୩୨୧୦ କୋଟିର ଓଏମ୍‌ବିଏଡିସି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଜଷ୍ଟିସ ଏକ.କେ. ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଭିଡିଓକନଫରେନ୍ସ ଜରିଆରେ ଅନୁଷ୍ଠିତ ଓଭରସାଇଟି ଅଥରଟି ବୈଠକରେ ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ(ଓଏମବିଏଡିସି)ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ୩୨୧୦ କୋଟି ଟଙ୍କାର ୧୫ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ସେଥିରୁ ସୁନ୍ଦରଗଡ ଜିଲାରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୫୮୫.୧୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲାର ୧୩ ବ୍ଲକରେ ଥିବା ୧୦୫୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୧୫୩୧.୩୯ କୋଟି ଟଙ୍କାର ମୋଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ସେହିପିର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ଜିଲାରେ ଦୀର୍ଘସ୍ଥାୟୀ ଜୀବିକା ସକାଶେ ୮୨.୨୯ କୋଟି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଯାଜପୁର ଲବଂ ଢେଙ୍କାନାଳ ଜିଲାରେ ହସ୍ତଶିଳ୍ପ ଜରିଆରେ ଜୀବିକା ସୃଷ୍ଟି ପାଇଁ ୩୫.୧୪ କୋଟି, ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତୀକରଣ ସକାଶେ ୪୭.୨୫ କୋଟି, କେନ୍ଦୁଝର ଇଞ୍ଜିନିୟରିଂ କଲେଜର ଭିତ୍ତିଭୁମି ବିକାଶ ପାଇଁ ୩୩.୩୯ କୋଟି, ଓଏମବିଏଡିସିରେ ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକରେ ସେଣ୍ଟର ଅଫ ଏକ୍ସିଲେନ୍ସି ଖୋଲିବା ପାଇଁ ୧୨୩.୪୫ କୋଟି ର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏଥିସହିତ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଓଏମବିଏଡିସି ଦ୍ୱାରା ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ ଜଷ୍ଟିସ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଥିଲେ। ତୃଣମୂଳ ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରପାଠୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଝଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri