୩୨୬ ଗ୍ରାମକୁ ସୁନାମୀ ମୁକାବିଲା ଲାଗି ପ୍ରସ୍ତୁତ କରାଯିବ

ଭୁବନେଶ୍ୱର,୯।୧୦(ବ୍ୟୁରୋ):ବାତ୍ୟା, ବନ୍ୟା ଓ ବଜ୍ରପାତ ଆଦି ବିପର୍ଯ୍ୟୟ ପରିଚାଳନାରେ ନୂତନ ଅନ୍ତର୍ଜାତୀୟ ମାନଦଣ୍ଡ ହାସଲ କରିବା ପରେ ବର୍ତ୍ତମାନ ରାଜ୍ୟରେ ସୁନାମୀପ୍ରବଣ ଉପକୂଳ ଗ୍ରାମଗୁଡିକୁ ଏଥିଲାଗି ପ୍ରସ୍ତୁତ ନିମନ୍ତେ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହା ସୂଚିତ କରାଯାଇଛି।
ରାଜ୍ୟ ଲୋକସେବା ଭନରୁ ଡିଜିଟାଲ ମୋଡ୍‌ରଲେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ତଥ୍ୟ ଉପସ୍ଥାପିତ କରିଛନ୍ତି। ପରିବର୍ତ୍ତିତ ବୃଷ୍ଟିପାତ ଧାର, ଭୂ-ତାପମାତ୍ରା ଏବଂ ପାଣିପାଗ ସ୍ଥିତିରେ ସହରୀ ବନ୍ୟା ଏବଂ ସୁଉଚ୍ଚ ଅଟ୍ଟାଳିକାରେ ଅଗ୍ନି ଓ ଅନ୍ୟାନ୍ୟ ବିପତ୍ତି ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନର କହିଛନ୍ତି, ଜଗତସିଂହପୁର ଜିଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଭାରତ ମହାସାଗର ଅଞ୍ଚଳରେ ପ୍ରଥମେ ୨ଟି ସୁନାମୀ ପ୍ରସ୍ତୁତ ଗ୍ରାମଭାବେ ୟୁନେକ୍ସୋର ଆନ୍ତର୍ଜାତୀୟ ସାମୁଦ୍ରିକ କମିଶନଙ୍କ ସ୍ବୀକୃତି ଓ ପ୍ରଶଂସା ପାଇଛି। ଏହି ପ୍ରଚେଷ୍ଟାରୁ ପ୍ରାପ୍ତ ଅନୁଭୂତି ଭିତ୍ତିରେ ଓଡିଶା ଉପକୂଳର ଆଉ ୩୨୬ଟି ଗ୍ରାମକୁ ସୁନାମୀ ମୁକାବିଲା ନିମନ୍ତେ ପ୍ରସ୍ତୁତ କରିବା ପାଇଁ ସେ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହାର କାର୍ଯ୍ୟାନ୍ବୟନ ନିମନ୍ତେ କମିଟି ୭.୧୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ମଞ୍ଜୁର କରିଛନ୍ତି।
ସହରାଞ୍ଚଳରେ ଅଧିକ ବୃଷ୍ଟିପାତ ଜନିତ ବନ୍ୟା ସ୍ଥିତିର ପରିଚାଳନା ନିମନ୍ତେ ଓଡ୍ରାଫରେ ସ୍ବତନ୍ତ୍ର ୟୁନିଟ୍‌ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ୮୧୪ଟି ବହୁମୁଖୀ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି। ପ୍ରତି ଆଶ୍ରୟ ସ୍ଥଳୀରେ ୫୦ଜଣ ଆଶ୍ରୟ-ସ୍ବେଚ୍ଛାସେବୀ ଏବଂ ୨୫ ଜଣ ପରିଚାଳନା ଓ ରକ୍ଷଣାବେକ୍ଷଣ ସ୍ବେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି। ଏହିସବୁ ଆଶ୍ରୟସ୍ଥଳୀର ପ୍ରାୟ ୬୧୬୫୦ ଜଣ ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯିବ। ଏଥିଲାଗି କମିଟିରେ ୧୫.୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ରାଜ୍ୟରେ ଥିବା ପ୍ରାୟ ୬୧ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦେବା ଲାଗି ସ୍ଥିର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରତି ଗୋଷ୍ଠୀରୁ ସଭାପତି, ସମ୍ପାଦକ ଓ କୋଷରକ୍ଷକ ଆଦି ୩ ଜଣ ହିସାବରେ ପ୍ରାୟ ୩ ଲକ୍ଷ ସଦସ୍ୟଙ୍କୁ ତାଲିମ ଦିଆଯିବ। ରାଜ୍ୟ ମିଶନ ଶକ୍ତି ବିଭାଗ ମାଧ୍ୟମରେ ଏହି ତାଲିମ ପରିଚାଳନା ହେବ ଏବଂ ଏଥିରେ ୧.୩୦ କୋଟି ଟଙ୍କା ବିନିଯୋଗ ହେବ। ସେହିପରି ରାଜ୍ୟର ପ୍ରାୟ ୧୫,୦୦୦ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରତିନିଧିମାନଙ୍କୁ ରାଜ୍ୟ ଗ୍ରାମ ଉନ୍ନୟମ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମାଧ୍ୟମରେ ପର୍ଯ୍ୟକ୍ରମେ ତାଲିମ ମିଳିବ। ଏଥି ପାଇଁ ୧.୨୭ କୋଟି ଟଙ୍କାର ବ୍ୟୟ ଅଟକଳ ବୈଠକରେ ଅନୁମୋଦିତ ହୋଇଛି। ବହୁମୁଖୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଓଡ୍ରାଫ ଓ ଅଗ୍ନିଶମ ସେବା ୟୁନିଟ୍‌ ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ୨ ପ୍ରକାର ତାଲିମ କାର୍ଯ୍ୟକ୍ରମ ହେବ। ଏହି ତାଲିମ ପାଇଁ ପ୍ରାୟ ୧.୨୮ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri