Posted inଖେଳ

୩୨ ବିଦେଶୀ କୋଚ୍‌ଙ୍କ ଚୁକ୍ତି ବୃଦ୍ଧି

ନୂଆଦିଲ୍ଲୀ,୨୩।୭(ପି.ଟି.): ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଥିରେ ୩୨ଜଣ ବିଦେଶୀ କୋଚ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସାଇ ୧୧ଟି କ୍ରୀଡ଼ାବର୍ଗର ଏହି କୋଚ୍‌ମାନଙ୍କ ଚୁକ୍ତିକୁ ଆସନ୍ତାବର୍ଷ ସେପ୍ଟେମ୍ବରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍‌କୁ ଦୃଷ୍ଟିରେ ରଖି ଓ ଆଥଲେଟମାନଙ୍କୁ ଟ୍ରେନିଂକୁ ଜାରି ରଖିବା ପାଇଁ ଏହି ନିଷ୍ପତ୍ତି ହୋଇଛି। ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ବକ୍ସିଂ କୋଚ୍‌ ସାଣ୍ଟିଆଗୋ ନିଏଭା ଓ ରାଫାଏଲ ବେରଗାମାସ୍କୋ, ପୁରୁଷ ହକିର ଗ୍ରାହାମ ରେଡ୍‌, ଶୁଟିଂର ପାଭେଲ ସ୍ମିରନୋଭ। ଆସନ୍ତା ସେପ୍ଟେମ୍ବରରେ ଏହି କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା। ଅଲିମ୍ପିକ୍ସ ସହ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଜାତୀୟ ଫୁଟବଲ କୋଚ୍‌ ଆଇଗର ଷ୍ଟିମାକଙ୍କ ଚୁକ୍ତି ବୃଦ୍ଧି ହୋଇଛି। ଗତବର୍ଷ ମେ’ରେ ତାଙ୍କୁ ଦୁଇବର୍ଷ ପାଇଁ ନିଯୁକ୍ତି ମିଳିଥିଲା।
ପୂର୍ବରୁ ଚଳିତମାସରେ ସବୁ ବିଦେଶୀ କୋଚ୍‌ଙ୍କ ଚୁକ୍ତି ଆସନ୍ତାବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ଘୋଷଣା କରିଥିଲା। କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓ ଅଂଶଗ୍ରହଣ କରବାର ସମ୍ଭାବନା ଥିବା ଆଥଲେଟ୍‌ମାନଙ୍କ ଟ୍ରେନିଂକୁ ଜାରି ରଖିବା ପାଇଁ କୋଚ୍‌ଙ୍କ ଚୁକ୍ତି ବୃଦ୍ଧି କରିବା ଜରୁରୀ ଥିଲା ବୋଲି କୁହାଯାଇଛି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ କୋଚ୍‌ମାନଙ୍କୁ ଦାୟିତ୍ୱରୁ ହଟାଯାଇ ନୂଆ କୋଚ୍‌ଙ୍କୁ ନିଯୁକ୍ତି କରିଥିଲେ ଆଥଲେଟମାନଙ୍କର ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥାନ୍ତା ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଚୁକ୍ତିର ପୂର୍ବ ନିୟମ ଓ ସର୍ତ୍ତକୁ ବଜାୟ ରଖାଯାଇଛି। ଅନ୍ୟପଟେ ଜାତୀୟ ଫେଡେରେଶନଗୁଡିକର ପରାମର୍ଶ ଓ ସୁପାରିସ କ୍ରମେ ଚୁକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପୂର୍ବରୁ ଉଭୟ ଭାରତୀୟ ଓ ବିଦେଶୀ କୋଚ୍‌ଙ୍କୁ ୪ ବର୍ଷ ବା ଗୋଟିଏ ଅଲିମ୍ପିକ୍‌ ସାଇକ୍‌ଲ ପାଇଁ ନିଯୁକ୍ତି ଦିଆଯିବ ବୋଲି ରିଜିଜୁ ସ୍ପଷ୍ଟ କରିଥିଲେ। ୨୦୨୪ ଓ ୨୦୨୮ ଅଲିମ୍ପିକ୍‌କୁ ଦୃଷ୍ଟିରେ ରଖି ସେ ଏ ନେଇ ଘୋଷଣା କରିଥିଲେ। କୋଚ୍‌ମାନଙ୍କ ପ୍ରଦର୍ଶନ ଓ ସମ୍ପୃକ୍ତ ଜାତୀୟ ଫେଡେରେଶନଗୁଡିକ ସୁପାରିସ କ୍ରମେ କୋଚ୍‌ମାନଙ୍କ ଚୁକ୍ତି ବୃଦ୍ଧି କରାଯିବ ବୋଲି ସେ କହିଥିଲେ। ଅବଶ୍ୟ ଆଥଲେଟଙ୍କ ପ୍ରଦର୍ଶନ ଉପରେ କୋଚ୍‌ଙ୍କ ଦକ୍ଷତାକୁ ମପାଯିବ ଓ ସେହି ଅନୁସାରେ ଚୁକ୍ତିର ସଂଜ୍ଞା ନିରୂପଣ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

ଶନିଙ୍କ ରାଶିରେ ଗ୍ରହମାନଙ୍କର ମହାସଂଯୋଗ: ଜାନୁଆରୀରୁ ବଦଳିବ ଏହି ରାଶିଗୁଡ଼ିକର ଭାଗ୍ୟ

୨୦୨୬ ବର୍ଷର ଆରମ୍ଭ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଜାନୁଆରୀ ମାସ, ଏହାର ଦ୍ରୁତ ଗ୍ରହ ଗତି ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସହିତ,...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

ଭୁବନେଶ୍ବର,୧୯।୧୨:  ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri