Categories: ଜାତୀୟ

ସମୟ ପୂର୍ବରୁ ଛାଡ଼ିଦେଲା ବିମାନ: ରହିଗଲେ ଯାତ୍ରୀ

ଅମୃତସର,୧୯।୧: ଅମୃତସରରୁ ସିଙ୍ଗାପୁର ଯିବାକୁ ଥିବା ସ୍କୁଟ୍‌ ଏୟାରଲାଇନ୍ସର ଏକ ବିମାନର ଉଡ଼ାଣ ସମୟକୁ ପରିବର୍ତ୍ତନ କରିଦିଆଯିବାରୁ ୩୨ ଜଣ ଯାତ୍ରୀ ଯାଇପାରି ନ ଥିଲେ। ଏହି ଘଟଣାରେ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ସକୁ ରିପୋର୍ଟ ମାଗିଛି। ଖରାପ ପାଗ ଉଡ଼ାଣକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଅମୃତସର ବିମାନବନ୍ଦରରୁ ବୁଧବାର ରାତି ୭ଟା ୫୫ରେ ଛାଡ଼ିବାକୁ ଥିବା ବିମାନକୁ ଅପରାହ୍ନ ୩ଟା ୪୫ରେ ଛାଡ଼ିବା ପାଇଁ ସମୟ ସୂଚୀରେ ପରିବର୍ତ୍ତନ କରାଯାଇଥିଲା ବୋଲି ସ୍କୁଟ୍‌ ମୁଖପାତ୍ର କହିଛନ୍ତି। ଯାତ୍ରୀମାନଙ୍କୁ ଯୋଗାଯୋଗ ବିବରଣୀ ମାଧ୍ୟମରେ ଏ ସମ୍ପର୍କରେ ଯଥାସମ୍ଭବ ଜଣାଇ ଦିଆଯାଇଥିଲା। ଜଣେ ଟ୍ରାଭେଲ ଏଜେଣ୍ଟ ଏ ସମ୍ପର୍କରେ ଯାତ୍ରୀମାନଙ୍କୁ ଜଣାଇ ନ ଥିଲେ ବୋଲି ଏୟାରପୋର୍ଟର ନିର୍ଦ୍ଦେଶକ ଭି.କେ. ସେଠ୍‌ କହିଛନ୍ତି।

Share