୩୩ ଚାଇନା ବିମାନ ଆମକୁ ଘେରି ରହିଛି: ତାଇଓ୍ବାନର ଅଭିଯୋଗ…

ତାଇପେ,୨୮।୧ : ନିଜର ବିସ୍ତାରବାଦୀ ନୀତି ଯୋଗୁ ଚାଇନା ପ୍ରାୟତଃ ହେଡଲାଇନରେ ରହିଥାଏ। ଏଭଳି ମନୋଭାବ ଯୋଗୁ ନିଜର ପଡୋଶୀ ଦେଶମାନଙ୍କ ସହିତ ଚାଇନାର ସମ୍ପର୍କ ମଧ୍ୟ ଭଲ ନାହିଁ। ଏହି ସମୟରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ଦାବି କରିଛି। ଚାଇନାକୁ ଦୋଷ ଦେଇ ମନ୍ତ୍ରଣାଳୟ କହିଛି ଜାନୁଆରୀ ୨୬ ତାରିଖ ସକାଳ ପରଠାରୁ ଚାଇନା ତାଇୱାନର ଦ୍ୱୀପପୁଞ୍ଜରେ ଏସୟୁ-୩୦ଯୁଦ୍ଧ ବିମାନ ଏବଂ ୬ଟି ନ ନୌସେନା ବିମାନ ସମେତ ୩୩ଟି ବିମାନ ନିୟୋଜିତ କରିଛି। ତାଇଓ୍ବାନ ଦାବି କରିଛି ୩୩ ଟି ବିମାନ ମଧ୍ୟରୁ ୧୩ଟି ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟ ଅତିକ୍ରମ କରିଛି। ୩୩ ଚାଇନା ବିମାନ ଆମକୁ ଘେରି ରହିଛି ବୋଲି ମନ୍ତ୍ରଣାଳୟ ଅଭିଯୋଗ କରିଛି।

ଏକ ରିପୋର୍ଟ ଅନୁଯାୟୀ, ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଜୋର ଦେଇ କହିଛନ୍ତି ତାଇୱାନର ସ୍ବାଧୀନତା ଚାଇନା-ଆମେରିକା ସମ୍ପର୍କ ପାଇଁ ଏକ ବଡ଼ ବିପଦ ହୋଇପାରେ। ଗତ ବର୍ଷ ସାନ ଫ୍ରାନ୍ସିସ୍କୋରେ ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସାକ୍ଷାତ କରିଥିଲେ। ଜାନୁଆରୀ ୨୮ ରେ ବ୍ୟାଙ୍କକଠାରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜେକେ ସଲିଭାନଙ୍କୁ ଭେଟିଥିଲେ।

ଚାଇନା ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ୱାଙ୍ଗ ସଲିଭାନଙ୍କ ସହ ହୋଇଥିବା ବୈଠକରେ କହିଛନ୍ତି ତାଇୱାନ ହେଉଛି ଚାଇନାର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତାଇୱାନର ଆଞ୍ଚଳିକ ନିର୍ବାଚନ ତାଇୱାନ ଚାଇନାର ଏକ ଅଂଶ ନୁହେଁ ବୋଲି ପରିବର୍ତ୍ତନ କରିପାରିବ ନାହିଁ। ଆମେରିକା ଏବଂ ଚାଇନା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ସଲିଭାନ କହିଛନ୍ତି। କିନ୍ତୁ ଉଭୟ ଦେଶ ମଧ୍ୟରେ ଏହାକୁ ନେଇ ବିବାଦ କିମ୍ବା ମୁହାଁମୁହିଁ ହେବାକୁ ରୋକିବା ଆବଶ୍ୟକ। ଏକ ରିପୋର୍ଟ ଅନୁଯାୟୀ, ତାଇୱାନ ଷ୍ଟ୍ରାଇଟରେ ଶାନ୍ତି ଏବଂ ସ୍ଥିରତା ପାଇଁ ସବୁଠାରୁ ବଡ ବିପଦ ହେଉଛି ତାଇୱାନ ସ୍ବାଧୀନତା ଆନ୍ଦୋଳନ। ଏଥି ସହିତ ଚାଇନା ବିଶ୍ୱାସ କରେ ଚାଇନା-ଆମେରିକା ସମ୍ପର୍କ ପାଇଁ ସବୁଠାରୁ ବଡ ଆହ୍ବାନ ହେଉଛି ତାଇୱାନର ସ୍ବାଧୀନତା ଆନ୍ଦୋଳନ।

Share