Posted inଖେଳ

୩୨ ବିଦେଶୀ କୋଚ୍‌ଙ୍କ ଚୁକ୍ତି ବୃଦ୍ଧି

ନୂଆଦିଲ୍ଲୀ,୨୩।୭(ପି.ଟି.): ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଥିରେ ୩୨ଜଣ ବିଦେଶୀ କୋଚ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସାଇ ୧୧ଟି କ୍ରୀଡ଼ାବର୍ଗର ଏହି କୋଚ୍‌ମାନଙ୍କ ଚୁକ୍ତିକୁ ଆସନ୍ତାବର୍ଷ ସେପ୍ଟେମ୍ବରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍‌କୁ ଦୃଷ୍ଟିରେ ରଖି ଓ ଆଥଲେଟମାନଙ୍କୁ ଟ୍ରେନିଂକୁ ଜାରି ରଖିବା ପାଇଁ ଏହି ନିଷ୍ପତ୍ତି ହୋଇଛି। ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ବକ୍ସିଂ କୋଚ୍‌ ସାଣ୍ଟିଆଗୋ ନିଏଭା ଓ ରାଫାଏଲ ବେରଗାମାସ୍କୋ, ପୁରୁଷ ହକିର ଗ୍ରାହାମ ରେଡ୍‌, ଶୁଟିଂର ପାଭେଲ ସ୍ମିରନୋଭ। ଆସନ୍ତା ସେପ୍ଟେମ୍ବରରେ ଏହି କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା। ଅଲିମ୍ପିକ୍ସ ସହ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଜାତୀୟ ଫୁଟବଲ କୋଚ୍‌ ଆଇଗର ଷ୍ଟିମାକଙ୍କ ଚୁକ୍ତି ବୃଦ୍ଧି ହୋଇଛି। ଗତବର୍ଷ ମେ’ରେ ତାଙ୍କୁ ଦୁଇବର୍ଷ ପାଇଁ ନିଯୁକ୍ତି ମିଳିଥିଲା।
ପୂର୍ବରୁ ଚଳିତମାସରେ ସବୁ ବିଦେଶୀ କୋଚ୍‌ଙ୍କ ଚୁକ୍ତି ଆସନ୍ତାବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ଘୋଷଣା କରିଥିଲା। କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓ ଅଂଶଗ୍ରହଣ କରବାର ସମ୍ଭାବନା ଥିବା ଆଥଲେଟ୍‌ମାନଙ୍କ ଟ୍ରେନିଂକୁ ଜାରି ରଖିବା ପାଇଁ କୋଚ୍‌ଙ୍କ ଚୁକ୍ତି ବୃଦ୍ଧି କରିବା ଜରୁରୀ ଥିଲା ବୋଲି କୁହାଯାଇଛି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ କୋଚ୍‌ମାନଙ୍କୁ ଦାୟିତ୍ୱରୁ ହଟାଯାଇ ନୂଆ କୋଚ୍‌ଙ୍କୁ ନିଯୁକ୍ତି କରିଥିଲେ ଆଥଲେଟମାନଙ୍କର ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥାନ୍ତା ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଚୁକ୍ତିର ପୂର୍ବ ନିୟମ ଓ ସର୍ତ୍ତକୁ ବଜାୟ ରଖାଯାଇଛି। ଅନ୍ୟପଟେ ଜାତୀୟ ଫେଡେରେଶନଗୁଡିକର ପରାମର୍ଶ ଓ ସୁପାରିସ କ୍ରମେ ଚୁକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପୂର୍ବରୁ ଉଭୟ ଭାରତୀୟ ଓ ବିଦେଶୀ କୋଚ୍‌ଙ୍କୁ ୪ ବର୍ଷ ବା ଗୋଟିଏ ଅଲିମ୍ପିକ୍‌ ସାଇକ୍‌ଲ ପାଇଁ ନିଯୁକ୍ତି ଦିଆଯିବ ବୋଲି ରିଜିଜୁ ସ୍ପଷ୍ଟ କରିଥିଲେ। ୨୦୨୪ ଓ ୨୦୨୮ ଅଲିମ୍ପିକ୍‌କୁ ଦୃଷ୍ଟିରେ ରଖି ସେ ଏ ନେଇ ଘୋଷଣା କରିଥିଲେ। କୋଚ୍‌ମାନଙ୍କ ପ୍ରଦର୍ଶନ ଓ ସମ୍ପୃକ୍ତ ଜାତୀୟ ଫେଡେରେଶନଗୁଡିକ ସୁପାରିସ କ୍ରମେ କୋଚ୍‌ମାନଙ୍କ ଚୁକ୍ତି ବୃଦ୍ଧି କରାଯିବ ବୋଲି ସେ କହିଥିଲେ। ଅବଶ୍ୟ ଆଥଲେଟଙ୍କ ପ୍ରଦର୍ଶନ ଉପରେ କୋଚ୍‌ଙ୍କ ଦକ୍ଷତାକୁ ମପାଯିବ ଓ ସେହି ଅନୁସାରେ ଚୁକ୍ତିର ସଂଜ୍ଞା ନିରୂପଣ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri