ଓଡ଼ିଶାରେ ୩୩% ଲୋକ ମୋଟା

ଭୁବନେଶ୍ୱର,୧୯ା୨(ଅସମାପିକା ସାହୁ): ଆଜିର ସମୟରେ ଆମ ଖାଦ୍ୟଶୈଳୀ ଠିକ୍‌ ନ ଥିବାରୁ ମୋଟାପଣ ବଢ଼ୁଛି। ଦେଶ ତୁଳନାରେ ଓଡ଼ିଶାରେ ଅଧିକ ଲୋକ ଏପରି ଶାରୀରିକ ଅସନ୍ତୁଳନତାର ଶିକାର ହେଉଛନ୍ତି। ଭାରତରେ ୩୦% ଲୋକ ମୋଟାପଣର ଶିକାର ହେଉଥିବା ବେଳେ ଓଡ଼ିଶାରେ ଏହା ୩୩% ରହିଛି ବୋଲି ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ର କହିଛନ୍ତି। ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦିକ ସମ୍ମିଳନୀ ଓ ଅଖିଳ ଭାରତୀୟ ଆୟୁର୍ବେଦିକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ବ୍ଲାଇଣ୍ଡ୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ‘ଚତୁର୍ଥ ବାର୍ଷିକ ଅଧିବେଶନ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଡା. ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ସତ୍ୟ ଯୁଗରୁ ଆୟୁର୍ବେଦିକ ଚିକିତ୍ସା ରହି ଆସିଛି। ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଅସୁସ୍ଥ ହେଲେ ଆୟୁର୍ବେଦିକ ଚିକିତ୍ସା କରାଯାଉଛି। ବର୍ତ୍ତମାନ ଲୋକମାନେ ଜୀବନ ଶୈଳୀରେ ପରିବର୍ତ୍ତନ କରିଛନ୍ତି। ଶରୀର, ମନ ଓ ଆତ୍ମା ଭିତରେ ସମନ୍ବୟ ରହୁନି। ମନ ସ୍ଥିର ରହିବା ସହିତ ଆତ୍ମା ଶାନ୍ତ ରହିଲେ ରୋଗ ହେବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।
ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଚିକିତ୍ସା ବିଜ୍ଞାନରେ ସର୍ବପୁରାତନ ଭାବେ ଆୟୁର୍ବେଦିକ ଚିକିତ୍ସାକୁ ଗ୍ରହଣ କରାଯାଇଛି। ଆଜିପର୍ଯ୍ୟନ୍ତ ସମଗ୍ର ମାନବ ସମାଜକୁ ଏହା ପାର୍ଶ୍ୱ ପ୍ରତିକ୍ରିୟାବିହୀନ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛି। କୋଭିଡ୍‌ ସମୟରେ ଆୟୁର୍ବେଦିକ ଚିକିତ୍ସା ରୋଗୀଙ୍କୁ ନୂଆ ଜୀବନ ଦେଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତରଖାନାକୁ ରୂପାନ୍ତରିତ କରୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ନାରାୟଣ ଚନ୍ଦ୍ର ଦାଶ ଆୟୁର୍ବେଦିକ ଚିକିତ୍ସାରେ ସବୁବେଳେ ଲୋକେ କିପରି ସୁସ୍ଥ ହୋଇପାରିବେ, ତାହା ଉପରେ ଚିକିତ୍ସା କରାଯାଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମିଳନୀର ସଭାପତି ଉମେଶ ଚନ୍ଦ୍ର ପୃଷ୍ଟି, ସମ୍ପାଦକ ଗୌରୀ ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ତିନିଶହରୁ ଊର୍ଦ୍ଧ୍ୱ ଚିକିତ୍ସକ ଓ ଗବେଷକ ଯୋଗଦେଇଥିଲେ। ଏହି ଅବସରରେ ନୂତନ ସଭାପତି ଭାବେ ଡା. ଧନେଶ୍ୱର ବଳିଆରସିଂହ ଏବଂ ସାଧାରଣ ସମ୍ପାଦକ ଭାବେ ଡା. ଶରତ କୁମାର ରାଉତ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri