ଓଡ଼ିଶାରେ ୫୦୩ ଆର୍‌ଆଇ, ଅମିନ ପଦବୀ ଖାଲି

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଆର୍‌ଆଇ ଏବଂ ଅମିନ ପଦବୀ ଖାଲିପଡ଼ିଥିବା ନେଇ ବିଧାନସଭାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆର୍‌ଆଇ ନ ଥିବାରୁ ଡିମାର୍କେଶନ କାମ କରିହେଉନି। ବାତ୍ୟା ‘ଫନୀ’ରେ ଗରିବ ଲୋକଙ୍କ ଘର ଦ୍ୱାର ଭାଙ୍ଗିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସର୍ଭେ କରାଯାଇପାରୁ ନାହିଁ। ବିଭିନ୍ନ ଜିଲାରେ ଆର୍‌ଆଇ ସର୍କଲର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଖାଲି ପଦବୀଗୁଡିକୁ ତୁରନ୍ତ ପୂରଣ କରିବାକୁ ସଦସ୍ୟମାନେ ଦାବି କରିଥିଲେ।
ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ପଚାରିଥିବା ୩୧ ନମ୍ବର ପ୍ରଶ୍ନରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜସ୍ବ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଏକ ଆର୍‌ଆ ସର୍କଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବାର କାରଣ କ’ଣ। ଭଦ୍ରକ ଜିଲାରେ ୭ଟି ତହସିଲରେ କେତୋଟି ଆର୍‌ଆଇ ଓ ଅମିନ ପଦବୀ ଖାଲି ପଡ଼ିଛି, ତାହା କେବେ ସୁଦ୍ଧା ପୂରଣ ହେବ ବୋଲି ସେ ମୂଳ ପ୍ରଶ୍ନରେ ପଚାରିଥିଲେ। ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ଜବାବରେ କହିଥିଲେ ଯେ, ପ୍ରତ୍ୟେକ ପଞ୍ଚାୟତକୁ ଆର୍‌ଆଇ ସର୍କଲ କରିବା ପାଇଁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଜନସଂଖ୍ୟା, ଭୌଗୋଳିକ ଅବସ୍ଥିତି ଏବଂ କାର୍ଯ୍ୟରେ ଗୁରୁତ୍ୱକୁ ବିଚାରକୁ ନେଇ ଆବଶ୍ୟକ ସ୍ଥଳେ ଆର୍‌ଆଇ ସର୍କଲ ଗଠନ କରାଯାଉଛି। ଭଦ୍ରକ ଜିଲାର ୭ଟି ତହସିଲରେ ୮୨ଟି ଆର୍‌ଆଇ ପଦବୀ ମଧ୍ୟରୁ ୩୧ଟି ପଦବୀ ଖାଲି ରହିଛି। ମୋଟ ୫୧ ଅମିନ ପଦବୀରୁ ୨୫ଟି ଖାଲି ପଡ଼ିଛି। ଏହା ଶୀଘ୍ର ପୂରଣ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଜିଲାରେ ଆର୍‌ଆଇ ପଦବୀ ଖାଲିପଡ଼ିଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଏହି ଜିଲାରେ ଆର୍‌ଆଇ ଏବଂ ଅମିନ ପଦବୀ ପୂରଣରେ ଦୁର୍ନୀତି ହୋଇଥିଲା। ଏହି ନିଯୁକ୍ତିକୁ ବନ୍ଦ କରାଯାଇଛି। ଜିଲାରେ କେତେ ପଦବୀ ଖାଲି ଅଛି ସେ ସମ୍ପର୍କରେ ମନ୍ତ୍ରୀ ଗୃହରେ ସୂଚନା ଦିଅନ୍ତୁ। ଖାଲି ପଦବୀଗୁଡିକ କେବେସୁଦ୍ଧା ପୂରଣ ହେବ। ନୂତନ ନିଯୁକ୍ତି ହେବା ଯାଏ ଅବସରପ୍ରାପ୍ତ ଅମିନଙ୍କୁ କାମରେ ନିୟୋଜିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ବଲାଙ୍ଗୀର ଜିଲାରେ ମୋଟ ମଞ୍ଜୁରୀ ପଦବୀ ୯୪। ସେଥିରୁ ୭୫ଟି ଖାଲି ରହିଛି । ଏହି ଜିଲାରେ ୮୬ଟି ଆର୍‌ଆଇ ପଦବୀ ଥିବାବେଳେ ଖାଲି ରହିଛି ୮୧। ନିର୍ବାଚନ ଯୋଗୁ ନୂତନ ନିଯୁକ୍ତି ହୋଇପାରି ନାହିଁ। ଷ୍ଟାଫ୍‌ ସିଲେକ୍ସନ୍‌ କମିଶନଙ୍କ ଜରିଆରେ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ନୃସିଂହ ସାହୁ, ଅମର ଶତପଥୀ, ସୁବ୍ରତ ତରାଇ, ଭାଜପା ସଭ୍ୟ କେ. ନାରାୟଣ ରାଓ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନରେ ଆର୍‌ଆଇ ଓ ଅମିନ ପଦବୀ କେବେସୁଦ୍ଧା ପୂରଣ କରାଯିବ ପଚାରିଥିଲେ। ଢେଙ୍କାନାଳ ଜିଲାରେ କେତୋଟି ଆର୍‌ଆଇ ଓ ଅମିନ ପଦବୀ ଖାଲି ରହିଛି। ଓଡ଼ିଶାରେ କେତେ ଖାଲିପଡ଼ିଛି। ଯାଜପୁର ଜିଲାରେ ଏହି ପଦବୀଗୁଡିକ କେତେ ଖାଲି ରହିଛି। ଯେଉଁ ପଞ୍ଚାୟତ ଅନ୍ୟ ଆର୍‌ଆଇ ସର୍କଲରେ ରହିଛି ସେଗୁଡିକୁ ନିକଟସ୍ଥ ସର୍କଲରେ ସାମିଲ କରାଯାଉ। ସୁନ୍ଦରଗଡ଼ ଜିଲାରେ କେତେକ ପଦବୀ ଖାଲି ରହିଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ଉପକଣ୍ଠ ଗ୍ରାମାଞ୍ଚଳରେ ଲୋକମାନେ ଆର୍‌ଆଇ ସେବା ପାଉ ନ ଥିବା ନେଇ ପ୍ରଶ୍ନକାଳରେ ପ୍ରବଳ ହଟ୍ଟଗୋଳ କରିଥିଲେ। ସେ କହିଥିଲେ ଯେ, ଭୁବନେଶ୍ୱର ଜମି ରେଟ୍‌ ବଢ଼ିଛି। ଗ୍ରାମାଞ୍ଚଳ ଲୋକଙ୍କ କଥା ଆର୍‌ଆଇ ଶୁଣୁନାହାନ୍ତି। ବଡ଼ ବଡ଼ ବିଲ୍‌ଡରଙ୍କ କାମ କରୁଛନ୍ତି। ଆର୍‌ଆଇ ତଦନ୍ତ ହୋଇପାରୁ ନ ଥିବାରୁ ଫନୀ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ମିଳିପାରୁ ନାହିଁ। ତୁରନ୍ତ ପଦବୀ ପୂରଣ କରି ସେବା ଯୋଗାଇ ଦିଆଯାଉ। ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ୨୪୫୩ ଆର୍‌ଆଇ ଓ ଅମିନ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୫୦୩ ଖାଲିପଡ଼ିଛି। ଢେଙ୍କାନାଳ ଜିଲାରେ ୫୫ଟି ପଦବୀରୁ ୧୦ଟି ଖାଲି ପଡ଼ିଥିବା ବେଳେ, ବଲାଙ୍ଗୀର ଜିଲାରେ ୯୪ଟି ପଦବୀରୁ ୭୫ଟି ଖାଲି ରହିଛି। ୮୬ଟି ଆର୍‌ଆଇ ପଦବୀରୁ ୮୧ଟି ଖାଲିପଡ଼ିଛି। ଯାଜପୁର ଜିଲାରେ ୮୬ଟି ପଦବୀରୁ ୧୧ଟି ଖାଲି ପଡ଼ିଛି। ସୁନ୍ଦରଗଡ଼ ଜିଲାରେ ୧୧୬ଟି ପଦବୀରୁ ୧୭ଟି ଖାଲି ରହିଥିବା ବେଳେ କେବଳ ଅମିନ ପଦବୀ ୧୧୩ରୁ ୧୬ଟି ଖାଲି ରହିଛି। ପର୍ଯ୍ୟାୟକ୍ରମେ ସେଗୁଡିକୁ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri