କେନ୍ଦ୍ରୀୟ ବିଦ୍ୟାଳୟକୁ ୩୩ କୋଟି ଅନୁମୋଦନ: କେନ୍ଦ୍ରମନ୍ତ୍ରୀ, ବିଧାୟକଙ୍କୁ କୃତଜ୍ଞତା

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ତିନିଦିନ ପୂର୍ବେ ୩୩ କୋଟି ୧୧ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଉକ୍ତ ଅର୍ଥ କେନ୍ଦ୍ରୀୟ ପୂର୍ତ୍ତ ବିଭାଗକୁ ପ୍ରଦାନ କରାଯାଇଛି । ମାର୍ଚ୍ଚ ମାସ ସୁଧା ଟେଣ୍ଡର ଆହ୍ବାନ କରାଯିବ। ଏହାପରେ କାମ ଆରମ୍ଭ ହେବା ସମ୍ଭାବନା ରହିଛି। ଏହି ଖବର ଜଣାପଡିବା ପରେ ଅଭିଭାବକ ମାନେ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଭଞ୍ଜନଗର ଉପ ଜିଲାପାଳ ତଥା ବିଦ୍ୟାଳୟ ସଭାପତି ଉମା ଶଙ୍କର ବେହେରା, ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କୁ ଅଭିଭାବକ ମାନେ କୃତଜ୍ଞତା ଜଣାଇଛନ୍ତି। ଏଥିସହ କାମ ତୁରନ୍ତ ଆରମ୍ଭ ହୋଇ ଶେଷ ହେବ ବୋଲି ଅଭିଭାବକମାନେ
ଆଶା ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ ମସିହାରେ ସ୍ଥାପିତ ହୋଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟର ନିଜସ କୋଠା ନ ଥିବା ଯୋଗୁ ସେ ସମୟରେ ତତ୍କାଳୀନ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ତତ୍କାଳୀନ କେନ୍ଦ୍ରର ଉପା ସରକାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ଛାତ୍ରାବାସ କୋଠା ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଅନୁମୋଦନ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାୟୀ କୋଠା ନିର୍ମାଣ ପାଇଁ ଯେତେବେଳେ ପ୍ରସ୍ତାବ ଆସିଲା ଜମି ସମସ୍ୟା ଦେଖାଦେଲା। ବିଭିନ୍ନ ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର, କଲେଜ ପଛପଟ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରମୁଖ ଅଞ୍ଚଳରେ ଜମି ଚୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ସମୟରେ ଜମି ଦେଖିବାକୁ ଆସୁଥିବା କେନ୍ଦ୍ରୀୟ ଅଧିକାରୀ ମାନେ ରାଜ୍ୟ ସରକାର ଯୋଗାଇ ଦେଇଥିବା ଜମିକୁ ନାପସନ୍ଦ କରୁଥିଲେ ବିଭିନ୍ନ କାରଣ ପାଇଁ। ଏହାପରେ ଶେଷରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ହିଁ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଚୂଡାନ୍ତ ହୋଇଥିଲା। କେନ୍ଦ୍ରୀୟ ଟିମ ଉକ୍ତ ଜମିକୁ ଶେଷରେ ସୀକୃତି ଦେଇଥିଲେ। ଏହାପରେ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ମଧ୍ୟ ଜଟିଳ ପ୍ରକ୍ରିୟା ଥିବା ଯୋଗୁ ବହୁ ବିଳମ୍ବ ହୋଇଥିଲା। ଶେଷରେ ୪ ବର୍ଷ ପୂର୍ବେ ପଟ୍ଟା କେନ୍ଦ୍ରୀୟ ବିଦ୍ୟାଳୟକୁ ମିଳିଥିଲା। କିନ୍ତୁ ସେଥିରେ ମଧ୍ୟ କିଛିଟା ତ୍ରୁଟି ଯୋଗୁ ସଂଶୋଧନ ପାଇଁ ଆଉ କିଛି ମାସ ଲାଗିଥିଲା। ଶେଷରେ ପ୍ରାୟ ୩ ବର୍ଷ ପୂର୍ବେ ପଟ୍ଟା ମିଳିଥିଲା। ଏହାପରେ କେନ୍ଦ୍ର ସରକାର ସ୍ଥାୟୀ କୋଠା ନିର୍ମାଣ ପାଇଁ ଅର୍ଥ ଦେବାର ଆବଶ୍ୟକତା ରହିଥିଲା।

ସମସ୍ତ ପ୍ରକ୍ରିୟା ସରିବା ପରେ କେନ୍ଦ୍ର ସରକାର ଇତିମଧ୍ୟରେ ଟଙ୍କା ଅନୁମୋଦନ କରିଛନ୍ତି। ୨୦୨୮ ମସିହା ନୂତନ ଶିକ୍ଷା ବର୍ଷ ଠାରୁ ସ୍ଥାୟୀ କୋଠାରେ ଶିକ୍ଷାଦାନ ଲକ୍ଷ୍ୟ ରଖାଯାଇଛି। ଏନେଇ ଆବଶ୍ୟକ ପ୍ରକ୍ରିୟା ଚାଲିଛି। ବିଭିନ୍ନ ସମୟରେ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ସମସ୍ୟାକୁ ଦେଖି ଉପଜିଲାପାଳ ଉମା ଶଙ୍କର ବେହେରା, ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଏନେଇ ବିଭିନ୍ନ ସମୟରେ ବିଭିନ୍ନ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ଥର ଭେଟି ସ୍ଥାୟୀ କୋଠା ନିର୍ମାଣ, କର୍ମଚାରୀ ଅଭାବ, ଯୁକ୍ତ ୨ ଖୋଲିବା ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ। ସମସ୍ତଙ୍କ ପ୍ରଚେଷ୍ଟାରେ ଶେଷରେ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ କାମ ଖୁବ କମ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଯାହାକି ଅଞ୍ଚଳବାସୀଙ୍କ ପାଇଁ ଖୁସିର ଖବର । ଅନ୍ୟପଟେ ଆସନ୍ତା ଶିକ୍ଷାବର୍ଷ ଠାରୁ ମଧ୍ୟ ଅସ୍ଥାୟୀ କୋଠାରେ ଯୁକ୍ତ ୨ ଖୋଲିବା ପ୍ରକ୍ରିୟା ଚାଲିଛି । କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିବା ପରେ ଚଳିତ ବର୍ଷ ଯୁକ୍ତ ୨ ଖୋଲିବା ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩୨୬ ଜାତୀୟ ରାଜପଥରେ ହେଟା ବାଘକୁ ଧକ୍କା ଦେଲା ଅଜଣା ଗାଡି

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା...

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ବଡ଼ବିଲ,୧୯।୧: କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ...

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ...

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା...

ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ, ସର୍ବସମ୍ମୁଖରେ ନୂଆପଡ଼ା ବିଡିଓଙ୍କୁ ଚାପୁଡା

ନୂଆପଡା, ୧୯/୧ ( ମକାରୁ ବେମାଲ): ନୂଆପଡ଼ା ଜିଲାରେ ସୋମବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୋମବାର ସକାଳୁ ନୂଆପଡ଼ା ସଦର ବିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri