆ ୟୁକ୍ରେନର ସ୍କୁଲ ଓ ବଡ ବଡ ଘରକୁ ଟାର୍ଗେଟ କରିଥିବା ଲକ୍ଷ୍ୟ କରାଯାଇଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ରୁଷିଆ ସେନା ଉତ୍ତର ୟୁକ୍ରେନର ଚେର୍ନିହିବ ସହରରେ ଥିବା ସ୍କୁଲ ଓ ଉଚ୍ଚ ଉଚ୍ଚ ଘର ଉପରେ ଆକ୍ରମଣ କରିଛନ୍ତି । ଏଥିରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିରେ ୧୮ ଜଣ ଆହତ ବି ହୋଇଛନ୍ତି । ଚେର୍ନିହିବ ସହର ୟୁକ୍ରେନର ରାଜଧାନୀଠାରୁ ପାଖାପାଖି ୧୦ କିଲୋମିଟର ଉତ୍ତର ପୂର୍ବରେ ଅବସ୍ଥିତ । ଏହି ସହର ଉପରେ ରୁଷିଆ ସେନା ଉତ୍ତର ପଟରୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ଲଗାତାର ବୋମା ବିସ୍ଫୋରଣ ସହ ଗୁଳିଗୋଳା ବର୍ଷଣ କରି ଚାଲଇଛନ୍ତି ।

Share