୩୨୬ ଗ୍ରାମକୁ ସୁନାମୀ ମୁକାବିଲା ଲାଗି ପ୍ରସ୍ତୁତ କରାଯିବ

ଭୁବନେଶ୍ୱର,୯।୧୦(ବ୍ୟୁରୋ):ବାତ୍ୟା, ବନ୍ୟା ଓ ବଜ୍ରପାତ ଆଦି ବିପର୍ଯ୍ୟୟ ପରିଚାଳନାରେ ନୂତନ ଅନ୍ତର୍ଜାତୀୟ ମାନଦଣ୍ଡ ହାସଲ କରିବା ପରେ ବର୍ତ୍ତମାନ ରାଜ୍ୟରେ ସୁନାମୀପ୍ରବଣ ଉପକୂଳ ଗ୍ରାମଗୁଡିକୁ ଏଥିଲାଗି ପ୍ରସ୍ତୁତ ନିମନ୍ତେ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହା ସୂଚିତ କରାଯାଇଛି।
ରାଜ୍ୟ ଲୋକସେବା ଭନରୁ ଡିଜିଟାଲ ମୋଡ୍‌ରଲେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ତଥ୍ୟ ଉପସ୍ଥାପିତ କରିଛନ୍ତି। ପରିବର୍ତ୍ତିତ ବୃଷ୍ଟିପାତ ଧାର, ଭୂ-ତାପମାତ୍ରା ଏବଂ ପାଣିପାଗ ସ୍ଥିତିରେ ସହରୀ ବନ୍ୟା ଏବଂ ସୁଉଚ୍ଚ ଅଟ୍ଟାଳିକାରେ ଅଗ୍ନି ଓ ଅନ୍ୟାନ୍ୟ ବିପତ୍ତି ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନର କହିଛନ୍ତି, ଜଗତସିଂହପୁର ଜିଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଭାରତ ମହାସାଗର ଅଞ୍ଚଳରେ ପ୍ରଥମେ ୨ଟି ସୁନାମୀ ପ୍ରସ୍ତୁତ ଗ୍ରାମଭାବେ ୟୁନେକ୍ସୋର ଆନ୍ତର୍ଜାତୀୟ ସାମୁଦ୍ରିକ କମିଶନଙ୍କ ସ୍ବୀକୃତି ଓ ପ୍ରଶଂସା ପାଇଛି। ଏହି ପ୍ରଚେଷ୍ଟାରୁ ପ୍ରାପ୍ତ ଅନୁଭୂତି ଭିତ୍ତିରେ ଓଡିଶା ଉପକୂଳର ଆଉ ୩୨୬ଟି ଗ୍ରାମକୁ ସୁନାମୀ ମୁକାବିଲା ନିମନ୍ତେ ପ୍ରସ୍ତୁତ କରିବା ପାଇଁ ସେ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହାର କାର୍ଯ୍ୟାନ୍ବୟନ ନିମନ୍ତେ କମିଟି ୭.୧୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ମଞ୍ଜୁର କରିଛନ୍ତି।
ସହରାଞ୍ଚଳରେ ଅଧିକ ବୃଷ୍ଟିପାତ ଜନିତ ବନ୍ୟା ସ୍ଥିତିର ପରିଚାଳନା ନିମନ୍ତେ ଓଡ୍ରାଫରେ ସ୍ବତନ୍ତ୍ର ୟୁନିଟ୍‌ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ୮୧୪ଟି ବହୁମୁଖୀ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି। ପ୍ରତି ଆଶ୍ରୟ ସ୍ଥଳୀରେ ୫୦ଜଣ ଆଶ୍ରୟ-ସ୍ବେଚ୍ଛାସେବୀ ଏବଂ ୨୫ ଜଣ ପରିଚାଳନା ଓ ରକ୍ଷଣାବେକ୍ଷଣ ସ୍ବେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି। ଏହିସବୁ ଆଶ୍ରୟସ୍ଥଳୀର ପ୍ରାୟ ୬୧୬୫୦ ଜଣ ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯିବ। ଏଥିଲାଗି କମିଟିରେ ୧୫.୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ରାଜ୍ୟରେ ଥିବା ପ୍ରାୟ ୬୧ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦେବା ଲାଗି ସ୍ଥିର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରତି ଗୋଷ୍ଠୀରୁ ସଭାପତି, ସମ୍ପାଦକ ଓ କୋଷରକ୍ଷକ ଆଦି ୩ ଜଣ ହିସାବରେ ପ୍ରାୟ ୩ ଲକ୍ଷ ସଦସ୍ୟଙ୍କୁ ତାଲିମ ଦିଆଯିବ। ରାଜ୍ୟ ମିଶନ ଶକ୍ତି ବିଭାଗ ମାଧ୍ୟମରେ ଏହି ତାଲିମ ପରିଚାଳନା ହେବ ଏବଂ ଏଥିରେ ୧.୩୦ କୋଟି ଟଙ୍କା ବିନିଯୋଗ ହେବ। ସେହିପରି ରାଜ୍ୟର ପ୍ରାୟ ୧୫,୦୦୦ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରତିନିଧିମାନଙ୍କୁ ରାଜ୍ୟ ଗ୍ରାମ ଉନ୍ନୟମ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମାଧ୍ୟମରେ ପର୍ଯ୍ୟକ୍ରମେ ତାଲିମ ମିଳିବ। ଏଥି ପାଇଁ ୧.୨୭ କୋଟି ଟଙ୍କାର ବ୍ୟୟ ଅଟକଳ ବୈଠକରେ ଅନୁମୋଦିତ ହୋଇଛି। ବହୁମୁଖୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଓଡ୍ରାଫ ଓ ଅଗ୍ନିଶମ ସେବା ୟୁନିଟ୍‌ ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ୨ ପ୍ରକାର ତାଲିମ କାର୍ଯ୍ୟକ୍ରମ ହେବ। ଏହି ତାଲିମ ପାଇଁ ପ୍ରାୟ ୧.୨୮ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri