ହୀରାକୁଦ ଡ୍ୟାମରୁ ୩୨ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ: ସମ୍ବଲପୁର- ସୋନପୁର ରାଜପଥ ଯାତାୟତ ଠପ୍‌

ସମ୍ବଲପୁର, ୨୮ା୮ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମରୁ ଶୁକ୍ରବାର ୩୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ୬ଲକ୍ଷ ୩୮ ହଜାର ୩୦୬ କ୍ୟୁସେକ ପାଣି ପ୍ରବେଶ କରୁଛି । ସେହିପରି ୫ ଲକ୍ଷ ୨୩ ହଜାର ୯୪୮ କ୍ୟୁସେକ ଜଳ ଭଣ୍ଡାରରୁ ନିଷ୍କାସିତ ହେଉଛି । ଡାହାଣ ପାର୍ଶ୍ୱର ୧୨ଟି ଓ ବାମ ପାର୍ଶ୍ୱର ୨୦ଟି ସ୍ଲୁଇସ୍‌ ଗେଟ୍‌, ବିଭିନ୍ନ କେନାଲ ଓ ପାୱାର ଚ୍ୟାନାଲ ଦେଇ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ମହାନଦୀ ପାଣିରେ ଜିଲାର ବିଭିନ୍ନ ନଦୀଗୁଡିକ ଫୁଲି ଯାଇଛି । ତେଣୁ ସମ୍ବଲପୁର- ସୋନପୁର ରାଜ୍ୟ ରାଜପଥ ମାଲତିନଦୀ ଗୁଣ୍ଡେରପୁରଠାରେ ରାସ୍ତା ଉପରେ ଜଳ ପ୍ରବାହିତ ହେଉଛି । ଯାତାୟତ ଠପ୍‌ ହୋଇପଡିଛି। ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିଛି।