ହଟିବନି ଜଳବନ୍ଦୀ, ହଟହଟା କରିବ ବର୍ଷା

ଭୁବନେଶ୍ୱର,୩୦।୬(ବ୍ୟୁରୋ): କରୋନା ପାଇଁ ୩ ମାସ ବିଏମ୍‌ସି କର୍ମଚାରୀ ଠିକ୍‌ ଭାବେ କାମ କରିପାରିଲେ ନାହିଁ। ଠିକାଦାର ଓ ଶ୍ରମିକମାନେ ମଧ୍ୟ ହାତବାନ୍ଧି ବସିଲେ। ଫଳରେ ଭୁବନେଶ୍ୱରର ୩୭ଟି ସମ୍ବେଦନଶୀଳ ସ୍ଥାନରେ ନୂଆ ଡ୍ରେନ୍‌ର ନିର୍ମାଣ ହୋଇପାରିଲା ନାହିଁ। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଭିତରେ ଆସିଗଲା ମୌସୁମୀ। କଟକଣା କୋହଳ ହେବାବେଳକୁ ଆରମ୍ଭ ହୋଇଯାଇଛି ବର୍ଷା। ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଏବେ ଡ୍ରେନ୍‌ ନିର୍ମାଣ, ମରାମତି ଓ ପୁନରୁଦ୍ଧାର କାମ ଚାଲିଛି। କାମରେ କରୋନା ଗାଇଡ୍‌ଲାଇନ୍‌ ଓ ବର୍ଷା ସମସ୍ୟା ସୃଷ୍ଟି କରୁଛି। ଧିମାଗତିରେ କାର୍ଯ୍ୟ ଚାଲିଥିବାବେଳେ ନୂଆ କାମ ସମ୍ପୂର୍ଣ୍ଣ ହେବା ଭଳି ଦେଖାଯାଉନି। ଫଳରେ ଚଳିତ ବର୍ଷାରେ ଜଳବନ୍ଦୀ ସମସ୍ୟା ହଟିବନି। ପୁଣି ଯଦି ଚାଲିଥିବା କାମ ନିମ୍ନମାନର ହେବ ଓ କାମ ସରିବା ପରେ ନିର୍ମାଣ ଆବର୍ଜନାକୁ ସଫା କରା ନ ଯିବ ତେବେ ସ୍ଥିତି ଆହୁରି ବିଗିଡି ଯିବ। ସହରବାସୀ ଆହୁରି ନାନା ହଟହଟାର ସମ୍ମୁଖୀନ ହେବେ ବୋଲି ବର୍ତ୍ତମାନର ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ବିଏମ୍‌ସି ଡ୍ରେନେଜ୍‌ ବିଭାଗ ପକ୍ଷରୁ ସହରର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ ବଡ଼ ପମ୍ପ ସେଟ୍‌କୁ ସେସବୁ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି। ଏହାବ୍ୟତୀତ କିଛି ସମ୍ବେଦନଶୀଳ ସ୍ଥାନରେ ଡ୍ରେନ୍‌ ନିର୍ମାଣ ଜାରି ରହିଛି। ତଥାପି ଏବର୍ଷ ଭୁବନେଶ୍ୱରବାସୀଙ୍କୁ କିଛି ପରିମାଣରେ ଜଳବନ୍ଦୀର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଡ୍ରେନେଜ୍‌ ବିଭାଗର ମୁଖ୍ୟ ଇଞ୍ଜିନିୟର ପ୍ରଦୀପ ସାଗର ଦୂରିଆ କହିଛନ୍ତି। ସହରରେ ମୋଟ ୨୧୦ ନୂଆ ଡ୍ରେନ୍‌ ପାଇଁ ଟେଣ୍ଡର ସରି କାମ ଆରମ୍ଭ ହୋଇଛି। ବର୍ଷା ଓ କରୋନା କଟକଣାରେ କାମ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଯଦି ଡ୍ରେନ୍‌ କାମ ଯେପରି ଭଲ ହେବ ତାହାର ତଦାରଖ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଆସନ୍ତାବର୍ଷକୁ ବିଏମ୍‌ସି ତା’ର ସବୁ କାମ ସାରିଦେଇଥିବ ଓ ଏହାପରେ ହିଁ ସହରରେ ଜଳବନ୍ଦୀ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବ ବୋଲି ଦୁରିଆ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବର୍ଷା ଜଳ ନିଷ୍କାସନ ଭୁବନେଶ୍ୱର ପାଇଁ ବଡ଼ ସମସ୍ୟା ପାଲଟିଛି। ପ୍ରତିବର୍ଷ ଜୋର୍‌ରେ ବର୍ଷା ହେଲେ ରାଜଧାନୀ ରାସ୍ତାଠାରୁ କଲୋନୀ ଓ ସହରର ତଳି ଅଞ୍ଚଳ ଜଳବନ୍ଦୀ ହୋଇ ରହୁଛି। ନୟାପଲ୍ଲୀ, ରସୁଲଗଡ଼, ବମିଖାଲ, ଜିଜିପି କଲୋନୀ, ପୁରୁଣା ଭୁବନେଶ୍ୱର, ଜନପଥ, ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, ସତ୍ୟ ବିହାର, ସାଲିଆସାହି, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଆଦି ପ୍ରମୁଖ ଅଞ୍ଚଳରେ ଲୋକେ ନାନା ହଟହଟା ହୋଇଥାନ୍ତି। ଏହି ସମସ୍ୟା ଦୂର ପାଇଁ ବିଏମ୍‌ସିକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ୧୦୦୦ କୋଟି ଟଙ୍କା ମିଳିଛି। ଏହି ଟଙ୍କାରେ ଗତବର୍ଷଠାରୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri