ଖାଦ୍ୟ ପାଇଁ ଯାଉଥିବାବେଳେ ଗୁଳି: ୩୨ ମୃତ

ରାଫାହ,୨ା୬: ଗାଜା ଷ୍ଟ୍ରିପ୍‌ର ଏକ ସହାୟତା କେନ୍ଦ୍ରରୁ ଭୋକିଲା ଲୋକମାନେ ରବିବାର ଖାଦ୍ୟ ସଂଗ୍ରହ କରୁଥିବାବେଳେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ଅନୂ୍ୟନ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭୦ ଜଣ ଆହତ ହୋଇଛନ୍ତି। ଆମେରିକାର ଏକ ଘରୋଇ ସଂଗଠନ ପକ୍ଷରୁ ମାନବୀୟ ସହାୟତା କେନ୍ଦ୍ର ଚାଲିଥିବାବେଳେ ଏହାର ୧ କିଲୋମିଟର ଦୂରରୁ ଇସ୍ରାଏଲୀ ସୈନ୍ୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।
ସହାୟତା କେନ୍ଦ୍ରରେ ଲୋକଙ୍କୁ ହତ୍ୟା ଘଟଣାରୁ ଉକ୍ତ ଅଞ୍ଚଳ ମାନବୀୟ ସହାୟତା କେନ୍ଦ୍ର ନୁହେଁ ବରଂ ଗଣହତ୍ୟାର ଯନ୍ତାରେ ପରିଣତ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଗାଜାର ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ କହିଛି। ଯୁଦ୍ଧର ଏକ କୌଶଳ ଭାବେ ସହାୟତାର ବ୍ୟବସ୍ଥିତ ଓ ଦୁର୍ଭାବନାପୂର୍ଣ୍ଣ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି। ଭୋକିଲା ଲୋକଙ୍କୁ ବ୍ଲାକ୍‌ମେଲ୍‌ କରି ସେମାନଙ୍କ ହତ୍ୟା ପଏଣ୍ଟକୁ ଆସିବା ପାଇଁ ବାଧ୍ୟ କରାଯାଉଛି। ଉକ୍ତ ଅଞ୍ଚଳକୁ ସେନା ନିୟନ୍ତ୍ରଣରେ ରଖାଯାଇଛି। ଏଭଳି ଅପରାଧ ପାଇଁ ଆମେରିକା ପ୍ରଶାସନ ନୈତିକତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଦାୟୀ ବୋଲି ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ସପ୍ତାହେରୁ କମ୍‌ ସମୟ ମଧ୍ୟରେ ଆମେରିକା ସମର୍ଥତ୍ତ ସହାୟତା କେନ୍ଦ୍ରରେ ୩୯ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଲାଣି। ରାଫାହରେ କ୍ଷୁଧିତ ଲୋକଙ୍କୁ ହତ୍ୟା ଘଟଣାକୁ ପପୁଲାର ଫ୍ରଣ୍ଟ ଫର୍‌ ଦି ଲିବରେଶନ ଅଫ୍‌ ପାଲେଷ୍ଟାଇନ୍‌ ନିନ୍ଦା କରିଛି। ଅନ୍ତର୍ଜାତୀୟ ସଲାସୁତୁରା ଏବଂ ଆମେରିକାର ଯୋଗଦାନରେ ଏହି ଗଣହତ୍ୟା କରାଯାଉଥିବା ଉକ୍ତ ସଂଗଠନ କହିଛି। ଗାଜାରେ ଗଣହତ୍ୟାକାରୀ ଯୁଦ୍ଧରେ ଇସ୍ରାଏଲ୍‌କୁ ସହାୟତା କରୁଥିବା ଆମେରିକା ସମର୍ଥତ୍ତ ଫାଉଣ୍ଡେଶନକୁ ଜାତିସଂଘ ଏବଂ ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥା ସହଯୋଗ କରିବାକୁ ମନା କରିଦେଇଛନ୍ତି। ଗାଜା ଏବେ ପୃଥିବୀର ସବୁଠୁ କ୍ଷୁଧାର୍ତ୍ତ ସ୍ଥାନ ପାଲଟିଥିବାବେଳେ ପାଲେଷ୍ଟିନୀୟମାନେ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ଜାତିସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri