ଗ୍ରାମସଭା ବର୍ଜନ କଲେ ଜିଲାର ୩୧୭ ସରପଞ୍ଚ

ବଲାଙ୍ଗୀର ଅଫିସ, ୨୮ା୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବାକୁ ବଲାଙ୍ଗୀର ଜିଲାର ୩୧୭ ଗ୍ରାମ ପଞ୍ଚାୟତରେ ସର୍ଭେ କରାଯାଇଥିଲା। ଏହାର ନୂଆ ତାଲିକା ପ୍ରସ୍ତୁତ ହୋଇଛି। ଏହାକୁ ଗ୍ରାମସଭାରେ ଅନୁମୋଦନ କରାଯିବା କଥା। ତେବେ ପ୍ରସ୍ତୁତ ହୋଇଥିତ୍ବା ତାଲିକାରେ ଅନେକ ବିସଙ୍ଗତି ରହିଥିବା ଏବଂ ତାଲିକା ପ୍ରସ୍ତୁତିରେ ସରପଞ୍ଚମାନଙ୍କ କୌଣସି ମତ ନିଆଯାଇ ନ ଥିବାରୁ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲାର ସରପଞ୍ଚମାନେ କହିଛନ୍ତି। ଅନ୍ୟପକ୍ଷେ ତାଲିକା ଗ୍ରାମସଭାରେ ଅନୁମୋଦନ ହୋଇ ନ ଥିବାରୁ ହିତାଧିକାରୀମାନେ ଆବାସ ଯୋଜନାରେ ଘର ପାଇବା ବିଳମ୍ବ ହେଉଛି।
ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଜିଲାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବା କଥା। ଏହି ଗ୍ରାମସଭାରେ ଆବାସ ଯୋଜନା ତାଲିକା ଅନୁମୋଦନ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ସରପଞ୍ଚମାନେ ଅସ୍ବୀକାର କରି ଗ୍ରାମସଭା ବର୍ଜନ କରିଛନ୍ତି। ଫଳରେ ଜିଲାର ୩୧୭ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ହୋଇପାରି ନ ଥିବା ଜଣାପଡିଛି। ଜିଲା ସରପଞ୍ଚ ସଂଘ ସଭାପତି ବୀରଭଦ୍ର ସାହୁ  କାର୍ଯ୍ୟକାରୀ ସଭାପତି ବଳଦେବ ସାହୁ ଏବଂ ଉପସଭାପତି ସଞ୍ଜୟ ଗଡତିଆ ଜିଲାରେ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ କରାଯାଇଥିତ୍ବା ସୂଚନା ଦେଇଛନ୍ତି। କାର୍ଯ୍ୟକାରୀ ସଭାପତି ସାହୁ କହିଛନ୍ତି ଯେ, ଆବାସ ଯୋଜନା ପାଇଁ ଯେଉଁ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ ଅନେକ ବିସଙ୍ଗତି ରହିଛି। ସେ ତାଲିକା କିଏ ପ୍ରସ୍ତୁତ କରିଛି ଜଣାପଡୁନାହିଁ। ଏଭଳିକି ପୂର୍ବତନ ସରପଞ୍ଚମାନେ ମଧ୍ୟ ଆବାସ ଯୋଜନା ସର୍ଭେ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ଏଭଳି ସ୍ଥିତିରେ ଏହି ତାଲିକା କାର୍ଯ୍ୟକାରୀ କଲେ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ବହୁ ପ୍ରକୃତ ହିତାଧିକାରୀ ଏବେବି ଘର ପାଇବା ତାଲିକାରେ ନାହାନ୍ତି ବୋଲି ସେ କହିଛନ୍ତି। ଉପସଭାପତି ଗଡତ୍ୟା କହିଛନ୍ତି ଯେ, ଯେଉଁ ତାଲିକାରେ ହିତାଧିକାରୀମାନଙ୍କ ନାମ ଅନୁମୋଦନ କରିବାକୁ କୁହାଯାଉଛି ସେଥିରେ ଅନେକ ତ୍ରୁଟି ରହିଛି। ସରପଞ୍ଚମାନଙ୍କୁ କୌଣସି କଥା ପଚରା ଯାଉନାହିଁ। କେବଳ ଅନୁମୋଦନ କରିବାକୁ ଗ୍ରାମସଭାରେ ଚାପ ସୃଷ୍ଟି କରାଯାଉଛି। ଏଣୁ ଗ୍ରାମସଭା ବର୍ଜନ କରାଯାଇଛି ବୋଲି ସେ କହିଛନ୍ତି। ଏନେଇ ଜିଲା ଗ୍ରାମପଞ୍ଚାୟତ ଅଧିକାରୀ ପ୍ରଶାନ୍ତ ଶତପଥୀଙ୍କୁ ପଚାରିିବାରୁ ଜିଲାର କେଉଁ ଗ୍ରାମପଞ୍ଚାୟତରେ ଗ୍ରାମସଭା ହୋଇଛି ଓ କେଉଁଠି ହୋଇନାହିଁ ତାଙ୍କ ପାଖକୁ ସୂଚନା ଆସିନାହିଁ ବୋଲି କହିଛନ୍ତି। ଆସନ୍ତା ୩୦ ତାରିଖରେ ଡିପିଆରସି କକ୍ଷରେ ଗ୍ରାମସଭା ନେଇ ସରପଞ୍ଚଙ୍କ ବୈଠକ ହେବ। ଏଠାରେ ମଧ୍ୟ ଗ୍ରାମସଭା ବର୍ଜନ କରାଯିବ ବୋଲି ସରପଞ୍ଚ ସଂଘ ନିଷ୍ପତ୍ତି ନେଇଥିବା କାର୍ଯ୍ୟକାରୀ ସଭାପତି ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri