୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୨ତମ କାର୍ଯ୍ୟକାରୀ ପରିଷଦ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶାର ୨୮ ଜିଲାର ମୋଟ ୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ମାସ ମଧ୍ୟରେ ୬୧,୧୨୦ ପୁରାତନ ଛାତ୍ରୀଛାତ୍ର ‘ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ବିଦ୍ୟାଳୟର ବିକାଶ ପାଇଁ ମୋଟ ୧୦.୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ପୁରାତନ ଛାତ୍ରୀଛାତ୍ର ସର୍ବାଧିକ ୩.୪୯ କୋଟି ଟଙ୍କା ପ୍ରଦାନ କରିଥିବାବେଳେ କେନ୍ଦୁଝର ୧.୯୫ କୋଟି, ମୟୂରଭଞ୍ଜ ୬୨ ଲକ୍ଷ, ଅନୁଗୋଳ ୩୬ ଲକ୍ଷ ଓ ବରଗଡ଼ରେ ୩୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୨୦ହଜାର ପୁରାତନ ଛାତ୍ରୀଛାତ୍ର ଏହି ଅଭିଯାନରେ ଯୋଡ଼ି ହୋଇଥିବାବେଳେ ୨୬ହଜାର ସ୍କୁଲ ସାମିଲ ହୋଇଛି। କରୋନା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷ ଫେବୃୟାରୀ ସୁଦ୍ଧା ପୁରାତନ ଛାତ୍ରୀଛାତ୍ରମାନେ ୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ବୈଠକରୁ ଜଣାପଡ଼ିଛି।
ବୈଠକରେ ‘ମୋ ସ୍କୁଲ ଅଭିଯାନ’ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ପବ୍ଲିକ୍‌ ଡିସ୍‌କ୍ଲୋଜର୍‌ ଏବଂ ସୋସିଆଲ୍‌ ଅଡିଟ୍‌ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟୟବରାଦ ଓ ସମ୍ପୂର୍ଣ୍ଣ ବିବରଣୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଦିଆଯିବ। ସ୍କୁଲର ମାଇକ୍ରୋ ୱେବ୍‌ସାଇଟ୍‌ରେ ଏନେଇ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ଏଥିରେ ଅଧିକ ସ୍ବଚ୍ଛତା ଆଣିବାକୁ ସ୍ବତନ୍ତ୍ର ଅଡିଟରଙ୍କ ଦ୍ୱାରା ଅଡିଟ୍‌ କରାଯିବ। ବିଦ୍ୟାଳୟଗୁଡ଼ିକ କିଣିଥିବା ସମସ୍ତ ଆସବାବପତ୍ରର ଏକ ସ୍ବତନ୍ତ୍ର ରେଜିଷ୍ଟର ପ୍ରସ୍ତୁତ କରାଯିବ। ‘ମୋ ସ୍କୁଲ’ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ମ୍ୟାଚିଂ ଗ୍ରାଣ୍ଟ ତଥା ସରକାରୀ ସହାୟତା ପ୍ରଦାନକୁ ପ୍ରାଥମିକତା ଦିଆଯାଇଥିବାବେଳେ ସ୍କୁଲଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପୂର୍ବରୁ ବ୍ୟାଙ୍କ ପାସ୍‌ବୁକ୍‌ ସହ ଆବଶ୍ୟକ ସମସ୍ତ କାଗଜପତ୍ର ଯାଞ୍ଚକୁ ଜୋର୍‌ଦାର କରାଯାଇଛି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଷ୍ଟାଟସ୍‌ ରିପୋର୍ଟ ସହାୟତା ପ୍ରଦାନ କରିଥିବା ପୁରାତନ ଛାତ୍ରୀଛାତ୍ରଙ୍କ ନିକଟକୁ ହ୍ବାଟସ୍‌ଆପ୍‌ ଯୋଗେ ପଠାଇବାର ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ‘ମୋ ସ୍କୁଲ ଅଭିଯାନ’ ଅନ୍ତର୍ଗତ ସ୍କୁଲ ଆଡପ୍‌ଶନ୍‌ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତି ପୁରାତନ ଛାତ୍ରୀଛାତ୍ର ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅହେତୁକ ଆଗ୍ରହ ପ୍ରକାଶ ପାଇଛି। ବିଭିନ୍ନ ବର୍ଗର ଲୋକ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବାବେଳେ ‘ମୋ ସ୍କୁଲ’ ପକ୍ଷରୁ ପର୍ଯ୍ୟାୟକ୍ରମେ ପୋଷ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ଭର୍ଚୁଆଲ୍‌ ବୈଠକର ଆୟୋଜନ କରାଯାଇଛି। ଆସନ୍ତା ମାର୍ଚ୍ଚରେ ଜିଲାସ୍ତରୀୟ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୯୭୯୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ୨୩୮୦ଟିର କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ସମେତ ବହୁ ନିର୍ଦ୍ଦେଶକ, ‘ମୋ ସ୍କୁଲ’ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri